ଟାଙ୍ଗୀ ଜାତୀୟ ରାଜପଥରେ ବେଆଇନ ଗୋରୁ ଚଲାଣ ବେଳେ ୧୨ ଟି ଜୀବନ୍ତ ଗୋରୁ ଉଦ୍ଧାର, ଦୁଇ ଗିରଫ

Published: Sep 2, 2020, 6:56 pm IST

ସୀତାରାମ ଅଗ୍ରଓ୍ବାଲ

ଟାଙ୍ଗୀ : ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ସନ୍ଦେହରେ ଗୋଟିଏ ଟ୍ରକ୍ କୁ ଅଟକାଇ ଟ୍ରକ୍ ରୁ ୧୨ ଟି ଜୀବନ୍ତ ଗୋରୁକୁ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ ।  ଆଜି ମଧ୍ୟାହ୍ନ ରେ ଟାଙ୍ଗୀ  ଜାତୀୟ ରାଜପଥ ଓଭର ବ୍ରିଜ୍ ନିକଟରେ ଏକ ଟ୍ରକ୍ ରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାରୁ ଟ୍ରକ୍ ଟି ଅଟକି ରହିଥିଲା ।  ଟ୍ରକ୍ ରୁ ଗୋରୁ ମାନଙ୍କର ବିକଳ ଚିତ୍କାର ଶୁଣି ସ୍ଥାନୀୟ ଯୁବକ ମାନେ ଟ୍ରକ୍ କୁ ଅଟକାଇଥିଲେ । ସେଠାରେ ଭୀଡ ବଢୁଥିବା ଦେଖି ଟ୍ରକ୍ ରେ ଗୋ ଚାଲାଣ କାରୀମାନେ ଚଂପଟ ମାରିବାକୁ ବସିଥିବା ବେଳେ ସେମାନଙ୍କୁ ଅଟକ ରଖି ଟାଙ୍ଗୀ ପୋଲିସକୁ ଖବର ଦେଇଥିଲେ ଯୁବକମାନେ।

ପୋଲିସ୍ ଘଟଣା ସ୍ଥଳରେ ପହଂଚି ଟ୍ରକ୍ କୁ ଜବତବକରିବା ସହ ସେହି ଟ୍ରକ୍ ରୁ ୧୨ ଟି ଜୀବନ୍ତ ଗୋରୁଙ୍କୁ ଉଦ୍ଧାର କରିଛି । ଏହି ଘଟଣାରେ ଟ୍ରକ୍ ଜବତ ସହ ଟ୍ରକ ଚାଳକ ଶ୍ରୀ ସ୍ୱାମୀ ଏବଂ ହେଲ୍ପର ବେରା ବାବୁଙ୍କୁ ପୋଲିସ ଗିରଫ କରିଛି । ଟ୍ରକ ଟି ଆନ୍ଧ୍ର ପ୍ରଦେଶ ରୁ ପଶ୍ଚିମ ବଙ୍ଗ ଯାଉଥିଲା । ଉଭୟ ଗାଡି ଚାଳକ ଏବଂ ହେଲ୍ପର ନାମରେ କେସ ନମ୍ବର ୨୬୮/୨0 ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ସମସ୍ତ ୧୨ ଗୋଟି ଗାଈଙ୍କୁ ନିକଟସ୍ଥ ଗୋଶାଳା ରେ ଛାଡିଦିଆଯାଇଅଛି ବୋଲି ଟାଙ୍ଗୀ ଥାନାଧିକାରୀ ଶ୍ରୀ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Related posts