ବାଲୁଗାଁ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଉପଶମ ପାଇବା ପାଇଁ ଚିଲିକା କୂଳରେ ଯାତ୍ରୀ ଓ ପଥିକମାନଙ୍କ ନିମନ୍ତେ ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ଓ ରୋଭର -ରେଞ୍ଜର ଶାଖା ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ଅଧ୍ୟାପିକା ରୀନା ରାଉତ, ଯୁବ ରେଡ଼କ୍ରସ ପରାମର୍ଶଦାତା ଡକ୍ଟର ମନସ୍ବିନୀ ପଟ୍ଟନାୟକ ଓ ଅଧ୍ୟାପକ ଧୋବୀ ଚରଣ ପରିଡା, ରୋଭର -ରେଞ୍ଜର ଅଧିକାରୀ ଅଧ୍ୟାପିକା ସ୍ନିଗ୍ଧାରାଣୀ ମୁଦୁଲି ଓ ଦୀପକ କୁମାର ପରିଡାଙ୍କ ନେତୃତ୍ୱରେ ଚିଲିକା କୂଳରେ ଆରମ୍ଭ ହୋଇଥିବା ଉକ୍ତ ଜଳଛତ୍ର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ଉଦଘାଟନ କରି ଜନସାଧାରଣଙ୍କୁ ଦହିପଣା ବଣ୍ଟନ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ତିନୋଟି ସେବା ସଂସ୍ଥାର ସ୍ବେଛାସେବୀ ଯୋଗଦେଇ ଯାତ୍ରୀ ଓ ପଥିକମାନଙ୍କୁ ଦହିପଣା ଓ ଜଳ ବଣ୍ଟନ କରିଥିଲେ। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।



