ଭୁବନେଶ୍ୱର : ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଛତିଶଗଡ଼ର ରାୟଗଡ଼ ଜେଲର । ବହୁ ଚର୍ଚ୍ଚିତ କଳ୍ପନା ଦାସ ଏବଂ ଝିଅ ବବଲି ଡବଲ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ରାୟଗଡ଼ା ସ୍ଥିତ ଫଟିସ ଜିନ୍ଦଲ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରାୟଗଡ଼ ଜେଲରୁ ବାହାର କରି ନିଆଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୁହାଯାଇଛି ।
ଜେଲ ଅଧୀକ୍ଷକ ଏନ.କେ ଦହରିଆଙ୍କ ଅନୁଯାୟୀ ପୂର୍ବରୁ ଅନୁପ ହୃଦରୋଗୀ ହୋଇଥିବା ବେଳେ ସକାଳେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରାୟଗଡ଼ ଜିନ୍ଦଲ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି ।
Tags: