Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମିଶିଗଲା ଜେଏସଡବ୍ଲୁ ଗ୍ରୁପ୍‍ର ଇସ୍ପାତ ଓ ସିମେଣ୍ଟ ବ୍ୟବସାୟ, ନୂଆ ନାମ ହେଲା ଜେଏସଡବ୍ଲୁ ୱାନ୍‍
ଜାତୀୟ ଖବର

ମିଶିଗଲା ଜେଏସଡବ୍ଲୁ ଗ୍ରୁପ୍‍ର ଇସ୍ପାତ ଓ ସିମେଣ୍ଟ ବ୍ୟବସାୟ, ନୂଆ ନାମ ହେଲା ଜେଏସଡବ୍ଲୁ ୱାନ୍‍

August 25, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link
ମିଶିଗଲା ଜେଏସଡବ୍ଲୁ ଗ୍ରୁପ୍‍ର ଇସ୍ପାତ ଓ ସିମେଣ୍ଟ ବ୍ୟବସାୟ, ନୂଆ ନାମ ହେଲା ଜେଏସଡବ୍ଲୁ ୱାନ୍‍

ଭୁବନେଶ୍ୱର : ୧୨ ବିଲିଅନ ଆମେରିକୀୟ ଡଲାରର ଭାରତୀୟ ଉଦ୍ୟୋଗ ସଂଗୋଷ୍ଠୀ ଜେଏସଡବ୍ଲୁ ଗ୍ରୁପ୍‍ ଏକ ସମନ୍ୱିତ ଜେଏସଡବ୍ଲୁ ୱାନ ପ୍ରୟାସ ଅଧୀନରେ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟରେ ଏହାର ଆବଣ୍ଟନ ଏବଂ ଯୋଗାଣ ଶୃଙ୍ଖଳ ଅଭିଜ୍ଞତାର ସମ୍ମିଶ୍ରଣ ଘଟାଉଛି। ଜେଏସଡବ୍ଲୁ ଗ୍ରୁପ୍‍ର ଭାରତରେ ଇସ୍ପାତ, ସିମେଣ୍ଟ ଏବଂ ରଙ୍ଗ ବ୍ୟବସାୟରେ ଉପସ୍ଥିତି ରହିଛି। ଏହି ସମସ୍ତ ତିନିଟି ଉତ୍ପାଦର ସମାନ ଗ୍ରାହକ ରହିଛନ୍ତି, ଯେହେତୁ ସେଗୁଡିକ ଗୃହ ନିର୍ମାଣରେ ନିତାନ୍ତ ଆବଶ୍ୟକ। ଏହି ସମାନ ଗ୍ରାହକ ଏବଂ ଚାନେଲ ଅଂଶୀଦାରଙ୍କ ନିକଟରେ ପହଞ୍ଚିବା ସକାଶେ ଏଭଳି ଅନନ୍ୟ ପ୍ରୟାସ ଜରିଆରେ ଏକ ସମନ୍ୱିତ ପଦକ୍ଷେପ ନିଆଯାଉଛି।

ଜେଏସଡବ୍ଲୁ ୱାନ ପୂର୍ବାଞ୍ଚଳରେ ତାହାର କାର୍ଯ୍ୟ ଆରମ୍ଭ କରିଛି ଏବଂ ଆଗାମୀ କିଛିବର୍ଷ ମଧ୍ୟରେ ସର୍ବଭାରତୀୟ ଓ ସ୍ତରକୁ ପରିବ୍ୟାପ୍ତ ହେବ। ଏହା ଜେଏସଡବ୍ଲୁ ଗ୍ରୁପ୍‍ର ବିକ୍ରି ଓ ଯୋଗାଣ ଶୃଙ୍ଖଳ ନେଟୱର୍କର ଗଭୀରତା ଏବଂ ପ୍ରସାରିତ ସ୍ଥିତିକୁ ଅଧିକ ଶାଣିତ ଏବଂ ଅଧିକତମ କରି ଉଭୟ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟକୁ ଫାଇଦା ପହଞ୍ଚାଇବା ନିମନ୍ତେ ସହଯୋଗ ହାସଲ କରିବ। ଜେଏସଡବ୍ଲୁ ୱାନ୍‍ ନିଜର ଗ୍ରାହକଙ୍କୁ ବ୍ୟାପକ ସେବା ସାମର୍ଥ୍ୟ ଯୋଗାଇଦେବା ସକାଶେ ଏହାର ବିବିଧ ଉତ୍ପାଦ ବର୍ଗରେ ବିଶେଷ ଅଭିଜ୍ଞତାର ସମ୍ମିଶ୍ରଣ ଘଟାଇବ।

ଜେଏସଡବ୍ଲୁ ୱାନ୍‍ ପ୍ରୟାସର ଶୁଭାରମ୍ଭ ଅବସରରେ ପ୍ରକାଶକରି ଜେଏସଡବ୍ଲୁ ସିମେଣ୍ଟର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ କହିଛନ୍ତି, “ଭାରତକୁ ପ୍ରତିଦିନ ଅଧିକ ଉତ୍ତମ କରିବା ଲକ୍ଷ୍ୟରେ ଜେଏସଡବ୍ଲୁ ଗ୍ରୁପ୍‍ କାର୍ଯ୍ୟ କରୁଛି। ଏହି ଉଦ୍ଦେଶ୍ୟକୁ ମନ ମଧ୍ୟରେ ରଖି ଆମ ଗ୍ରୁପ୍‍ର ଆବଣ୍ଟନ, ଯୋଗାଣ ଶୃଙ୍ଖଳ ଏବଂ ଉତ୍ପାଦଗୁଡିକ ମଧ୍ୟରେ ସହଯୋଗିତାକୁ ଉଭୟ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟରେ ସମ୍ମିଶ୍ରିତ କରିବା ସକାଶେ ଆମେ ଜେଏସଡବ୍ଲୁ ୱାନ୍‍ର ଶୁଭାରମ୍ଭ କରିଛୁ। ଏହି ମିଶ୍ରଣ ଚିନ୍ତାଧାରା ସର୍ବଦା ମୋ ଅନ୍ତରରେ ରହିଆସିଛି ଏବଂ ଏହା ବାସ୍ତବ ରୂପନେବା ଦେଖି ମୁଁ ଆନନ୍ଦ ଅନୁଭବ କରୁଛି। ଆମର ଗ୍ରାହକମାନେ ସେମାନଙ୍କର ବାସଗୃହ ନିର୍ମାଣ କରିବା ସକାଶେ ଟିଏମଟି ରିବାର୍‍, ସିମେଣ୍ଟ ଏବଂ ଇସ୍ପାତ ଛାତ ଆବଶ୍ୟକ କରୁଛନ୍ତି ଏବଂ ସେମାନଙ୍କ ଘରର ସୌନ୍ଦର୍ଯ୍ୟକରଣ କରିବାକୁ ରଙ୍ଗ ମଧ୍ୟ ଆବଶ୍ୟକ କରୁଛନ୍ତି।

ଜେଏସଡବ୍ଲୁ ବିଶ୍ୱସ୍ତରରେ ଏକମାତ୍ର ଉଦ୍ୟୋଗ ସଂଗୋଷ୍ଠୀ ଯାହା ଆମ ଗ୍ରାହକମାନଙ୍କୁ ଇସ୍ପାତ, ସିମେଣ୍ଟ ଏବଂ ରଙ୍ଗ ଏକ ବ୍ୟାପକ ଆକାରରେ ଯୋଗାଇ ଦେଉଛି। ଜେଏସଡବ୍ଲୁ ୱାନ୍‍ ଜରିଆରେ ଆମେ ଆମ ଗ୍ରାହକଙ୍କୁ ନିଜର ଉତ୍ପାଦଗୁଡିକର ବିପଣନ ପଦ୍ଧତିରେ ପରିବର୍ତ୍ତନ ଏବଂ ତାହା ସମ୍ପୂର୍ଣ୍ଣ ବଦଳାଇଦେବାକୁ ଏହି ଅନନ୍ୟ ସୁଯୋଗର ସଦୁପଯୋଗ କରୁଛୁ ।

ଜେଏସଡବ୍ଲୁ ୱାନ୍‍ ଏହାର ସମାନ ଅଂଶୀଦାରଙ୍କ ପରିବେଶ ଓ ପରିସ୍ଥିତିର ଆବଶ୍ୟକତା ପୂରଣ କରିବା ସକାଶେ ବହୁଗୁଣ ଶକ୍ତିସଂପନ୍ନ ହେବାର ସୁଯୋଗ ରଖୁଛି ବୋଲି ମୋର ଦୃଢ ବିଶ୍ୱାସ ।” ଜେଏସଡବ୍ଲୁ ଷ୍ଟିଲ୍‍ର ବିପଣନ ଓ ବିକ୍ରୟ କାର୍ଯ୍ୟନିର୍ବାହୀ ଉପ ସଭାପତି ଶ୍ରୀ ବିନୟ ଶ୍ରଫ କହିଛନ୍ତି, “ଜେଏସଡବ୍ଲୁ ଗ୍ରୁପ୍‍ର ଅଗ୍ରଣୀ ବ୍ୟବସାୟ ଏବଂ ଏକ ସମନ୍ୱିତ ଇସ୍ପାତ ଉତ୍ପାଦନକାରୀ ଭାବରେ ଜେଏସଡବ୍ଲୁ ଷ୍ଟିଲ ବିବିଧ ଗ୍ରାହକ ଉପଯୋଗିତା ନିମନ୍ତେ ଉଚ୍ଚ ସାମର୍ଥ୍ୟ ବିଶିଷ୍ଟ, ଅତ୍ୟାଧୁନିକ ଏବଂ ଶ୍ରେଷ୍ଠ ଇସ୍ପାତ ସାମଗ୍ରୀର ଏକ ଅଗ୍ରଣୀ ଉତ୍ପାଦନକାରୀ ହୋଇଛି।

ଆମ ବ୍ରାଣ୍ଡ୍‍ଗୁଡିକ ଗୃହନିର୍ମାଣ ସମେତ ସେମାନଙ୍କର ନିିଜସ୍ୱ ବର୍ଗରେ ଅଗ୍ରଣୀ ସ୍ଥାନ ଅଧିକାର କରିଛନ୍ତି। ପୂର୍ବାଞ୍ଚଳରେ ଆମର ବ୍ରାଣ୍ଡ୍‍ର ଉପସ୍ଥିତି ସହିତ ଏହା ପ୍ରତିଷ୍ଠିତ ହୋଇଥିବାବେଳେ ଏହାର ଅଧିକ ଗଭୀରତମ ପ୍ରବେଶ କ୍ଷେତ୍ରରେ ଜେଏସଡବ୍ଲୁ ୱାନ୍‍ ଏକ ଚମତ୍କାର ସୁଯୋଗ ଆଣିଦେବ। ଏହା ସର୍ବାଧିକ ଅଗ୍ରଣୀ ଖୁଚୁରା ସମ୍ମିଶ୍ରଣ ଆକାରରେ ଆମର ଗ୍ରାହକମାନଙ୍କ ଆବଶ୍ୟକତା ମୁତାବକ ଉଚ୍ଚ ଗୁଣମାନର ଜେଏସଡବ୍ଲୁ ନିଓଷ୍ଟିଲ ଟିଏମଟି ରିବାର୍‍ ଏବଂ ସିମେଣ୍ଟ ଯୋଗାଇଦେବ। ତାହାସହିତ ପୂର୍ବାଞ୍ଚଳରେ ପରିମାଣଗତ ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ଆବଣ୍ଟନ ଶୃଙ୍ଖଳ ଏବଂ ଉପସ୍ଥିତିକୁ ପରିବ୍ୟାପ୍ତ କରି ଆମ ବ୍ୟବସାୟ ସଂସ୍ଥାଗୁଡିକ ଗ୍ରୁପ୍‍ର ସଂରଚନାଗତ ସମ୍ମିଳିତ ସାମର୍ଥ୍ୟ ଜେଏସଡବ୍ଲୁ ୱାନ୍‍ ଜରିଆରେ ହାସଲ କରିବ ।”

ଜେଏସଡବ୍ଲୁ ସମେଣ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲେଶ ନରୱେକର କହିଛନ୍ତି, “ବିଗତ ଅଳ୍ପକିଛି ବର୍ଷ ମଧ୍ୟରେ ଜେଏସଡବ୍ଲୁ ସିମେଣ୍ଟ ନୂତନ ପ୍ରବେଶକାରୀ ଭାବରେ ଭାରତର ପୂର୍ବାଞ୍ଚଳ ବଜାରରେ ଉଲ୍ଲେଖନୀୟ ଅଗ୍ରଗତି କରିପାରିଛି, ଯିଏ ସିମେଣ୍ଟ ଉତ୍ପାଦନକାରୀଙ୍କ ମଧ୍ୟରେ ‘କ’ ଶ୍ରେଣୀରେ ନିଜ ସ୍ଥିତିକୁ ମଜଭୁତ କରିବାରେ ସମର୍ଥ ହୋଇଛି। ସେହି ସମାନ ଆବଣ୍ଟନ ବ୍ୟବସ୍ଥା ଜରିଆରେ ସିମେଣ୍ଟ ଏବଂ ଇସ୍ପାତର ସମ୍ମିଶ୍ରିତ ପ୍ରୟାସକୁ ଉପଯୋଗ କରିବାରେ ଜେଏସଡବ୍ଲୁ ୱାନ୍‍ ଜେଏସଡବ୍ଲୁ ଗ୍ରୁପ୍‍ର ଏକ ଅଗ୍ରଣୀ ପ୍ରୟାସ ହୋଇଛି।

ଜେଏସଡବ୍ଲୁ ୱାନ୍‍ ସିମେଣ୍ଟ ଓ ଇସ୍ପାତ ଉତ୍ପାଦସମୂହ ଜରିଆରେ ନୂତନ ରାଜସ୍ୱ ପନ୍ଥାର ସୁଯୋଗ ନେବାଦିଗରେ ଜେଏସଡବ୍ଲୁ ୱାନ୍‍ ଆମର ଉଭୟ ବ୍ୟବସାୟିକ ଅଂଶୀଦାରଙ୍କ ପାଇଁ ସହାୟକ ହେବ। ତାହାସହିତ ଏହା ଆମର ବିକ୍ରୟ ଦଳ ପାଇଁ ବୃତ୍ତିଗତ ବିକାଶ ସୁଯୋଗ ଉନ୍ମୁକ୍ତ କରିବ, ଯେଉଁମାନେ ବର୍ତ୍ତମାନ ସିମେଣ୍ଟ ଏବଂ ଇସ୍ପାତ ଭଳି ଦୁଇଟି ଭିନ୍ନ ଉତ୍ପାଦକୁ ଅତ୍ୟନ୍ତ ସାମାନ୍ୟ ଭିନ୍ନ ଆବଣ୍ଟନ ଢାଞ୍ଚା (ଯଥା ଗୋଟିଏ ବିତରକ କୈନ୍ଦ୍ରିକ ଏବଂ ଅନ୍ୟଟି ଏକ ବହୁବ୍ରାଣ୍ଡ୍‍ ଡିଲର / ସବ୍‍ଡିଲର କାଉଣ୍ଟ ପରିଚାଳନା ସମ୍ପର୍କିତ)ରେ ପରିଚାଳନା କରିବେ ଏବଂ ପ୍ରଭାବିତ କରୁଥିବା ପ୍ରାୟ ସମାନ ପରିବେଶ ପରିସ୍ଥିତିକୁ ନେଇ କାର୍ଯ୍ୟ କରିବେ। ମୁଁ ଦୃଢ ନିଶ୍ଚିତ ଯେ ଜେଏସଡବ୍ଲୁ ଗ୍ରୁପ୍‍କୁ ଅଧିକରୁ ଅଧିକ ସୁଦୃଢ କରିବାରେ ଜେଏସଡବ୍ଲୁ ୱାନ୍‍ ସହାୟକ ହେବ ।” ଜେଏସଡବ୍ଲୁ ସିମେଣ୍ଟର ବିକ୍ରୟ ଓ ବିପଣନ ଉପସଭାପତି ଶ୍ରୀ ସୁର୍ଯୟନ ମୁଖାର୍ଜୀ କହିଛନ୍ତି, “ଭାରତର ପୂର୍ବାଞ୍ଚଳରେ ଜେଏସଡବ୍ଲୁ ଗ୍ର୍ରୁପ୍‍ର ୧୭୬୬ ସିମେଣ୍ଟ ଡିଲର ଏବଂ ୯୫୦ ଇସ୍ପାତ ଡିଲର ରହିଛନ୍ତି । ଏଗୁଡିକ ମଧ୍ୟରୁ ମାତ୍ର ୧୧୦ ଡିଲର ସମ୍ପ୍ରତି ଉଭୟ ଇସ୍ପାତ ଓ ସିମେଣ୍ଟ ବିକ୍ରି କରୁଛନ୍ତି ।

ଜେଏସଡବ୍ଲୁ ୱାନ୍‍ ପ୍ରୟାସ ଦ୍ୱାରା ଆମେ ପୂର୍ବାଞ୍ଚଳରେ ଆମର ସମ୍ମିଶ୍ରିତ ଉପସ୍ଥିତିକୁ ଅଧିକ ଗଭୀର କରିବା ଦିଗରେ ଅଗ୍ରସର ହେବାକୁ ସମର୍ଥ ହୋଇପାରିବୁ । ତେଣୁ ମୂଲ୍ୟ ଶୃଙ୍ଖଳରେ ମିସ୍ତ୍ରୀ ଏବଂ ଠିକାଦାରଙ୍କର ଉଲ୍ଲେଖଯୋଗ୍ୟ ପ୍ରଭାବ ରହିଛି । ଜେଏସଡବ୍ଲୁ ୱାନ୍‍ ପ୍ରୟାସ ଏହି ସାଧାରଣ ଅଂଶୀଦାରଙ୍କ ସହିତ ଆମକୁ ନିୟୋଜିତ କରିବାରେ ସହାୟକ ହେବ ଏବଂ ବଜାରରେ ଅଧିକ ଆସ୍ଥାଭାବ ସୃଷ୍ଟି କରିବାରେ ସମ୍ମିଶ୍ରିତ ପ୍ରୟାସକୁ ଉପଯୋଗ କରିବ ।”

ଜେଏସଡବ୍ଲୁ ୱାନ୍‍ ଏହାର ବ୍ୟବସାୟୀ ଅଂଶୀଦାରଙ୍କୁ ଜେଏସଡବ୍ଲୁ ନିଓଷ୍ଟିଲ ଟିଏମଟି ରିବାର୍‍ ଏବଂ ସିମେଣ୍ଟ ଉତ୍ପାଦ ଏକତ୍ର ଯୋଗାଣ ଆରମ୍ଭ କରିଛି । ଏହା ଜେଏସଡବ୍ଲୁକୁ ନିଜର ଗ୍ରାହକମାନଙ୍କର ନିକଟତର କରାଇବା କ୍ଷେତ୍ରରେ ଗ୍ରୁପ୍‍ର ବାସ୍ତବ ପହଞ୍ଚକୁ ପରିବ୍ୟାପ୍ତ କରିବାରେ ସହାୟକ ହେବ । ଗ୍ରାହକଙ୍କ ବାସଗୃହ ନିର୍ମାଣ ଆବଶ୍ୟକତା ନିମନ୍ତେ ଗୋଟିଏ ସ୍ଥାନରେ ସମସ୍ତ ସମାଧାନ ଯୋଗାଇବା ଦିଗରେ ଜେଏସଡବ୍ଲୁକୁ ଉପସ୍ଥାପିତ କରିବା ଏବଂ ତତ୍‍ସହିତ ବିଭିନ୍ନ ବ୍ୟବସାୟ ସଂସ୍ଥା ମଧ୍ୟରେ ଗ୍ରାହକ ଅପରିବର୍ତ୍ତିତ ରହିବାର ଫାଇଦା ନେବାରେ ଜେଏସଡବ୍ଲୁ ୱାନ୍‍ ସମର୍ଥ ହୋଇପା

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025
Latest News

ପାକିସ୍ତାନୀ ଗୁପ୍ତଚରଙ୍କ ସମ୍ପର୍କରେ ଥିଲେ ୧୫ ଅଧିକାରୀ, ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା

August 26, 2025

ଏସିଆ କପ ପୂର୍ବରୁ ଭାରତୀୟ ଦଳକୁ ଚେତାଇ ଦେଲେ ହରିସ୍ ରୌଫ୍!: ମ୍ୟାଚ୍ ପୂର୍ବରୁ ଦେଲେ ବଡ଼ ବୟାନ

August 26, 2025

ଅପରେସନ ସିନ୍ଦୂରର ସଫଳତା ଓ ସାଂସ୍କୃତିକ ପରମ୍ପରାକୁ ଆଧାର କରି ବନ୍ଦେ ଓଡିଶା କାର୍ଯ୍ୟକ୍ରମ

August 26, 2025

ଉଚ୍ଚ ଶୁଳ୍କ ଲାଗୁ କରିଥିବା ଟ୍ରମ୍ପଙ୍କୁ କିପରି ଜବାବ ଦେବ ଭାରତ?: ଜାଣନ୍ତୁ ଏହି ତିନୋଟି ବିକଳ୍ପ

August 26, 2025

‘ଅନେକ ଦେଶରେ ଚାଲିବ ଇଭି ଯାନ, ଯେଉଁଥିରେ ଲେଖାଯିବ ମେଡ୍ ଇନ୍ ଇଣ୍ଡିଆ’, ପ୍ରଧାନମନ୍ତ୍ରୀ ମୋଦି

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.