Categories
ବିଶେଷ ଖବର ରାଜ୍ୟ ଖବର

ଓଡିଶା ରାଜନୀତିରେ ବଢିବାରେ ଲାଗିଛି ପ୍ରତିବାଦର ଭିନ୍ନ ଫଣ୍ଡା- ଅଣ୍ଡାଗିରି; ଲାଭ ହେଉଛି ନା କ୍ଷତି !

ଭୁବନେଶ୍ବର: ଓଡିଶା ରାଜନୀତିରେ ଏବେ ଏକ ନୂଆ ପ୍ରକାରର ନିତି ଦେଖିବାକୁ ମିଳିଛି, ତାହା ହେଲା ଅଣ୍ଡାଗିରି। ଏଥିପାଇଁ ଏହାକୁ ଅଣ୍ଡାଗିରି ବୋଲି କୁହାଯିବ କାରଣ କୌଣସି ଉନ୍ନୟନ କାର୍ଯ୍ୟରେ ରାଜ୍ୟ ମନ୍ତ୍ରୀ ହୁଅନ୍ତୁ କିମ୍ବା କେନ୍ଦ୍ର ମନ୍ତ୍ରୀ, ତାଙ୍କୁ ଓଡିଶାର ଅଣ୍ଡାମାଡର ସମ୍ମୁଖୀନ ହେବାକୁ ପଡିବ। ଯେଉଁମାନେ ଅଣ୍ଡା ଫିଙ୍ଗୁଛନ୍ତି ସେମାନଙ୍କ ପାଇଁ ବିକାଶ ନୁହେଁ ବଂର ତାଙ୍କର ଦାବୀ ପ୍ରମୁଖ। ସେଥିପାଇଁ ଏହାକୁ ଦାଦାଗିରି ପରି ଅଣ୍ଡାଗିରି ବୋଲି କୁହାଯିବ।

ଗତ କିଛିଦିନ ଧରି ଓଡିଶାରେ ଏହି ଅଣ୍ଡାଗିରିର ପ୍ରାର୍ଦୁଭାବ ବଢିବାରେ ଲାଗିଛି। ବିଶେଷ କରି ବିଜେପି କର୍ମିମାନେ ଏହି ଅଣ୍ଡାଗିରିକୁ ବେଶୀ ପରିମାଣରେ ପ୍ରଦର୍ଶିତ କରୁଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା ହେଲା ଯେ, ଏଥିରେ ସେହି ଅଣ୍ଡା ଫିଙ୍ଗାଳି ଏବଂ ତାଙ୍କର ନେତାମାନେ ମଧ୍ୟ ବେଶ ଖୁସି ପ୍ରକଟ କରୁଛନ୍ତି। କାରଣ ସେମାନେ ବିଭିନ୍ନ ଆନ୍ଦୋଳନ କରିବା ପରେ ମଧ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦେଲେ ନାହିଁ। ସେଥିପାଇଁ ସେମାନେ ମନେମନେ ଭାବିଛନ୍ତି ଯେ, ଏପରି ଅଣ୍ଡା ଫିଙ୍ଗିଲେ ମନ୍ତ୍ରୀମାନେ ଆଉ ଘରୁ ବାହାରି ପାରିବେ ନାହିଁ। ଶାସନକଳ ଅଚଳ ହୋଇପଡିବ।

ଅନ୍ୟପକ୍ଷରେ ବିଜେପିର ଏପରି ଦୃଢ ପ୍ରତିବାଦରେ ବିଜେଡି ମଧ୍ୟ ଛାଡିବାର ନାହିଁ। ଯାହାକୁ ନେଇ ବିଜେପି ବିରୋଧ କରୁଛି ବିଜେଡି ଜାଣିଶୁଣି ସେଇଆ ହିଁ କରୁଛି। ଉଦାହରଣ ସ୍ବରୂପ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ନିଜ ସଭାରେ ବସାଇବା ଘଟଣା। ମୟୁରଭଂଜର ସ୍ମାର୍ଟ କାର୍ଡ ବଣ୍ଟନ ଉତ୍ସବରେ ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସଭାକୁ ବାରଣ କରାଗଲା। ଏହାକୁ ନେଇ ବିଜେପି ବେଶ୍ ତୁମ୍ବିତୋଫାନ କଲା। ମୁଖ୍ୟମନ୍ତ୍ରୀ ଯଦି ତାଙ୍କ ସଭାକୁ ବାରଣ କଲେ ତେବେ ତାଙ୍କୁ ମନ୍ତ୍ରୀ ପଦରେ କାହିଁକି ରଖିଛନ୍ତି। ଏହାର ଜବାବରେ ସେହି ସ୍ମାର୍ଟ କାର୍ଡ ବଣ୍ଟନ କଳାହାଣ୍ଡିରେ କରାଗଲା ଆଉ ଦିବ୍ୟଶଙ୍କର ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଲେ।

ମମିତା ମେହେର ଘଟଣାରେ ବିଜେପି ଯେତେ ପ୍ରକାରର ଆନ୍ଦୋଳନ ପ୍ରତିବାଦ କରିବା ସତ୍ବେ ମଧ୍ୟ ଦିବ୍ୟଶଙ୍କର ଇସ୍ତଫା ଦେଉ ନାହାଁନ୍ତି। ଫଳରେ ବିଜେପି ରାଗ ତମତମରେ ବର୍ତ୍ତମାନ ମନ୍ତ୍ରୀଙ୍କ ଗସ୍ତ ବେଳେ ଏହି ଅଣ୍ଡାମାଡ କାର୍ଯ୍ୟ ଆପଣେଇ ନେଇଛି। ଏହାର ଜବାବ ମଧ୍ୟ ବିଜେଡି ମଙ୍ଗୁଆଳମାନେ ଦେବାରେ ଲାଗିଛନ୍ତି।

ବିଜେପି କର୍ମିମାନେ ଯେତେ ଯେତେ ଅଣ୍ଡାମାଡ କରୁଛନ୍ତି, ବିଜେଡି ସେତିକି ସେତିକି କାର୍ଯ୍ୟକ୍ରମ କରିବାରେ ଲାଗିଛି। ଏହା ବିଜେଡି ଦଳର ଲୋକପ୍ରିୟତା ପାଇଁ ବିଜେପି ବେଶ ସାହାଯ୍ୟ କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।  ରାସ୍ତାଉପରେ ଆନ୍ଦୋଳନ କରିବାକୁ ହୁଏତ ଲୋକେ ଗ୍ରହଣ କରିବେ, ହେଲେ ଉନ୍ନୟନ କାର୍ଯ୍ୟରେ ବାଧା ଦେବାକୁ କେହି ଗ୍ରହଣ କରିବେ ନାହିଁ। ଏ କଥା ବୋଧହୁଏ ବିଜେପି ମଙ୍ଗୁଆଳମାନେ ଜାଣିପାରୁ ନାହାଁନ୍ତି।

ପ୍ରକୃତ ପକ୍ଷେ ଯେ କୌଣସି ଦଳ ନିଜର ପ୍ରଚାର କରିବାର ହକ ରହିଛି। ହେଲେ ତାହାର ତରିକା ଭିନ୍ନ ଭିନ୍ନ ରହିଛି। କିନ୍ତୁ ଓଡିଶାରେ ବିଜେପିର ତରିକା ହେଲା କେବଳ ଛିନଛତ୍ର କରିବା। ସେମାନେ କେବେ ବି କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବାର ନଜରି ନାହିଁ। ସେମାନେ ଭାବନ୍ତି କେବଳ ନବୀନ ପଟ୍ଟନାୟକ ଏବଂ ବିଜେଡିକୁ ବିରୋଧ କରି ବଦନାମ କଲେ ତାଙ୍କର ଲୋକପ୍ରିୟତା ବଢିବ।

ଏହି ତରିକା ବିଜେପି 2014 ନିର୍ବାଚନରେ ଏବଂ ଗତ 2019 ନିର୍ଚାଚନ ପ୍ରୟୋଗ କରି ମଧ୍ୟ ସଫଳତା ହାସଲ କରିପାରିଲା ନାହିଁ। ଏବେ ଓଡିଶାରେ ବିଜେପିର ଏହି ଅଣ୍ଡାଗିରି ପରି ମାଧ୍ୟମ ଆଗାମୀ ପଞ୍ଚାୟତ ନିର୍ବାଚନରେ କଣ ପ୍ରଭାବ ପକାଇବ ତାହା ଲୋକେ ଜାଣି ସାରିଲେଣି।

Categories
ବିଶେଷ ଖବର

ଦୁର୍ନୀତି ବିରୋଧୀ ସ୍ଵର, କେବଳ ଛଳନା

କେଦାର ମିଶ୍ର

ଦୁର୍ନୀତି କାରଣରୁ ଦେଶର ଅର୍ଥନୈତିକ ବୈଷମ୍ୟ ଓ ଶୋଷଣ ବଢୁଛି,  ଏକଥା ସମସ୍ତେ ଜାଣନ୍ତି। ସ୍ଵାଧୀନତାର ସତୁରୀ ବର୍ଷ ପରେ ଭାରତର ରାଜନୀତିରେ ଦୁର୍ନୀତି ଏକ ପ୍ରମୁଖ ଆଲୋଚନାର ବିଷୟ ହୋଇଥିଲେ ମଧ୍ୟ ଦୁର୍ନୀତି ବିରୋଧରେ ଠୋସ ପଦକ୍ଷେପ ନେବାକୁ କୌଣସି ରାଜନୈତିକ ଶକ୍ତି କେବେହେଲେ ଚେଷ୍ଟା କରିନାହାନ୍ତି। ଦେଶର ଶାସନ କ୍ଷମତାରେ ସର୍ବାଧିକ ସମୟ ରହିଥିବା କଂଗ୍ରେସ ଦଳକୁ ଦୁର୍ନୀତିର ଭଣ୍ଡାରଘର ବୋଲି କହି ଅଣକଂଗ୍ରେସ ଶକ୍ତି କ୍ଷମତା ହାସଲ କରିଛନ୍ତି। ହେଲେ କ୍ଷମତା ହାତେଇଲା ପରେ ଅଣ କଂଗ୍ରେସ ଶକ୍ତି ଗୁଡିକ କଂଗ୍ରେସର ରାସ୍ତା ଇ ବାଛିଛନ୍ତିଅଶି ଦଶକରେ କଂଗ୍ରେସ ବୋଫର୍ସ ଦୁର୍ନୀତି ଲାଗି ନିନ୍ଦିତ ହୋଇଥିବା ବେଳେ ଆଜି ମୋଦୀ ସରକାର ରାଫାଲେ ଦୁର୍ନୀତିର ଜାଲରେ ଫସି ଯାଇଛି। ଏକଦା ଜରୁରୀକାଳୀନ ପରିସ୍ଥିତି ସମୟର ଦୁର୍ନୀତି ଓ ଏକଛତ୍ରବାଦ ବିରୋଧୀ ଆଂଦୋଳନର ନେତୃତ୍ଵ ନେଇଥିବା ଜୟପ୍ରକାଶ ନାରାୟଣଙ୍କ ଚେଲା ଚାମୁଣ୍ଡା ମାନେ ପରବର୍ତ୍ତୀ ସମୟରେ ନିଜେ ଦୁର୍ନୀତି ଓ ଏକଛତ୍ରବାଦର ମଞ୍ଜ ପାଲଟିଛନ୍ତି। ଲାଲୁ ଯାଦବ, ରାମ ବିଳାଶ ପାଶ୍ୱାନ., ନୀତିଶ କୁମାର ମୁଲାୟମ ସିଂ ଯାଦବ, ଅରୁଣ ଜେଟଲି ପ୍ରମୁଖ ତାର ଉଦାହରଣକଂଗ୍ରେସ ଦୁର୍ନୀତି ବିରୋଧରେ କହୁ କହୁ ଏଇ ନେତାମାନେ ନିଜେ କେତେବେଳେ କଂଗ୍ରେସଠୁ ଅଧିକ ସ୍ଵେଚ୍ଚାଚାରୀ ଓ ଦୁର୍ନୀତିଗ୍ରସ୍ତ ହୋଇପଡିଛନ୍ତି, ତାହା ସେମାନେ ବି ବୁଝିପାରିନାହାନ୍ତି 

ତେବେ ୨୦୧୨/୧୩ ମସିହାରେ ଆନ୍ନା ହଜାରେଙ୍କ ନେତୃତ୍ବରେ ସବୁଠୁ ବଡ ଦୁର୍ନୀତି ବିରୋଧୀ ଅଭିଯାନକୁ ଆମେ ଦେଖିଲୁ। ଦିଲ୍ଲୀର ରାମଳୀଳା ମଇଦାନଠାରେ “ମେରା ନେତା ଚୋର ହୈ” ବୋଲି ଚିତ୍କାର କରି ହଜାର ହଜାର ଜନସାଧାରଣ ଯେଉଁ ଆନ୍ଦୋଳନ କରିଥିଲେ, ସେ ଆନ୍ଦୋଳନକୁ ଚତୁରତାର ସହିତ ସରକାର ବିରୋଧୀ ଅସ୍ତ୍ର ଭାବରେ ପ୍ରୟୋଗ କରି ଭାରତୀୟ ଜନତା ପାର୍ଟି ୨୦୧୪ ନିର୍ବାଚନରେ କ୍ଷମତା ଦଖଲ କଲା। କ୍ଷମତା ପରିବର୍ତ୍ତନ ସହିତ ଦୁର୍ନୀତି ବିରୋଧୀ ଅଭିଯାନର ମଧ୍ୟ ମୃତ୍ୟୁ  ଘଟିଲା । ଏପରିକି ଯେଉଁ ଲୋକପାଳ ଗଠନ ଲାଗି ଏତେ ତୁମ୍ଭି ତୋଫାନ ହୋଇଥିଲା, ପାଞ୍ଚ ବର୍ଷ ଭିତରେ ସେ ଲୋକପାଳ ବ୍ୟବସ୍ଥା ହାୱାରେ ଉଡିଗଲାଦୁର୍ନୀତି ବିରୋଧୀ ସବୁ ଅନୁଷ୍ଠାନ ଗତ ଚାରିବର୍ଷ ଭିତରେ କେବଳ କାଗଜ ବାଘ ହୋଇ ବସିରହିଛନ୍ତିମନମୋହନ ସିଂ ସରକାର ସମୟରେ ସବୁଠୁ ସକ୍ରିୟ ଥିବା ସିବିଆଇ ଆଜି ସରକାରୀ ଗୁଣ୍ଡା ର ଭୂମିକା ତୁଲାଉଛିସିଭିସି, ମହା ଲେଖାକାର, ପ୍ରବର୍ତ୍ତନ ବିଭାଗ ଓ ଆୟକର ବିଭାଗ ଏବେ କେବଳ ରାଜନୈତିକ ବିରୋଧୀଙ୍କୁ ଜବତ କରିବା ଲାଗି ଲାଠିଆଳ ହୋଇ କାମ କରୁଛନ୍ତିତେଣୁ କଂଗ୍ରେସ ଅମଳର ସବୁ ଦୁର୍ନୀତି ଏବେ ଅଦାଲତରେ ଫସର ଫାଟିଯାଉଥିବା ବେଳେ ବିଜେପି ସରକାର ବେଲଗାମ ଦୁର୍ନୀତିର ଅଭିଷେକ କରୁଛନ୍ତିତମ ବୋଫର୍ସ ଖରାପ ହେଲେ ଆମ ରାଫାଲେ ବଢିଆ ଯୁକ୍ତିରେ ଆଜିର ରାଜନୀତି ଚାଲିଛି

ଓଡିଶା କ୍ଷେତ୍ରରେ ମଧ୍ୟ ସମାନ କଥା। ଦେଶ ସ୍ଵାଧୀନ ହେବାପରେ ଜଣେ ଅତ୍ୟନ୍ତ ସଚ୍ଚୋଟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ନେତୃତ୍ଵ ପାଇଥିବା ଓଡିଶା ପରବର୍ତ୍ତୀ କାଳରେ ଦୁର୍ନୀତିର ପେଣ୍ଠ ଭାବେ ଦୁର୍ନାମ ଅର୍ଜିଥିଲାଏକଦା ଓଡିଶାର ମୁଖ୍ୟମନ୍ତ୍ରୀମାନଙ୍କ ବିରୋଧରେ ମୁଧଲକର କମିଶନ, ସରଜୁ ପ୍ରସାଦ କମିଶନ, ଶାହ କମିଶନ, ଖାନ୍ନା କମିଶନ ଭଳି ବହୁ ତଦନ୍ତକାରୀ ବ୍ୟବସ୍ଥା ଗ୍ରହଣ କରାଯାଇଥିଲାସେଥିରୁ କିଛି କମିଶନ କେତେକଙ୍କୁ ଅଭିଯୁକ୍ତ ଭାବରେ ଦଣ୍ଡିତ କରିବାର ସୁପାରିଶ ମଧ୍ୟ କରିଥିଲେହେଲେ ଆଇନର ଗଲାବାଟ ଦେଇ ବଡ ମୁଣ୍ଡ ମାନେ ବିଭିନ୍ନ ବାଟରେ ଖସିଗଲେଅଶି ଦଶକରୁ ଓଡିଶାରେ ଦୁର୍ନୀତି ଏକ ଗ୍ରହଣୀୟ ନୀତି ପାଲଟିଗଲା। ଆଜି ବି ସେ ଧାରା ବଳବତ୍ତର ରହିଛି।

ଆଜି ଯେତେବେଳେ ଓଡିଶା ସରକାର ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଉଠୁଛି, ଲୋକେ ପ୍ରଥମେ ଦେଖୁଛନ୍ତି, ଅଭିଯୋଗକାରୀ କିଏ? ଓଡିଶାର ଚର୍ଚ୍ଚିତ ଖଣି ଦୁର୍ନୀତି ପ୍ରସଙ୍ଗରେ ଜଷ୍ଟିସ ଏମବି ଶାହ ଯେଉଁ ରିପୋର୍ଟ ଦେଇଥିଲେ, ତାକୁ କେନ୍ଦ୍ରର ମୋଦୀ ସରକାର ଡଷ୍ଟବିନ କୁ ଫୋପାଡି ଦେଇଛନ୍ତିସେହିପରି ଚିଟଫଣ୍ଡ ଦୁର୍ନୀତି ମାମଲାରେ କେବଳ ସୁଆଙ୍ଗ ଦେଖେଇବା ଛଡା କେନ୍ଦ୍ରର ସିବିଆଇ ଅଧିକ କିଛି କରିନାହିଁତେଣୁ ବିଜେପି ଓଡିଶାରେ ଯେତେବେଳେ ଦୁର୍ନୀତି ବା ପିସି କଥା ଉଠାଉଛି, ସେଠି ଲୋକ ବିଜେପି ନିଜ ମୁହଁ ଦର୍ପଣରେ ପ୍ରଥମେ ଦେଖୁ ବୋଲି ଭାବିବା ସ୍ଵାଭାବିକଅପର ପକ୍ଷରେ କଂଗ୍ରେସ, ଯେତେ ଅଧିକ କ୍ଷମତାରୁ ଦୂରରେ ଥିଲେ ମଧ୍ୟ, ଦୁର୍ନୀତିର ଛିଟା ତାଙ୍କ ଦେହରୁ ଛାଡୁନାହିଁବିଜୁ ଜନତା ଦଳ ଭିତରୁ ଯେଉଁ ନେତାମାନେ ତଡା ଖାଇ ଆସୁଛନ୍ତି, ସେମାନେ କେବେ କେମିତି ସରକାର କୁ ଘାଇଲା କରିବାକୁ ଦୁର୍ନୀତି ପ୍ରସଙ୍ଗ ଉଠାଉଛନ୍ତି ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ପରି ନେତା ବିଜେଡି ଶିବିରରେ ୧୮ ବର୍ଷ ରହି ସବୁ ମଲାଇ ଖାଇ ସାରିଲା ପରେ ଦୁର୍ନୀତି ବିରୋଧରେ କହିବାଟା ଲୋକଙ୍କୁ ପ୍ରଭାବିତ କରିପାରୁନି

ଏସବୁର ଅନ୍ତିମ ପରିଣତି ହେଉଛି, ଦୁର୍ନୀତି ଆମ ରାଜନୀତିରେ ଏବେ ଏକ ଚଳନୀୟ ବ୍ୟବସ୍ଥା ହୋଇଯାଇଛିଯିଏ ଦୁର୍ନୀତି ବିରୋଧରେ କହୁଛି ତାକୁ ମାଉଁସ ଖଣ୍ଡେ ଫୋପାଡିଦେଲେ ସେ ଚୁପମୁହଁ ରେ ହାଡ ଜାକି କୁକୁର ଭୁକିପାରିବ ନାହିଁ। ତେଣୁ ହାଡଖଣ୍ଡେ ପାଇବା ଲାଗି ଦୁର୍ନୀତି ବିରୋଧୀ ଅଭିଯାନ ସହ ଲୋକେ ଆଉ ନିଜକୁ ସାମିଲ କରୁନାହାନ୍ତି। ଆଜିର ତାରିଖରେ ଦୁର୍ନୀତି ବିରୋଧରେ କହିବା, ସବୁଠୁ ବଡ ଛଳନା ଓ ନିର୍ବାଚନୀ ରାଜନୀତିରେ ଏହାର କୌଣସି ପ୍ରଭାବ ପଡିବାର ନାହିଁ