Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଗତସିଂହପୁର ସହରର ମୁଖ୍ୟ ରାସ୍ତାରେ ଲାଗିବ ସିସିଟିଭି, ରାସ୍ତାକୁ ଚଉଡା କରାଯିବା
ଆଜିର ଖବର

ଜଗତସିଂହପୁର ସହରର ମୁଖ୍ୟ ରାସ୍ତାରେ ଲାଗିବ ସିସିଟିଭି, ରାସ୍ତାକୁ ଚଉଡା କରାଯିବା

September 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :  ଜଗତସିଂହପୁର ସଂସ୍କୃତି ଭବନ ଠାରେ ଜଗତସିଂହପୁର ପୌରପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ପୌରପରିଷଦକୁ ସରସସୁନ୍ଦର ଓ ପ୍ରଗତିଶୀଳ କରିବା ପାଇଁ ୩କୋଟି ୮୪ଲକ୍ଷ ୪୧ହଜାର ୨୧୨ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା କରାଯାଇଛି।

ଏତଦବ୍ୟତୀତ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳ ୧କୋଟି ୭୦ଲକ୍ଷ ଟଙ୍କାର ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଜଗତସିଂହପୁର ପୌରପରିଷଦ ନିମନ୍ତେ ଉନ୍ନତି ଯୋଜନାରେ ଅନେକ ଅର୍ଥ ଆସିଛି। ଜଗତସିଂହପୁର ପୌରପରିଷଦକୁ ସ୍ୱଚ୍ଛ, ସୁନ୍ଦର ଓ ପ୍ରଗତିଶୀଳ କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ସ୍ୱଚ୍ଛ ପୌରପରିଷଦ ଭାବରେ ପାରାଦ୍ବୀପ ପୌରପାଳିକାକୁ ସର୍ବଭାରତୀୟ ସ୍ତରରେ ପୁରସ୍କୃତ କରାଯାଇଛି। ଆଗାମୀ ଦିନରେ ଜଗତସିଂହପୁର ପୌରପରିଷଦକୁ ସ୍ୱଚ୍ଛ ରଖିବା ପାଇଁ ଅଧିକ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ଓ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

ଏହି ସଭାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସଭାପତିତ୍ବ କରି କହିଲେ ଜଗତସିଂହପୁର ସହରକୁ ସରସ ସୁନ୍ଦର ଓ ପ୍ରଗତିଶୀଳ କରିବା ପାଇଁ ପୂର୍ବରୁ କଳ୍ପନା କରାଯାଇଥିଲା। ଯାହା ଆଜି ସାକାର ହେବାକୁ ଯାଉଛି ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ସହର ମଧ୍ୟରେ ଯାଇଥିବା କେନାଲ ଉପରେ କ୍ରସ୍ ଡ୍ରେନ୍ ରାସ୍ତା ନିର୍ମାଣ କରାଯିବ। ଯାହାଫଳରେ ଗମନାଗମନର ସୁବିଧା ହେବା ସହିତ ଦୁଇଚକିଆ ଯାନ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇ ପାରିବ। ସହର ମଧ୍ୟରେ ଏକ ବ୍ୟାୟାମଶାଳା ନିର୍ମାଣ ,କଲେଜଛକ ଠାରେ ବସ ବେ ନିର୍ମାଣ ,ସହର ମଧ୍ୟରେ ଥିବା ବିଭିନ୍ନ ସ୍ମଶାନର ଉନ୍ନତିକରଣ ,ଜଗତସିଂହପୁର ସହର ମୁଖ୍ୟ ରାସ୍ତାରେ ସିସିଟିଭି କ୍ୟାମେରା ସ୍ଥାପନା କରାଯିବ।

ଆଗାମୀ ଦିନରେ ଗାନ୍ଧୀଛକ ଠାରୁ ଯୋଗଧାରୀ ପର୍ଯ୍ୟନ୍ତ ରାସ୍ତାକୁ ଓସାରିଆ କରିବା ସହିତ ରାସ୍ତା ମଝିରେ ଡିଭାଇଡର୍ ନିର୍ମାଣ କରାଯିବ। ଏଥିସହିତ ସ୍ପୋର୍ଟସ୍ ହଷ୍ଟେଲ୍ ,ଇନଡୋର୍ ଷ୍ଟାଡିୟମ ନିର୍ମାଣ କରାଯିବ। ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତ୍ୟେକ ୱାର୍ଡରେ ୨ଜଣ ଲେଖାଏଁ ସଫେଇ କର୍ମଚାରୀ ନିୟୋଜିତ ହେବେ।

ଏହି ସଭାରେ ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି ଯୋଗଦେଇଥିବା ବେଳେ ପୌରପରିଷଦର ନିର୍ବାହୀ ଅଧିକାରୀ ବିମଳ କୁମାର ଲେଙ୍କା ପରିଷଦର ବିବରଣୀ ପାଠ କରିବା ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ପୌରପରିଷଦର ମେଡିକାଲ ଅଫିସର ଡା଼ ସରୋଜ ଷଡଙ୍ଗୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଦେବବ୍ରତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୫୪ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ୩୨ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ ,ବରିଷ୍ଠ ନାଗରିକ ଓ ପୌରପରିଷଦର କର୍ମଚାରୀମାନେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ରମ୍ଭା ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

January 14, 2026

ODIରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ୍ ହେଲେ ବିରାଟ କୋହଲି: ରୋହିତ ଶର୍ମାଙ୍କୁ କ୍ଷତି

January 14, 2026

ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

January 14, 2026

ମକର ସଂକ୍ରାନ୍ତି ଅବସରରେ ହରିଦ୍ୱାରରେ ଜମିଲା ଭିଡ଼: ବୁଡ଼ ପକାଇଲେ ଶ୍ରଦ୍ଧାଳୁ

January 14, 2026
Latest News

ରମ୍ଭା ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

January 14, 2026

ODIରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ୍ ହେଲେ ବିରାଟ କୋହଲି: ରୋହିତ ଶର୍ମାଙ୍କୁ କ୍ଷତି

January 14, 2026

ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

January 14, 2026

ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ଶ୍ଲୋକ ଲେଖିଲେ ପ୍ରଧାନମନ୍ତ୍ରୀ

January 14, 2026

ମକର ସଂକ୍ରାନ୍ତି ଅବସରରେ ହରିଦ୍ୱାରରେ ଜମିଲା ଭିଡ଼: ବୁଡ଼ ପକାଇଲେ ଶ୍ରଦ୍ଧାଳୁ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.