ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 8ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବର ଓ ଗଞ୍ଜାମରୁ ଦୁଇଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ବଲାଙ୍ଗିର, ରାୟଗଡା,ବରଗଡ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଥିବାର ସୂଚନା ଦେଇଛି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର ବିଭାଗ ।
ବରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ ହେଉଛନ୍ତି 61 ବର୍ଷୀୟ ମହିଳା । ସେହିପରି ଭଦ୍ରକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ହେଉଛି62 ବର୍ଷ । ସେହିପରି ଭୁବନେଶ୍ବରରୁ ଦୁଇ ମୃତକଙ୍କ ପୁରୁଷ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 65 ଓ 56 ବର୍ଷ । ସେହିପରି ବଲାଙ୍ଗିର ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 40 ବର୍ଷ । ସେହିପରି ଗଞ୍ଜାମରୁ ଆଜି ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଦୁହିଁଙ୍କ ବୟସଯଥାକ୍ରମେ 55 ଓ45 ବର୍ଷ । ସେହିପରି ରାୟଗଡା ଜିଲ୍ଲାରୁ 60 ବର୍ଷର ପୁରୁଷଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 448କୁ ବୃଦ୍ଧି ହୋଇଛି ।
Tags: