ପୁରୀ: ଆଜି ମହାପ୍ରଭୁଙ୍କ ‘ବନକଲାଗି’ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସନ୍ଧ୍ୟାରେ ୪ ଘଣ୍ଟା ପାଇଁ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ସୂଚନା ଅନୁସାରେ, ମେ’ ୨୦ ତାରିଖ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସ୍ବତନ୍ତ୍ର ନୀତି ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆରମ୍ଭ ହେବ।


