ପଂଚାୟତ ବିଜେଡ଼ି କାର୍ଯ୍ୟକାରୀ ସଭାପତି ହେଲେ ବିଚିତ୍ରାନନ୍ଦ ପ୍ରଧାନ

Published: May 18, 2024, 7:34 am IST

କୁଜଙ୍ଗ: କୁଜଙ୍ଗ ପଂଚାୟତ ବିଜେଡ଼ିକୁ ମଜବୁତ୍ କରିବା ଲକ୍ଷରେ ଆଜି କୁଜଙ୍ଗ ଅଂଚଳର ଯୁବ ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ବିଚିତ୍ରାନନ୍ଦ ପ୍ରଧାନଙ୍କୁ ପଂଚାୟତ ବିଜେଡ଼ି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି ଆଇନ୍‌ଜୀବୀ ତଥା ବ୍ଲ୍‌କ୍ ବିଜେଡ଼ି ଉପସଭାପତି ସତ୍ୟାନନ୍ଦ ବିଶ୍ୱାଳ। ଶ୍ରୀ ପ୍ରଧାନଙ୍କର ସାଂଗଠନିକ ଦକ୍ଷତା ଓ ଦଳ ପାଇଁ ଦୀର୍ଘ ବର୍ଷଧରି କାର୍ଯ୍ୟକରିବାର ନିଷ୍ଠାପରତାକୁ ବିଚାରକୁ ନେଇ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏଥିପାଇଁ ବିଧାୟକ ସମ୍ବିତ୍ ରାଉତରାୟ, ବ୍ଲକ୍ ବିଜେଡ଼ି ସଭାପତି ନରେନ୍ଦ୍ର ପରିଡ଼ା, କାର୍ଯ୍ୟ ସଭାପତି ସୁଢ଼ଳ ସ୍ୱାଇଁ, ବରିଷ୍ଠ ବିଜେଡ଼ି ନେତା ପ୍ରଫୁଲ୍ଲ ପରିଡ଼ା, କୁଜଙ୍ଗ ସରପଂଚ ବନ୍ଦିତା ଦାସ, ପଂଚାୟତ ବିଜେଡ଼ି ସଭାପତି ଭାରତ ଭୂଷଣ ଦାସ, ପ୍ରଚାର କମିଟି ଅଧ୍ୟକ୍ଷ ରଘୁନାଥ ସାହୁଙ୍କୁ କୃତଜ୍ଞତା ଜଣାଇବା ସହିତ ଦଳ ଯେଉଁ ଉଦ୍ଦେଶ୍ୟରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ତାହାକୁ ସେ ନିଷ୍ଠାପର ସହ ଦାୟିତ୍ୱ ନିର୍ବାହ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

Related posts