Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ସୁଧୁରୁନି ଚୀନ୍‌: ଚୀନ ସେନାର ଅନୁପ୍ରବେଶକୁ କଡା ଜବାବ ଦେଲେ ଭାରତୀୟ ସେନା
ଅନ୍ତରାଷ୍ଟ୍ରୀୟ

ସୁଧୁରୁନି ଚୀନ୍‌: ଚୀନ ସେନାର ଅନୁପ୍ରବେଶକୁ କଡା ଜବାବ ଦେଲେ ଭାରତୀୟ ସେନା

August 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଳୀ: ପୁଣି ଥରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୨୯ -୨୯ ତାରିଖ ରାତିରେ ପେଙ୍ଗାଙ୍ଗତ୍ସୋ ଝିଲ୍‌ ନିକଟରେ ଉଭୟ ସେନା ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ସେନା ଚୀନ୍‌ ସେନାର ଉଦ୍ୟମକୁ ବିଫଳ କରିଦେଇଛନ୍ତି। ଆଲୋଚନା ସତ୍ତ୍ବେ ଚୀନ୍‌ ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବାବେଳେ ଏହାକୁ ଜବାବ ଦେଇଛି ଭାରତୀୟ ସେନା। ତେବେ ଦୁଇ ସେନା ମୁହାମୁହିଁ ହେବା ସତ୍ତ୍ବେ କୌଣସି ମୃତାହତ ହୋଇନଥିବାର ସୂଚନା ମିଳିଛି।

ଭାରତୀୟ ସେନାର ପିଆରଓ କର୍ଣ୍ଣଲ ଅମନ ଆନନ୍ଦ କହିଛନ୍ତି ଯେ, ‘ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲଏ)ର ଯବାନମାନେ ଅଗଷ୍ଟ ୨୯ ଓ ୨୯ ତାରିଖ ରାତ୍ରିରେ ପୂର୍ବ ଲଦାଖରେ ଚାଲିଥିବା ବିବାଦ ସମୟରେ ସାମରିକ ତଥା କୂଟନୈତିକ ସହମତିର ଉଲ୍ଲଂଘନ କରିବା ସହିତ ଏହାର ଯଥାସ୍ଥିତି ବଦଳାଇବା ପାଇଁ ପ୍ରଚେଷ୍ଟା ପୂର୍ବକ ଅନୁପ୍ରବେଶ କରିଥିଲେ।

ପିଆରଓ ଆହୁରି ମଧ୍ୟ କହିଛନ୍ତି ଯେ, ‘ଭାରତୀୟ ସେନା ପେଙ୍ଗାଙ୍ଗ ତ୍ସୋ ଝିଲ୍‌ର ଦକ୍ଷିଣ କୂଳରେ ପିଏଲଏ ଯବାନଙ୍କ ଅନୁପ୍ରବେଶକୁ ରୋକିବାରେ ସଫଳ ହୋଇଛନ୍ତି। ସେନାର ଯବାନ ମାନେ ଏହି ଅଞ୍ଚଳରେ ଆମର ସ୍ଥିତିକୁ ମଜବୁତ୍‌ ରଖିବା ସହିତ ଚୀନ୍‌ ସେନାର ଉଦ୍ୟମ ଉପରେ ପାଣି ପକାଇଦେଇଛନ୍ତି।

ଭାରତୀୟ ସେନା କଥାବାର୍ତ୍ତା ମାଧ୍ୟମରେ ଶାନ୍ତି ଓ ଏକତା ରଖିବା ନିମନ୍ତେ ପ୍ରତିବଦ୍ଧ। କିନ୍ତୁ ନିଜର କ୍ଷେତ୍ରୀୟ ଅଖଣ୍ଡତା ରକ୍ଷା ପାଇଁ ସେମାନେ ଦୃଢ ପ୍ରତିଜ୍ଞବଦ୍ଧ। ସୀମା ବିବାଦକୁ ସମାଧାନ କରିବା ନିମେନ୍ତ ଚୁସୁଲ୍‌ ନିକଟରେ ବ୍ରିଗେଡ୍‌ କମାଣ୍ଡରସ୍ତରୀୟ ଫ୍ଲେଗ୍‌ ମିଟିଂ ଚାଲୁଥିବାର ସୂଚନା ରହିଛି। (ଏଜେନ୍ସି)

indian army
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

June 16, 2026

ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

June 16, 2026

ଭାରତ-ସ୍ଲୋଭାକିଆ ମିଳିତ ବିବୃତ୍ତି

June 15, 2026

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026
Latest News

ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

June 16, 2026

ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

June 16, 2026

ଭାରତ-ସ୍ଲୋଭାକିଆ ମିଳିତ ବିବୃତ୍ତି

June 15, 2026

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026

ପଶ୍ଚିମବଂଗ ଦିଘା ରୁ ‘ଧାମ’ ଶବ୍ଦ ଉଠିବା ପରେ ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.