ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ରାଜସ୍ୱ ବିଭାଗ ଡାକବଙ୍ଗଳା ଠାରେ ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳିନୀରେ ରାଜ୍ୟ ସରକାରକୁ ଟାର୍ଗେଟ କରାଯାଇଛି। ରାଜ୍ୟ କିମ୍ବା ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଓ ଏଥିପାଇଁ ଆମ ରାଜ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି। କିନ୍ତୁ ବବଲ୍ ଇଞ୍ଜିନ ସରକାରର କୌଣସି ପଦକ୍ଷେପ ନାହିଁ। ବିଶେଷକରି ପୁରୀ ଜିଲ୍ଲା, ନୟାଗଡ଼ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାରେ ଯେଉଁଭଳି ବର୍ବର କାଣ୍ଡ ଘଟି ଚାଲିଛି, ସାଧାରଣ ଜନତା ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏହିଭଳି ପରିସ୍ଥିତିରେ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ଆଗାମୀ ଦିନରେ ବିଜୁ ଜନତା ଦଳ ରାଜ ରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ପୁର୍ବତନ ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ ବରିଷ୍ଠ ନେତା ସୁବାସ ଚନ୍ଦ୍ର ମହାରଣା ଓ ଦେବାନନ୍ଦ ମହାପାତ୍ର ଓ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ପ୍ରମୁଖ ଭିନ୍ନ ଭିନ୍ନ ବିବୃତ୍ତି ଜରିଆରେ ମତ ପ୍ରକାଶ କରିଛନ୍ତି।


