ଆଜି ରାଜ୍ୟରୁ 7 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 448କୁ ବୃଦ୍ଧି

Published: Aug 27, 2020, 11:33 am IST

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ 7 ଜଣଙ୍କ ଜୀବନ ନେଇଛି କରୋନା । ଏହା ସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 448କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ସମ୍ବଲପୁରରୁ 3ଜଣ  ରହିଥିବା ବେଳେ ବରଗଡରୁ 2 ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତୀତ ଭୁବନେଶ୍ୱର ଏବଂ ଭଦ୍ରକରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 62 ବର୍ଷ ହୋଇଥିବାବେଳେ ଭଦ୍ରକର ଆକ୍ରାନ୍ତଙ୍କ ବୟସ 60 ବର୍ଷ ବୋଲି ସୂଚନା ରହିଛି । ସେହିପରି ବରଗଡରୁ ଦୁଇ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ଜଣେ 76 ବର୍ଷୀୟ ମହିଳା ଓ ଅନ୍ୟ ଜଣେ 65 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ଆଜି ସମ୍ବଲପୁରରୁ ତିନିଜଣ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ମଧ୍ୟରେ  ଜଣେ 60 ବର୍ଷୀୟ ମହିଳା ରହିଛନ୍ତି । ଅନ୍ୟ ଦୁଇଜଣ ଆକ୍ରାନ୍ତ ପୁରୁଷ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 75 ଓ 58 ବର୍ଷ ବୋଲି ସୂଚନା ରହିଛି ।

କେଉଁ ଜିଲ୍ଲାରେ କିପରି ରହିଛି କରୋନା ସ୍ଥିତି : 

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ)
ଗଞ୍ଜାମ 17113 15185 1737 183 8
ଖୋର୍ଦ୍ଧା 13925 8558 5300 57 10
କଟକ 7017 4018 2967 28 4
ସୁନ୍ଦରଗଡ 4188 3226 925 33 4
ରାୟଗଡା 3720 2253 1446 21 0
ଯାଜପୁର 3481 2111 1365 4 1
ବାଲେଶ୍ବର 3294 2281 999 9 5
ପୁରୀ 3086 1900 1172 11 3
କୋରାପୁଟ 3074 1990 1081 3 0
ଗଜପତି 2764 2369 376 18 1
ମୟୂରଭଞ୍ଜ 2683 1411 1266 3 3
ନୟାଗଡ 2637 1642 981 12 2
ସମ୍ବଲପୁର 2452 1476 962 14 0
ଭଦ୍ରକ 2418 1662 745 7 4
ମାଲକାନଗିରି 2137 1398 732 4 3
କନ୍ଧମାଳ 2064 1612 445 7 0
କେଉଁଝର 1656 1276 372 6 2
ବରଗଡ 1645 903 735 7 0
ଜଗତସିଂହପୁର 1623 1076 545 2 0
ବଲାଙ୍ଗିର 1619 975 640 4 0
କେନ୍ଦ୍ରାପଡା 1461 887 570 3 1
ଢେଙ୍କାନାଳ 1356 976 378 2 0
କଳାହାଣ୍ଡି 1187 804 381 2 0
ଝାରସୁଗୁଡା 1033 575 457 1 0
ନବରଙ୍ଗପୁର 950 596 351 1 2
ଅନୁଗୁଳ 745 477 264 4 0
ସୋନପୁର 568 322 244 2 0
ବୌଦ୍ଧ 548 404 144 0 0
ନୂଆପଡା 359 307 52 0 0
ଦେବଗଡ 183 143 40 0 0

 

 

Related posts