ଭୁବନେଶ୍ବରରେ ବଢୁଛି ସ୍ଥାନୀୟ ସଂକ୍ରମଣ : ଆଜି ରାଜଧାନୀରୁ 386 ନୂତନ ଆକ୍ରାନ୍ତ ଚିହ୍ନଟ

Published: Aug 27, 2020, 6:23 pm IST

ଭୁବନେଶ୍ବର :  ଭୁବନେଶ୍ୱରରେ ସଂକ୍ରମଣ ଦିନକୁ ଦିନ ବଢୁଛି । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଏବେ ଚିନ୍ତାର ବିଷୟ ପାଲଟିଛି। ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ରାଜଧାନୀରୁ 386 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ 183ଜଣ ଚିହ୍ନଟ ହୋଇଥିବାବେଳେ 203 ଜଣ ଲୋକାଲ୍‌ କେସ୍‌ ରହିଥିବାର ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ଚିହ୍ନଟ ହୋଇଥିବା 183 ଆକ୍ରାନ୍ତଙ୍କ ମଧ୍ୟରେ ଗଙ୍ଗନଗର ଏସ୍‌ୟୁଏଚ୍‌ରୁ 38 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ ଆଇଡି ମାର୍କେଟରୁ 15ଜଣ ଚିହ୍ନଟ ହୋଇଛନ୍ତି । ସପ୍ତମ ବାଟାଲିଅନ୍‌ରୁ 11ଜଣ ରହିଥିବାବେଳେ ଘରୋଇ ହସ୍ପିଟାଲରୁ 12 ଜଣ, ସିଆରପିଏଫ୍‌ କ୍ୟାମ୍ପସ୍‌ରୁ5ଜଣ, ବରଗଡ କେନାଲ୍‌ ରୋଡରୁ 5ଜଣ ରହିଛନ୍ତି ।

Image

ଆଜି 203 ଲୋକାଲ୍‌ କେସ୍‌ ମଧ୍ୟରୁ ସରକାରୀ ସେଣ୍ଟ୍ରାଲ୍‌ ହସ୍ପିଟାଲରୁ 3 ଜଣ କର୍ମଚାରୀ ଥିବାବେଳେ ବିଶ୍ବେଶ୍ବର ବସ୍ତିରୁ 5 ଜଣ, ଚନ୍ଦ୍ରଶେଖରପୁର ସେଭେନ୍ସ ବାଟାଲିଅନ୍‌ରୁ 10 ଜଣ, ଶହୀଦ ନଗରରୁ 5 ଜଣ, ଶହୀଦ ନଗର ଶାନ୍ତିପଲ୍ଲୀ ବସ୍ତିରୁ ଜଣେ, ଆଇଆରସି ଭିଲେଜରୁ 8 ଜଣ ରହିଛନ୍ତି ।

Image

Image

ସେହିପରି ଆଜି 213ଜଣ ସୁସ୍ଥ ହୋଇଥିବାବେଳେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 8 ହଜାର 647ରେ ପହଞ୍ଚିଛି । ସେହିପରି 5 ହଜାର 124 ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 36ରେ ପହଞ୍ଚିଛି । ଏବେ ସୁଦ୍ଧା ଭୁବନେଶ୍ବରରରେ 3478ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି  ।

 

Related posts