ବିନିକା : ଆଜି ସକାଳ 6ଟାରୁ 72 ଘଣ୍ଟା ପର୍ଯ୍ୟନ୍ତ ବିନିକା ସହରକୁ ଶଟଡାଉନ୍ ଘୋଷଣା କରାଯାଇଛି । ଶଟଡାଉନ୍ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି। ଏଥିପାଇଁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିନିକା ସହରକୁ ଶଟଡାଉନ୍ ଘୋଷଣା କରାଯାଇଛି। ଶଟଡାଉନ୍ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ପାଇଁ ନିଷ୍ପତି ନିଆଯାଇଛି।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲାରେ କରୋନା ପଜିଟିଉଙ୍କ ସଂଖ୍ୟା 1489ରେ ପହଞ୍ଚି ସାରିଥିବା ବେଳେ ଆକ୍ଟିଭ କେସ 760 ରହିଛି। ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 726ଜଣ ସୁସ୍ଥ ହୋଇଛନ୍ତି ।
Tags: