Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସେପ୍ଟେମ୍ବର ୧୩ରେ ବିହାରର ୩ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପର ହେବ ଲୋକାର୍ପିତ
ଜାତୀୟ ଖବର

ସେପ୍ଟେମ୍ବର ୧୩ରେ ବିହାରର ୩ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପର ହେବ ଲୋକାର୍ପିତ

September 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସେପ୍ଟେମ୍ବର ୧୩ରେ ବିହାରର ୩ଟି ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ପ୍ରକଳ୍ପର ହେବ ଲୋକାର୍ପିତ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ। ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ। ଏହି ପ୍ରକଳ୍ପଗୁଡିକ ହେଲା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଦୁର୍ଗାପୁର-ବାଙ୍କା ପ୍ରକଳ୍ପ ଏବଂ ଦୁଇଟି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଆନୁକୂଲ୍ୟରେ ଇଣ୍ଡିଆନ ଅୟେଲ ଏବଂ ଏଚପିସିଏଲ୍ ଏହି ପ୍ରକଳ୍ପକୁ ତିଆରି କରିଛି। ଏହି କାର‌୍ୟ୍ୟକ୍ରମରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଉପସ୍ଥିତ ରହିବେ।

ଦୁର୍ଗାପୁର-ବାଙ୍କା ପାଇପ ଲାଇନ

ଦୁର୍ଗାପୁର-ବାଙ୍କା ପାଇପ ଲାଇନ ସେକ୍ସନର ଲମ୍ବ ୧୯୩ କିମି । ଏହା ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ପାଇପ ଲାଇନର ପରିବର୍ଦ୍ଧିତ ଅଂଶ। ଏହାକୁ ଇଣ୍ଡିଆନ ଅୟେଲ କଂପାନୀ ତିଆରି କରିଛି । ଏହି ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ୨୦୧୯ ଫେବୃୟାରୀ ୧୭ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବର୍ତ୍ତମାନର ୧୭୯ କିମି ଦୈର୍ଘ୍ୟ ପାରାଦ୍ୱୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ ଲାଇନର ଏହା ପରିବର୍ଦ୍ଧିତ ଅଂଶ। ଏହା ବିହାରର ବାଙ୍କାରେ ତିଆରି କରାଯାଇଥିବା ନୂଆ ଏଲପିଜି ବଟଲିଂ ପ୍ଲାଣ୍ଟକୁ ସଂଯୋଗ କରୁଛି।

ହଳଦିଆ-ଦୁର୍ଗାପୁର-ବାଙ୍କା ପାଇପ ଲାଇନ ୩ଟି ରାଜ୍ୟ ଦେଇ ଯାଇଛି। ଏହି ପାଇପ ଲାଇନ ପଶ୍ଚିମବଂଗରେ ୬୦ କିମି, ଝାଡଖଣ୍ଡରେ ୯୮ କିମି ଏବଂ ବିହାରରେ ୩୫ କିମି ରହିଛି । ୧୪ ଇଞ୍ଚ ଗୋଲେଇର ପାଇପ ଯୋଗେ ଏଥିରେ ଗ୍ୟାସ ପରିବହନ କରାଯାଉଛି । ପାରାଦ୍ୱୀପ ଓ ହଳଦିଆ ତୈଳ ବିଶୋଧନାଗାର ଏବଂ ହଳଦିଆର ଆଇପିପିଏଲ୍‌ରୁ ବିହାରର ଏହି ବଟଲିଂ ପ୍ଲାଣ୍ଟକୁ ଗ୍ୟାସ ଯୋଗାଇ ଦିଆଯିବ। ଏହାଛଡା ବାରାଉଣୀ ଓ ପାରାଦ୍ୱୀପ ଟର୍ମିନାଲରୁ ଏହି ପ୍ଲାଣ୍ଟକୁ ଗ୍ୟାସ ଯୋଗାଣ ବ୍ୟବସ୍ଥା କରାଯାଇଛି।

ଦୁର୍ଗାପୁର-ବାଙ୍କା ସେକ୍ସନରେ ମାଟିତଳେ ପାଇପ ଲାଇନ ବିଛାଇବା କ୍ଷେତ୍ରରେ ଅନେକ ପ୍ରାକୃତିକ ଏବଂ ମନୁଷ୍ୟକୃତ ପ୍ରତିବନ୍ଧକ ଥିଲା। ୧୫୪ଟି ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର ସଂଯୋଗ ବ୍ୟବସ୍ଥା କରିବାକୁ ପଡିଛି । ଅଜୟ ନଦୀ ସମେତ ୧୩ଟି ନଈ, ୫ଟି ଜାତୀୟ ରାଜପଥ ଓ ୩ଟି ରେଳପଥକୁ ଅତିକ୍ରମ କରାଯାଇ ଏହି ପାଇପ ଲାଇନ ବିଛାଯାଇଛି । ଅଜୟ ନଦୀର ତଳେ ୧୦୭୭ ମିଟର ଲମ୍ବ ପାଇପ ବିଛାଇବାରେ ନୂତନ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ନଦୀ ତଳେ ଯେଉଁ ପାଇପ ବିଛାଯାଇଛି ତାହା ଅତ୍ୟାଧୁନିକ ଡ୍ରିଲିଂ ଟେକ୍ନୋଲଜିରେ ନିର୍ମିତ। ଏହାଦ୍ୱାରା ନଦୀ ଜଳପ୍ରବାହ ବ୍ୟାହତ ହେଉନାହିଁ।

ବାଙ୍କା ବଟଲିଂ ପ୍ଲାଣ୍ଟ ଇଣ୍ଡିଆନ ଅୟେଲ ପକ୍ଷରୁ ବାଙ୍କାରେ ଯେଉଁ ଏଲପିଜି ବଟଲିଂ ପ୍ଲାଣ୍ଟ ତିଆରି କରାଯାଇଛି ତାହା ରନ୍ଧନ ଗ୍ୟାସ ଯୋଗାଣ କ୍ଷେତ୍ରରେ ବିହାରକୁ ଆତ୍ମନିର୍ଭର କରିବ। ଏଥିପାଇଁ ମୋଟ ୧୩୧.୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାଦ୍ୱାରା ବିହାରର ଭାଗଲପୁର, ବାଙ୍କା, ଜାମୁଇ, ଅରାରିଆ, କିଷାନଗଞ୍ଜ ଓ କଟିହାର ଜିଲା ଏବଂ ଝାଡଖଣ୍ଡର ଗୋଡା, ଦେଓଘର, ଦୁମ୍‌କା, ସାହିବଗଞ୍ଜ ଏବଂ ପକୁର ଜିଲାର ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ ହୋଇପାରିବ। ଏହି ବଟଲିଂ କେନ୍ଦ୍ରରେ ୧୮୦୦ ମେଟ୍ରିକ ଟନ ଏଲପିଜି ଗଚ୍ଛିତ ରହିବାର ସୁବିଧା ଅଛି। ପ୍ରତିଦିନ ଏଠାରୁ ୪୦ ହଜାର ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ହୋଇପାରିବ। ଏହି ପ୍ଲାଣ୍ଟ ଦ୍ୱାରା ବିହାରରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଚମ୍ପାରଣ (ହରସିଦ୍ଧି ଏଲପିଜି ପ୍ଲାଣ୍ଟ)

ବିହାରର ପୂର୍ବ ଚମ୍ପାରଣ ଜିଲା ଅନ୍ତର୍ଗତ ହରସିଦ୍ଧିଠାରେ ୧୩୬.୪ କୋଟି ଟଙ୍କା ବ୍ୟୟରେ ଏଚପିସିଏଲ ଦ୍ୱାରା ଏକ ଏଲପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରାଯାଇଛି । ଏହାର ଏଲପିଜି ଭଣ୍ଡାରଣ କ୍ଷମତା ୧୨୦ ଟିଏମ୍‌ଟିପିଏ। ମୋଟ ୨୯ ଏକର ଜାଗାରେ ଏହି ପ୍ଲାଣ୍ଟ ନିର୍ମିତ। ୨୦୧୮ ଏପ୍ରିଲ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବିହାରର ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ, ମୁଜାଫରପୁର, ସିୱାନ, ଗୋପାଳଗଞ୍ଜ ଏବଂ ସୀତାମାଢି ଜିଲାର ରନ୍ଧନ ଗ୍ୟାସ ଆବଶ୍ୟକତାକୁ ଏହି ପ୍ଲାଣ୍ଟ ପୂରଣ କରିପାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ସିଆଇଟିଇଏସ ପକ୍ଷରୁ ବନତାରାକୁ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଗ୍ଲୋବାଲ ହବ୍ ଘୋଷଣା

November 27, 2025

President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

November 27, 2025

ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଲେ ନୀତା ଅମ୍ବାନୀ

November 27, 2025

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 27, 2025
Latest News

ଆସୁଛନ୍ତି ଶବ୍ଦର ଯାଦୁକର ଜାଭେଦ ଅଖତର: ସୋଆ ସାହିତ୍ୟ ସମ୍ମାନ ୨୦୨୫ ରେ ହେବେ ସମ୍ବର୍ଦ୍ଧିତ

November 27, 2025

ସିଆଇଟିଇଏସ ପକ୍ଷରୁ ବନତାରାକୁ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଗ୍ଲୋବାଲ ହବ୍ ଘୋଷଣା

November 27, 2025

President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

November 27, 2025

ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଲେ ନୀତା ଅମ୍ବାନୀ

November 27, 2025

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.