Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି କୋରାପୁଟସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦ୍ଵାଦଶ ପ୍ରତିଷ୍ଠା ଦିବସ
ଆଜିର ଖବର

ଆଜି କୋରାପୁଟସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦ୍ଵାଦଶ ପ୍ରତିଷ୍ଠା ଦିବସ

August 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି କୋରାପୁଟସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦ୍ଵାଦଶ ପ୍ରତିଷ୍ଠା ଦିବସ

ଭୁବନେଶ୍ବର, ଆଜି କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଦ୍ଵାଦଶ ପ୍ରତିଷ୍ଠା ଦିବସ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହେବ । ପ୍ରାରମ୍ଭରେ ମହାମହିମ ରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟର ଭିଜିଟର୍ ରାମନାଥ କୋବିନ୍ଦଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରାଯିବ। ଏହାପରେ‍ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କର ସ୍ଵତନ୍ତ୍ର ଭିଡିଓ ଶୁଭେଚ୍ଛା ବାର୍ତ୍ତା ଜଣାଇବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରୀୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ଏହି ଭର୍ଚୁଆଲ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ଏହି ଅବସରରେ ନୂତନ କେନ୍ଦ୍ରୀୟ ପାଠାଗାର, ଶ୍ରେଣୀଗୃହ, ଷ୍ଟାଫ-କ୍ଵାର୍ଟର୍ସ ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମମ୍ ସମାରୋହରେ ସଭାପତିତ୍ଵ କରିବେ। ଭାରତ ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଡ. ସଂଜୀବ ସାନ୍ୟାଲ୍ ପ୍ରତିଷ୍ଠା ଦିବସ ଅଭିଭାଷଣ ପ୍ରଦାନ କରିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ ଅରୁଣ କୁମାର ସାହୁ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଡି.ପି. ସିଂହ ପ୍ରମୁଖ ଏହି ଉତ୍ସବ ନିମନ୍ତେ ଅଭିନନ୍ଦନ ବାର୍ତ୍ତା ଜ୍ଞାପନ କରିଛନ୍ତି।

୨୦୦୯ରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୦୯ ଅନୁଯାୟୀ ଦେଶ ନଅଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହିତ କୋରାପୁଟ ଠାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ଶୈକ୍ଷିକ ସମୃଦ୍ଧି ଓ ବିକାଶ ସହିତ ତାର ସ୍ଵଶୈକ୍ଷିକ ପରିସରକୁ ବିକାଶ ପଥରେ ନେବା ପାଇଁ ତତ୍ପର ରହିଛି । ୧୪ଗୋଟି ବିଭାଗରେ ୩୦ ଗୋଟି ସ୍ଵତନ୍ତ୍ର ପାଠ୍ୟକ୍ରମ ବ୍ୟତୀତ ନୂଆ ୧୨ ଗୋଟି ଶିକ୍ଷା ପାଠ୍ୟକ୍ରମ ଆସନ୍ତା ଶିକ୍ଷାବର୍ଷ ଠାରୁ ଆରମ୍ଭ କରିବାପାଇଁ ଯୋଜନା ହୋଇଛି ।

ସେଥିମଧ୍ୟରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ବେସିକ୍-ସାଇନ୍ସ ଆଣ୍ଡ ଇଫରମେସନ ସାଇନ୍ସ ବିଭାଗ ଅଧୀନରେ ଉଦ୍ଭିଦ ବିଜ୍ଞାନ, ଜୀବବିଜ୍ଞାନ, ଜୈବ-ରସାୟନ ଏବଂ ଜୈବ-ବୈଷୟିକ ବିଭାଗ ଏବଂ ଲାଇଫ୍ ସାଇନ୍ସ ଅନ୍ତର୍ଗତ ରାଜନୀତି ବିଜ୍ଞାନ, ପବ୍ଲିକ ଆଡମିନିଷ୍ଟ୍ରେସନ୍, ମନୋବିଜ୍ଞାନ, ପବ୍ଲିକ ହେଲଥ, ସୋସିଆଲ୍ ୱ।ର୍କ ବିଭାଗ ସୋସିଆଲ ସାଇନ୍ସ ଅଧୀନରେ, ସେଣ୍ଟର୍ ଫର୍ ରିସର୍ଚ୍ଚ ଆଣ୍ଡ ପବ୍ଲିକ୍ ପଲିସି ଏବଂ ସେଣ୍ଟର୍ ଫର୍ ଜେଣ୍ଡର୍ ଷ୍ଟଡିଜ୍ ଖୋଲାଯିବା ପରିକଳ୍ପନା କରାଯାଇଛି। ଏପରିକି ବିଶ୍ୱବିଦ୍ୟାଳୟ ବିଭିନ୍ନ ସରକାରୀ/ବେସରକାରୀ ପ୍ରତିଷ୍ଠାନ, କର୍ମଚାରୀ, ସମବାୟ ସଂସ୍ଥା ତଥା ଅନ୍ୟାନ୍ୟ ବ୍ୟକ୍ତିବିଶେଷମାନଙ୍କ ନିମନ୍ତେ ଏକଜିକ୍ୟୁଟିଭ ଏମ୍.ବି.ଏ ପାଠ୍ୟକ୍ରମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ସମ୍ପ୍ରତି ମହାମାରୀ କୋଭିଡ-୧୯ର ବିପଦପୂର୍ଣ୍ଣ ପରିସ୍ଥିତିକୁ ଆଖିଆଗରେ ରଖି ବିଶ୍ୱବିଦ୍ୟାଳୟ ଅନ୍-ଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରିବା ସହିତ ଇଣ୍ଟରନାଲ ସେମିଷ୍ଟାର ଏବଂ ଶେଷ ସେମିଷ୍ଟାର ପରୀକ୍ଷାକୁ ମଧ୍ୟ ବେଶ୍ ସଫଳତାର ସହିତ କରିବାକୁ ସମର୍ଥ ହୋଇପାରିଛି।

ଚଳିତ ବର୍ଷ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ଦ୍ଵାଦଶ ପ୍ରତିଷ୍ଠା ଦିବସ ପାଳନ ଅବସରରେ କୁଳପତିଙ୍କ ଦ୍ଵାରା ୧୨ଟି ବୃକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ  ସଞ୍ଜୟ ଧୋତ୍ରେଙ୍କ ଦ୍ଵାରା ‘ସ୍ମରଣିକା’ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ପ୍ରତିଷ୍ଠା ଦିବସ ଅସରରେ କୁଳପତିଙ୍କ ଦ୍ଵାରା ବିଶ୍ୱବିଦ୍ୟାଳୟର ପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ଏହି କାର୍ଯ୍ୟକ୍ରମକୁ କୋଭିଡ-୧୯ର ସମସ୍ତ ନିୟମକୁ ଆଖି ଆଗରେ ରଖି ପାଳନ କରିବା ନିମନ୍ତେ ସମସ୍ତ ସତର୍କତା ଅବଲମ୍ବନ କରାଯିବାର ପଦେକ୍ଷେପ ନିଆଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ନଭେମ୍ବର ୫ରୁ କଟକରେ ଆରମ୍ଭ ହେବ ପ୍ରସିଦ୍ଧ ବାଲିଯାତ୍ରା

September 13, 2025

କିଏ ସେହି ବ୍ୟକ୍ତି, ଯିଏ କି ବିଶ୍ବର ହେଲେ ଦ୍ବିତୀୟ ଧନୀ, ତାଙ୍କର ବୟସ ୮୧ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ବୟସ ୩୩ ବର୍ଷ

September 13, 2025

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖ ଶନିବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2025

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

September 12, 2025
Latest News

ଆସନ୍ତା ନଭେମ୍ବର ୫ରୁ କଟକରେ ଆରମ୍ଭ ହେବ ପ୍ରସିଦ୍ଧ ବାଲିଯାତ୍ରା

September 13, 2025

କିଏ ସେହି ବ୍ୟକ୍ତି, ଯିଏ କି ବିଶ୍ବର ହେଲେ ଦ୍ବିତୀୟ ଧନୀ, ତାଙ୍କର ବୟସ ୮୧ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ବୟସ ୩୩ ବର୍ଷ

September 13, 2025

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖ ଶନିବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2025

ଗଞ୍ଜାମରେ ‘ପୋଷଣ ମାସ’ ଏବଂ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ସମ୍ପର୍କରେ ସଚେତନତା

September 12, 2025

ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ର ବିଜେତା ହେଲା ପୂର୍ବତଟ ରେଳପଥ

September 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.