ଆଜି ରାଜ୍ୟରୁ ସର୍ବାଧିକ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 441କୁ ବୃଦ୍ଧି

Published: Aug 26, 2020, 11:33 am IST

ଭୁବନେଶ୍ବର : ଆଜି ରାଜ୍ୟରୁ ସର୍ବାଧିକ 13 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସମ୍ବଲପୁର ଓ ସୁନ୍ଦରଗଡରୁ ସର୍ବାଧିକ 3 ଜଣ ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ କଟକ ଓ ଗଞ୍ଜାମରୁ 2 ଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହିପରି କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ।

ସମ୍ବଲପୁରର ଦୁଇମୃତକଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ଓ ଅନ୍ୟ ଜଣେ 40 ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ରହିଛି ।

ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 441କୁ ବୃଦ୍ଧି ହୋଇଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି :
ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 16936 14947 1798 183 8
ଖୋର୍ଦ୍ଧା 13338 7826 5446 56 10
କଟକ 6525 3837 2656 28 4
ସୁନ୍ଦରଗଡ 4087 2965 1085 33 4
ରାୟଗଡା 3566 2036 1509 21 0
ଯାଜପୁର 3305 2079 1221 4 1
ବାଲେଶ୍ବର 3175 2126 1035 9 5
କୋରାପୁଟ 2985 1871 1111 3 0
ପୁରୀ 2965 1779 1172 11 3
ଗଜପତି 2755 2342 394 18 1
ନୟାଗଡ 2561 1582 965 12 2
ମୟୂରଭଞ୍ଜ 2506 1299 1201 3 3
ଭଦ୍ରକ 2336 1417 909 6 4
ସମ୍ବଲପୁର 2270 1349 910 11 0
ମାଲକାନଗିରି 2093 1344 742 4 3
କନ୍ଧମାଳ 2006 1544 455 7 0
କେଉଁଝର 1593 1242 343 6 2
ଜଗତସିଂହପୁର 1580 1060 518 2 0
ବଲାଙ୍ଗିର 1520 910 606 4 0
ବରଗଡ 1488 825 658 5 0
କେନ୍ଦ୍ରାପଡା 1385 868 513 3 1
ଢେଙ୍କାନାଳ 1296 927 367 2 0
କଳାହାଣ୍ଡି 1160 748 410 2 0
ଝାରସୁଗୁଡା 939 555 383 1 0
ନବରଙ୍ଗପୁର 919 560 356 1 2
ଅନୁଗୁଳ 732 455 273 4 0
ବୌଦ୍ଧ 543 320 223 0 0
ସୋନପୁର 531 219 310 2 0
ନୂଆପଡା 340 296 44 0 0
ଦେବଗଡ 167 142 25 0 0

Related posts