ସେପ୍ଟେମ୍ବର 14ରୁ ମାଟ୍ରିକ ସପ୍ଲିମେଣ୍ଟାରୀ

Published: Sep 11, 2020, 3:22 pm IST

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର 14ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷୀ ଅନୁଷ୍ଠିତ ହେବ । ସେପ୍ଟେମ୍ବର 14ରୁ 24 ପର୍ଯ୍ୟନ୍ତ ମାଟ୍ରିକ ଓ ଓପନ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ତାଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ 22 ହଜାର 649 ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ଏହାଛଡ଼ା ଓପନ ସ୍କୁଲର 12 ହଜାର 939 ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ମାଟ୍ରିକ ପାଇଁ 153ଟି ଓ ଓପନ ସ୍କୁଲ ପାଇଁ 88ଟି ପରୀକ୍ଷା କେନ୍ଦ୍ର କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରଗୁଡ଼ିକ ପ୍ରତିଦିନ ସାନିଟାଇଜ କରାଯିବ । ଏହାଛଡ଼ା ଭିଡ଼ ନହେବାକୁ ମଧ୍ୟ ବ୍ୟବସ୍ଥା କରାଯିବ । କୋଭିଡ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

Related posts