Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ହଜାର ୮୧ ଜଣ ସୁସ୍ଥ; ୬୯ ହଜାର ୯୨୧ ଜଣ ନୂଆ ସଂକ୍ରମିତ
ଜାତୀୟ ଖବର

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ ହଜାର ୮୧ ଜଣ ସୁସ୍ଥ; ୬୯ ହଜାର ୯୨୧ ଜଣ ନୂଆ ସଂକ୍ରମିତ

September 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଗତ ୫ ଦିନ ଧରି ଦୈନିକ ୬୦ ହଜାରରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୫,୦୮୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୮,୩୯,୮୮୨ରେ ପହଞ୍ଚିଥିବା ବେଳେ ସୁସ୍ଥତା ହାର ଶତକଡା ୭୭ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ତୁଳନାରେ ୩.୫ ଗୁଣ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ୭,୮୫,୯୯୬ ସକ୍ରିୟ ରୋଗୀ ଥିବାବେଳେ ୨୦.୫୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି । ଜୁଲାଇ ମାସର ପ୍ରଥମ ସପ୍ତାହ ତୁଳନାରେ ଅଗଷ୍ଟ ମାସ ଶେଷ ସପ୍ତାହରେ ସଂକ୍ରମିତଙ୍କ ତୁଳନାର ସୁସ୍ଥ ରୋଗୀଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ରାଜ୍ୟରେ ଅଧିକ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର ୧୧,୮୫୨, ଆନ୍ଧ୍ରପ୍ରଦେଶ ୧୦,୦୦୪, କର୍ଣ୍ଣାଟକ ୬,୪୯୫, ତାମିଲନାଡୁ ୫,୯୫୬ ଏବଂ ଉତ୍ତରପ୍ରଦେଶ ୪,୭୮୨ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇଲେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ଶତକଡା ୫୬ ଭାଗ ରୋଗୀ ଉପରୋକ୍ତ ୫ଟି ରାଜ୍ୟରୁ ଆସିଛନ୍ତି । ସେହିପରି ଏହି ୫ଟି ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହା ମୋଟ ଆରୋଗ୍ୟ ସଂଖ୍ୟାର ୫୮.୦୪ ପ୍ରତିଶତ ବୋଲି ଜଣାପଡିଛି।

ମହାରାଷ୍ଟ୍ରରେ ୧୧,୧୫୮ ଜଣ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୮,୭୭୨, କର୍ଣ୍ଣାଟକରେ ୭,୨୩୮, ତାମିଲନାଡୁରେ ୬,୦୦୮ ଓ ଉତ୍ତରପ୍ରଦେଶରେ ୪,୫୯୭ ଜଣ କାରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉପରୋକ୍ତ ୫ଟି ରାଜ୍ୟରୁ ୫୩୬ ଜଣଙ୍କର ମୃତ୍ୟୁ ହୋଇଛି ଅର୍ଥାତ ଦେଶର ମୋଟ ମୃତ୍ୟୁହାରର ୬୫.୪୦ ପ୍ରତିଶତ । ମହାରାଷ୍ଟ୍ରରେ ୧୮୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କରନାଟକରେ ୧୧୩, ତାମିଲନାଡୁରେ ୯୧, ଆନ୍ଧ୍ରପ୍ରଦେଶରେ ୮୫ ଏବଂ ଉତ୍ତରପ୍ରଦେଶରେ ୬୩ ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ଅପଡେଟ କରୋନା ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

ଆଜି ଶନିବାରରେ ପାଞ୍ଚୋଟି ରାଶି ପାଇଁ ଭଲ ଦିନ: ସବୁ ଯୋଜନାରେ ହେବେ ସଫଳ

March 7, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Latest News

ପ୍ରତିଯୋଗିତା ନୁହେଁ, ସହଭାଗିତା ହିଁ ସନ୍ତୁଳିତ ସମାଜ ଗଠନର ଆଧାର: ଅଖିଳ କୁମାର ମିଶ୍ର

March 7, 2026

ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ ନିର୍ଦ୍ଧାରଣ ଉପରେ ବିସ୍ତୃତ ଆଲୋଚ଼ନା କଲେ ପୃଥ୍ୱୀରାଜ ହରିଚ଼ନ୍ଦନ

March 7, 2026

ସରକାର ଏଗ୍ରିଷ୍ଟାକ୍‌ ମାଧ୍ୟମରେ କୃଷି ପାଇଁ ଏକ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ବିକଶିତ କରୁଛି: ପ୍ରଧାନମନ୍ତ୍ରୀ

March 7, 2026

ଏସଆଇଆର ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ

March 7, 2026

ଆଜି ଶନିବାରରେ ପାଞ୍ଚୋଟି ରାଶି ପାଇଁ ଭଲ ଦିନ: ସବୁ ଯୋଜନାରେ ହେବେ ସଫଳ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.