କରୋନା କାଳରେ ଇସ୍ତଫା ଦେଲେ 900 ଡାକ୍ତର, ଜାଣନ୍ତୁ କାରଣ କ’ଣ

Published: Sep 3, 2020, 2:35 pm IST

ଥିରୁଅନନ୍ତପୁରମ: କରୋନା ମହାମାରୀ ଲଢେ଼ଇରେ ଆଗଧାଡିରେ ଯୋଦ୍ଧା ସାଜିଛନ୍ତି ଡାକ୍ତରମାନେ । ନିଜ ଜୀବନକୁ ବାଜି ଲଗାଇ ଯୋଦ୍ଧା ସାଜିଥିବା ଏହି ଡାକ୍ତରମାନଙ୍କୁ ମୋଟା ଅଙ୍କର ଦରମା ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କେରଳ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବାରୁ ପାଖାପାଖି 900 ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଚନ୍ତି।

ଏହି ଡାକ୍ତରମାନେ କୋଭିଡ କେୟାର କେନ୍ଦ୍ରରେ ନିଯୁକ୍ତି ମିଳିଥିଲା । ଏମାନେ ଚଳିତ ବର୍ଷ ସରକାରୀ ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷାରେ ସ୍ନାତକ ହାସଲ କରିଥିଲେ। ସଦ୍ୟ ସ୍ନାତକ ହାସଲ କରିଥିବା 1080 ଜଣ ଡାକ୍ତରୀ ଛାତ୍ର କୋଭିଡ କେୟାର କେନ୍ଦ୍ରରେ ଅସ୍ଥାୟୀ ରୂପେ ନିଯୁକ୍ତି ପାଇଥିଲେ। ସେମାନଙ୍କୁ ମାସିକ 42,000 ଟଙ୍କା ଦରମା ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ସେମାନଙ୍କୁ ମାତ୍ର 27,000 ଟଙ୍କା ମାସିକ ଦରମା ଦିଆଯାଉଛି। ଏନେଇ ସେମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ମିଳିତ ଭାବେ 870 ଜଣ ଡାକ୍ତର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେମାନେ କେରଳ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ନିଜ ଇସ୍ତଫା ସମ୍ପର୍କରେ ଅବଗତ କରାଇଛନ୍ତି ।

Related posts