ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ୟାଶ୍ରୀ

Published: Aug 28, 2020, 12:50 pm IST

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛି ଆଦିତ୍ୟଙ୍କ ପରିବାର । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ ପିତା ଆଜି ମାନ୍ୟବର ହାଇକୋର୍ଟଙ୍କ ନିକଟରେ ସିବିଆଇ ତଦନ୍ତର ଦାବି କରିଛନ୍ତି । ଏହି ମାମଲାର ତଦନ୍ତ ପ୍ରଥମେ ଜିଆରପି ପକ୍ଷରୁ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ।

ଏପରିକି ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇଥିଲା । ଆଜି ଶ୍ୱଶୁରଙ୍କ ସହିତ ବିଦ୍ୟାଶ୍ରୀ ହାଇକୋର୍ଟରେ ପହଞ୍ଚି ସିବିଆଇ ତଦନ୍ତର ଦାବି କରିଥିବାର ସୂଚନାରହିଛି ।

Related posts