Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମୋଦି ମୋର ଭଲ ବନ୍ଧୁ, ଆମେରିକାର ଭାରତୀୟ ମାନେ ମୋତେ ହିଁ ଭୋଟ ଦେବେ : ଟ୍ରମ୍ପ
ଅନ୍ତରାଷ୍ଟ୍ରୀୟ

ମୋଦି ମୋର ଭଲ ବନ୍ଧୁ, ଆମେରିକାର ଭାରତୀୟ ମାନେ ମୋତେ ହିଁ ଭୋଟ ଦେବେ : ଟ୍ରମ୍ପ

September 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନ୍ୟୁୟର୍କ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସରତ ଅଛନ୍ତି । ମୋଦି ତାଙ୍କର ଭଲ ବନ୍ଧୁ ଏବଂ ଆମେରିକାର ଭାରତୀୟ ମାନେ ତାଙ୍କୁ ହିଁ ଭୋଟ କରିବେ ବୋଲି ଟ୍ରମ୍ପ ଶୁକ୍ରବାର ମତ ଦେଇଛନ୍ତି । ଆସନ୍ତା ନଭେମ୍ବର 3ରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କୁ ପରାଜିତ କରିବା ନେଇ ଟ୍ରମ୍ପ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ମୋଦି ଭଲ କାମ କରୁଛନ୍ତି ବୋଲି ମତ ଦେବା ସହିତ ସେପ୍ଟେମ୍ବରରେ ମୋଦିଙ୍କ ସହିତ ହାଉଡି ମୋଦିର ଅନୁଭବ ସମ୍ପର୍କରେ ବର୍ଣ୍ଣନା କରିଥିଲେ ଟ୍ରମ୍ପ । ହଷ୍ଟନର ଏନଆରଜି ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ମାନେ ଅତ୍ୟନ୍ତ ଉତ୍ସାହର ସହିତ ଯୋଗ ଦେଇଥିଲେ ।

ପୂର୍ବରୁ ଭାରତୀୟ ଭୋଟର ମାନେ ଡେମୋକ୍ରାଟିକ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ବେଳେ ହାଉଡି ମୋଦି କାର୍ଯ୍ୟକ୍ରମ ପରେ ଭାରତୀୟ ଭୋଟର ଧୀରେ ଧୀରେ ରିପବ୍ଲିକାନ ଦଳ ଆଡକୁ ଆକର୍ଷିତ ହେଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି । ଏଏପିଆଇ ତଥ୍ୟ ଅନୁଯାୟୀ 85ପ୍ରତିଶତ ଭାରତୀୟ ଭୋଟର ଡେମୋକ୍ରାଟିକ ଦଳକୁ ଭୋଟ ଦେଇଥିଲେ । ଆମେରିକାରେ ପ୍ରାୟ 1 ପ୍ରତିଶତ ଭାରତୀୟ ନାଗରିକ ରହିଥିବା ବେଳେ ଉଭୟ ଦଳଙ୍କ ପକ୍ଷରୁ ଭାରତୀୟ ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସ କରାଯାଉଛି ।

ଡେମୋକ୍ରାଟିକ ଦଳ ପକ୍ଷରୁ କମଲା ହ୍ୟାରିସଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ମିଚିଗାନ, ପେନସିଲଭାନିଆ ଏବଂ ଓହିଓରେ ମୁକାବିଲା ଜୋରଦାର ହେବା ନେଇ ଅନୁମାନ କରାଯାଉଛି । (ଏଜେନ୍ସି)

donaldtrumph
Share. Facebook Twitter LinkedIn Email WhatsApp Copy Link

Related Posts

ରକ୍ତ କର୍କଟ ଆଉ ଦୂରାରୋଗ୍ୟ ନୁହେଁ, ଏହାକୁ ପରାସ୍ତ କରିହେବ: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି

May 23, 2026

ରଣପୁର: ଶିକ୍ଷକମାନସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଭାବବିହ୍ୱଳ ପରିବେଶ

May 23, 2026

ବିଜେପିରେ ଯୋଗଦେବା ମାତ୍ରେ ରାଘବ ଚଢାଙ୍କୁ ମିଳିଲା ଉପହାର: ରାଜ୍ୟସଭାରେ ମିଳିଲା ବଡ ଦାୟିତ୍ୱ

May 23, 2026

ଭାରତକୁ ଟ୍ରମ୍ଫ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି!’: ଆମେରିକା ବୈଦେଶିକ ମନ୍ତ୍ରୀ

May 23, 2026
Latest News

ରକ୍ତ କର୍କଟ ଆଉ ଦୂରାରୋଗ୍ୟ ନୁହେଁ, ଏହାକୁ ପରାସ୍ତ କରିହେବ: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି

May 23, 2026

ରଣପୁର: ଶିକ୍ଷକମାନସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଭାବବିହ୍ୱଳ ପରିବେଶ

May 23, 2026

ବିଜେପିରେ ଯୋଗଦେବା ମାତ୍ରେ ରାଘବ ଚଢାଙ୍କୁ ମିଳିଲା ଉପହାର: ରାଜ୍ୟସଭାରେ ମିଳିଲା ବଡ ଦାୟିତ୍ୱ

May 23, 2026

ଭାରତକୁ ଟ୍ରମ୍ଫ ଏକ ବିଶେଷ ଉପହାର ପ୍ରଦାନ କରିଛନ୍ତି!’: ଆମେରିକା ବୈଦେଶିକ ମନ୍ତ୍ରୀ

May 23, 2026

ବଢୁଥିବା ତାପମାତ୍ରା ଯୋଗୁଁ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଉଚ୍ଚ ସତର୍କତା ଜାରି

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.