Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁର୍ନୀତି ବିରୋଧୀ ସ୍ଵର, କେବଳ ଛଳନା
ବିଶେଷ ଖବର

ଦୁର୍ନୀତି ବିରୋଧୀ ସ୍ଵର, କେବଳ ଛଳନା

October 18, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଦୁର୍ନୀତି କାରଣରୁ ଦେଶର ଅର୍ଥନୈତିକ ବୈଷମ୍ୟ ଓ ଶୋଷଣ ବଢୁଛି,  ଏକଥା ସମସ୍ତେ ଜାଣନ୍ତି। ସ୍ଵାଧୀନତାର ସତୁରୀ ବର୍ଷ ପରେ ଭାରତର ରାଜନୀତିରେ ଦୁର୍ନୀତି ଏକ ପ୍ରମୁଖ ଆଲୋଚନାର ବିଷୟ ହୋଇଥିଲେ ମଧ୍ୟ ଦୁର୍ନୀତି ବିରୋଧରେ ଠୋସ ପଦକ୍ଷେପ ନେବାକୁ କୌଣସି ରାଜନୈତିକ ଶକ୍ତି କେବେହେଲେ ଚେଷ୍ଟା କରିନାହାନ୍ତି। ଦେଶର ଶାସନ କ୍ଷମତାରେ ସର୍ବାଧିକ ସମୟ ରହିଥିବା କଂଗ୍ରେସ ଦଳକୁ ଦୁର୍ନୀତିର ଭଣ୍ଡାରଘର ବୋଲି କହି ଅଣକଂଗ୍ରେସ ଶକ୍ତି କ୍ଷମତା ହାସଲ କରିଛନ୍ତି। ହେଲେ କ୍ଷମତା ହାତେଇଲା ପରେ ଅଣ କଂଗ୍ରେସ ଶକ୍ତି ଗୁଡିକ କଂଗ୍ରେସର ରାସ୍ତା ଇ ବାଛିଛନ୍ତି। ଅଶି ଦଶକରେ କଂଗ୍ରେସ ବୋଫର୍ସ ଦୁର୍ନୀତି ଲାଗି ନିନ୍ଦିତ ହୋଇଥିବା ବେଳେ ଆଜି ମୋଦୀ ସରକାର ରାଫାଲେ ଦୁର୍ନୀତିର ଜାଲରେ ଫସି ଯାଇଛି। ଏକଦା ଜରୁରୀକାଳୀନ ପରିସ୍ଥିତି ସମୟର ଦୁର୍ନୀତି ଓ ଏକଛତ୍ରବାଦ ବିରୋଧୀ ଆଂଦୋଳନର ନେତୃତ୍ଵ ନେଇଥିବା ଜୟପ୍ରକାଶ ନାରାୟଣଙ୍କ ଚେଲା ଚାମୁଣ୍ଡା ମାନେ ପରବର୍ତ୍ତୀ ସମୟରେ ନିଜେ ଦୁର୍ନୀତି ଓ ଏକଛତ୍ରବାଦର ମଞ୍ଜ ପାଲଟିଛନ୍ତି। ଲାଲୁ ଯାଦବ, ରାମ ବିଳାଶ ପାଶ୍ୱାନ., ନୀତିଶ କୁମାର ମୁଲାୟମ ସିଂ ଯାଦବ, ଅରୁଣ ଜେଟଲି ପ୍ରମୁଖ ତାର ଉଦାହରଣ। କଂଗ୍ରେସ ଦୁର୍ନୀତି ବିରୋଧରେ କହୁ କହୁ ଏଇ ନେତାମାନେ ନିଜେ କେତେବେଳେ କଂଗ୍ରେସଠୁ ଅଧିକ ସ୍ଵେଚ୍ଚାଚାରୀ ଓ ଦୁର୍ନୀତିଗ୍ରସ୍ତ ହୋଇପଡିଛନ୍ତି, ତାହା ସେମାନେ ବି ବୁଝିପାରିନାହାନ୍ତି।  

ତେବେ ୨୦୧୨/୧୩ ମସିହାରେ ଆନ୍ନା ହଜାରେଙ୍କ ନେତୃତ୍ବରେ ସବୁଠୁ ବଡ ଦୁର୍ନୀତି ବିରୋଧୀ ଅଭିଯାନକୁ ଆମେ ଦେଖିଲୁ। ଦିଲ୍ଲୀର ରାମଳୀଳା ମଇଦାନଠାରେ “ମେରା ନେତା ଚୋର ହୈ” ବୋଲି ଚିତ୍କାର କରି ହଜାର ହଜାର ଜନସାଧାରଣ ଯେଉଁ ଆନ୍ଦୋଳନ କରିଥିଲେ, ସେ ଆନ୍ଦୋଳନକୁ ଚତୁରତାର ସହିତ ସରକାର ବିରୋଧୀ ଅସ୍ତ୍ର ଭାବରେ ପ୍ରୟୋଗ କରି ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନରେ କ୍ଷମତା ଦଖଲ କଲା। କ୍ଷମତା ପରିବର୍ତ୍ତନ ସହିତ ଦୁର୍ନୀତି ବିରୋଧୀ ଅଭିଯାନର ମଧ୍ୟ ମୃତ୍ୟୁ  ଘଟିଲା । ଏପରିକି ଯେଉଁ ଲୋକପାଳ ଗଠନ ଲାଗି ଏତେ ତୁମ୍ଭି ତୋଫାନ ହୋଇଥିଲା, ପାଞ୍ଚ ବର୍ଷ ଭିତରେ ସେ ଲୋକପାଳ ବ୍ୟବସ୍ଥା ହାୱାରେ ଉଡିଗଲା। ଦୁର୍ନୀତି ବିରୋଧୀ ସବୁ ଅନୁଷ୍ଠାନ ଗତ ଚାରିବର୍ଷ ଭିତରେ କେବଳ କାଗଜ ବାଘ ହୋଇ ବସିରହିଛନ୍ତି। ମନମୋହନ ସିଂ ସରକାର ସମୟରେ ସବୁଠୁ ସକ୍ରିୟ ଥିବା ସିବିଆଇ ଆଜି ସରକାରୀ ଗୁଣ୍ଡା ର ଭୂମିକା ତୁଲାଉଛି। ସିଭିସି, ମହା ଲେଖାକାର, ପ୍ରବର୍ତ୍ତନ ବିଭାଗ ଓ ଆୟକର ବିଭାଗ ଏବେ କେବଳ ରାଜନୈତିକ ବିରୋଧୀଙ୍କୁ ଜବତ କରିବା ଲାଗି ଲାଠିଆଳ ହୋଇ କାମ କରୁଛନ୍ତି। ତେଣୁ କଂଗ୍ରେସ ଅମଳର ସବୁ ଦୁର୍ନୀତି ଏବେ ଅଦାଲତରେ ଫସର ଫାଟିଯାଉଥିବା ବେଳେ ବିଜେପି ସରକାର ବେଲଗାମ ଦୁର୍ନୀତିର ଅଭିଷେକ କରୁଛନ୍ତି। ତମ ବୋଫର୍ସ ଖରାପ ହେଲେ ଆମ ରାଫାଲେ ବଢିଆ ଯୁକ୍ତିରେ ଆଜିର ରାଜନୀତି ଚାଲିଛି।

ଓଡିଶା କ୍ଷେତ୍ରରେ ମଧ୍ୟ ସମାନ କଥା। ଦେଶ ସ୍ଵାଧୀନ ହେବାପରେ ଜଣେ ଅତ୍ୟନ୍ତ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ଵ ପାଇଥିବା ଓଡିଶା ପରବର୍ତ୍ତୀ କାଳରେ ଦୁର୍ନୀତିର ପେଣ୍ଠ ଭାବେ ଦୁର୍ନାମ ଅର୍ଜିଥିଲା। ଏକଦା ଓଡିଶାର ମୁଖ୍ୟମନ୍ତ୍ରୀମାନଙ୍କ ବିରୋଧରେ ମୁଧଲକର କମିଶନ, ସରଜୁ ପ୍ରସାଦ କମିଶନ, ଶାହ କମିଶନ, ଖାନ୍ନା କମିଶନ ଭଳି ବହୁ ତଦନ୍ତକାରୀ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେଥିରୁ କିଛି କମିଶନ କେତେକଙ୍କୁ ଅଭିଯୁକ୍ତ ଭାବରେ ଦଣ୍ଡିତ କରିବାର ସୁପାରିଶ ମଧ୍ୟ କରିଥିଲେ। ହେଲେ ଆଇନର ଗଲାବାଟ ଦେଇ ବଡ ମୁଣ୍ଡ ମାନେ ବିଭିନ୍ନ ବାଟରେ ଖସିଗଲେ। ଅଶି ଦଶକରୁ ଓଡିଶାରେ ଦୁର୍ନୀତି ଏକ ଗ୍ରହଣୀୟ ନୀତି ପାଲଟିଗଲା। ଆଜି ବି ସେ ଧାରା ବଳବତ୍ତର ରହିଛି।

ଆଜି ଯେତେବେଳେ ଓଡିଶା ସରକାର ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଉଠୁଛି, ଲୋକେ ପ୍ରଥମେ ଦେଖୁଛନ୍ତି, ଅଭିଯୋଗକାରୀ କିଏ? ଓଡିଶାର ଚର୍ଚ୍ଚିତ ଖଣି ଦୁର୍ନୀତି ପ୍ରସଙ୍ଗରେ ଜଷ୍ଟିସ ଏମ॰ବି॰ ଶାହ ଯେଉଁ ରିପୋର୍ଟ ଦେଇଥିଲେ, ତାକୁ କେନ୍ଦ୍ରର ମୋଦୀ ସରକାର ଡଷ୍ଟବିନ କୁ ଫୋପାଡି ଦେଇଛନ୍ତି। ସେହିପରି ଚିଟଫଣ୍ଡ ଦୁର୍ନୀତି ମାମଲାରେ କେବଳ ସୁଆଙ୍ଗ ଦେଖେଇବା ଛଡା କେନ୍ଦ୍ରର ସିବିଆଇ ଅଧିକ କିଛି କରିନାହିଁ। ତେଣୁ ବିଜେପି ଓଡିଶାରେ ଯେତେବେଳେ ଦୁର୍ନୀତି ବା ପିସି କଥା ଉଠାଉଛି, ସେଠି ଲୋକ ବିଜେପି ନିଜ ମୁହଁ ଦର୍ପଣରେ ପ୍ରଥମେ ଦେଖୁ ବୋଲି ଭାବିବା ସ୍ଵାଭାବିକ। ଅପର ପକ୍ଷରେ କଂଗ୍ରେସ, ଯେତେ ଅଧିକ କ୍ଷମତାରୁ ଦୂରରେ ଥିଲେ ମଧ୍ୟ, ଦୁର୍ନୀତିର ଛିଟା ତାଙ୍କ ଦେହରୁ ଛାଡୁନାହିଁ। ବିଜୁ ଜନତା ଦଳ ଭିତରୁ ଯେଉଁ ନେତାମାନେ ତଡା ଖାଇ ଆସୁଛନ୍ତି, ସେମାନେ କେବେ କେମିତି ସରକାର କୁ ଘାଇଲା କରିବାକୁ ଦୁର୍ନୀତି ପ୍ରସଙ୍ଗ ଉଠାଉଛନ୍ତି।  ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ପରି ନେତା ବିଜେଡି ଶିବିରରେ ୧୮ ବର୍ଷ ରହି ସବୁ ମଲାଇ ଖାଇ ସାରିଲା ପରେ ଦୁର୍ନୀତି ବିରୋଧରେ କହିବାଟା ଲୋକଙ୍କୁ ପ୍ରଭାବିତ କରିପାରୁନି।

ଏସବୁର ଅନ୍ତିମ ପରିଣତି ହେଉଛି, ଦୁର୍ନୀତି ଆମ ରାଜନୀତିରେ ଏବେ ଏକ ଚଳନୀୟ ବ୍ୟବସ୍ଥା ହୋଇଯାଇଛି। ଯିଏ ଦୁର୍ନୀତି ବିରୋଧରେ କହୁଛି ତାକୁ ମାଉଁସ ଖଣ୍ଡେ ଫୋପାଡିଦେଲେ ସେ ଚୁପ। ମୁହଁ ରେ ହାଡ ଜାକି କୁକୁର ଭୁକିପାରିବ ନାହିଁ। ତେଣୁ ହାଡଖଣ୍ଡେ ପାଇବା ଲାଗି ଦୁର୍ନୀତି ବିରୋଧୀ ଅଭିଯାନ ସହ ଲୋକେ ଆଉ ନିଜକୁ ସାମିଲ କରୁନାହାନ୍ତି। ଆଜିର ତାରିଖରେ ଦୁର୍ନୀତି ବିରୋଧରେ କହିବା, ସବୁଠୁ ବଡ ଛଳନା ଓ ନିର୍ବାଚନୀ ରାଜନୀତିରେ ଏହାର କୌଣସି ପ୍ରଭାବ ପଡିବାର ନାହିଁ।

ଓଡିଶା ରାଜନୀତି ଦାମୋଦର ରାଉତ ଦୁର୍ନୀତି ନବୀନ
Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.