ପ୍ରିଭେଲାନ୍ସ କମ୍‌ ଯୋଗୁଁ ରିସ୍କ ବଢିଛି : ବିଏମ୍‌ସି କମିଶନର

Published: Sep 4, 2020, 5:41 pm IST

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ନେଇ ବିଏମସି କମିଶନର ପ୍ରେମ କୁମାର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ପାଖାପାଖି 16ଶହ କମ୍ୟୁନିଟି ସାମ୍ପଲ ଟେଷ୍ଟ କରାଯାଇଛି । ଏବେ ସୁଦ୍ଧା ସେରୋ ସର୍ଭିଲାନ୍ସରେ ହାଉରିସ୍କ ଗ୍ରୁପଙ୍କର ଟେଷ୍ଟ କରାଯାଇନାହିଁ। ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେର ପ୍ରଥମ ଫେଜ ରେଜଲ୍ଟ ମିଳିସାରିଛି । ଭୁବନେଶ୍ୱରରେ ଆଣ୍ଟିବଡି ପ୍ରିଭେଲାନ୍ସ 5.15 ପ୍ରତିଶତ ରହିଛି । ଦେଖିବାକୁ ଗଲେ ଆଣ୍ଟିବଡି ପାଇଁ 5.15 ପ୍ରତିଶତ ପ୍ରିଭେଲାନ୍ସ ବହୁତ କମ୍ । ଭୁବନେଶ୍ୱରର ସ୍ଥିତି ଭଲ ରହିଛି, କିନ୍ତୁ ପ୍ରିଭେଲାନ୍ସ କମ୍ ଯୋଗୁଁ ରିସ୍କ ବଢିଛି । ଲୋକଙ୍କର ଆଣ୍ଟିବଡି ପ୍ରିଭେଲାନ୍ସ କମ୍ ଯୋଗୁଁ ଆଗକୁ ସଂଖ୍ୟା ବଢିପାରେ। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ବୋଲି କମିଶନର କହିଛନ୍ତି । ସଂକ୍ରମଣ କମ୍ କରିବା ପାଇଁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡିବ । ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ହେବ, କୋଭିଡ ନିୟମ ମାନିବାକୁ ପଡିବ ।

Related posts