Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଚର୍ଚ୍ଚାରେ ଜଗତସିଂହପୁରର ଶୁଭ୍ରଜ୍ୟୋତି, ପ୍ରସ୍ତୁତକଲେ ପ୍ୟାଡେଲ ସାନିଟାଇଜର ଷ୍ଟାଣ୍ଡ ଓ ଅଟୋମେଟିକ ଇନ୍ ଡୋର ସାନିଟାଇଜର ମେସିନ
ଆଜିର ଖବର

ପୁଣି ଚର୍ଚ୍ଚାରେ ଜଗତସିଂହପୁରର ଶୁଭ୍ରଜ୍ୟୋତି, ପ୍ରସ୍ତୁତକଲେ ପ୍ୟାଡେଲ ସାନିଟାଇଜର ଷ୍ଟାଣ୍ଡ ଓ ଅଟୋମେଟିକ ଇନ୍ ଡୋର ସାନିଟାଇଜର ମେସିନ

September 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର:- ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ମହାମାରୀ ପ୍ରଭାବରେ ଦେଶରେ ହାହାକାର ପଡିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମହାମାରୀର କୈଣସି ଔଷଧ ନ ବାହାରିବା ସାଧାରଣରେ ଚିନ୍ତାର କାରଣ ହୋଇଛି ।ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ହାତକୁ ବାରମ୍ବାର ଧୋଇବା ଓ ହାତକୁ ସାନିଟାଇଜର କରି ମୁହଁରେ ମାସ୍କ ବାନ୍ଧିବା ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ ବିଭିନ୍ନ ଉପାୟରେ ବାରମ୍ବାର ସଚେତନତା ସୃଷ୍ଟି କରାଯାଉଛି । ବନ୍ଦ ହୋଇଥିବା ବିଦ୍ୟାଳୟ ଗୁଡିକ ଖୋଲିଲେ ଛାତ୍ରଛାତ୍ରୀମାନଙ୍କୁ ଜୀବାଣୁମୁକ୍ତ କରିବାକୁ ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛନ୍ତି ଜଗତସିଂପୁରର ଶୁଭ୍ରଜ୍ୟୋତି ମହାନ୍ତି।

ପୁରୀ ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀର  ଛାତ୍ର ଶୁଭ୍ରଜ୍ୟୋତି ଦେଢବର୍ଷ ତଳେ ନିଜ ସାଇକେଲକୁ ଘଣ୍ଟାକୁ ୨୦ କିମି ବେଗରେ ବାଇକ୍ ର ପୁରୁଣା ବ୍ୟାଟେରୀ ଦ୍ୱାରା ଚଳାଇ ଚର୍ଚ୍ଚାରେ ରହିଥିଲେ। ଏବେ ପୁଣି କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ୟାଡେଲ ସାନିଟାଇଜର ଷ୍ଟାଣ୍ଡ , ମୋଟା ଜରିରେ ମାସ୍କ ତିଆରି କରିବା ସହିତ ପରେ ଆଇ.ଆର ସେନସର ବ୍ୟବହାର କରି ଅଟୋମେଟିକ ଇନ୍ ଡୋର ସାନିଟାଇଜର ମେସିନ ତିଆରି କରି ଚର୍ଚ୍ଚାରେ ରହିଛନ୍ତି। ଯାହାକି ମୋବାଇଲ ଚାର୍ଚ୍ଚରରେ ଚାର୍ଚ୍ଚ ହୋଇ ପାରିବ।ଏଥିସହିତ ପ୍ୟାଡେଲ ହ୍ୟାଣ୍ଡ ସାନିଟାଇଜର ଷ୍ଟାଣ୍ଡ ଛଅ ପ୍ରକାରର କରିଛନ୍ତି । ଏହି ଷ୍ଟାଣ୍ଡ ଗୁଡିକ ତିଆରି କଲେ ୪୫୦ ଟଙ୍କାରୁ ୧୦୦ ଟଙ୍କା ଭିତରେ ଖର୍ଚ୍ଚ ହେବ । ଏହି ଷ୍ଟାଣ୍ଡ ମାଧ୍ୟମରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ହାତ ଧୋଇବାକୁ ତରଳ ସାବୁନ ସହିତ ହାତ ସାନିଟାଇଜର କରିପାରିବେ।ଏମିତିକି ଶୁଭ୍ରଜ୍ୟୋତି ନିଜ ଘରର ପ୍ରବେଶ ଦ୍ବାର ନିକଟରେ ହାତ ଧୋଇବାକୁ ଓ ହାତ ସାନିଟାଇଜର କରିବାକୁ ଦୁଇଟି ପ୍ୟାଡେଲ ହ୍ୟାଣ୍ଡ ସାନିଟାଇଜର ଷ୍ଟାଣ୍ଡ ଲଗାଇଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ପ୍ରଥମେ ତିଆରି କରିଥିବା ପ୍ୟାଡେଲ ହ୍ୟାଣ୍ଡ ସାନିଟାଇଜର ଷ୍ଟାଣ୍ଡକୁ ନିଜ ବିଦ୍ୟାଳୟର ନିର୍ଦ୍ଦେଶକ ତନ୍ମୟ ଜେନାଙ୍କୁ  ଉପହାର ଭାବରେ ପ୍ରଦାନ କରିଛନ୍ତି ।

ଏଥିସହିତ ଲକ୍ ଡାଉନ ସମୟରେ ଘରେ ଥିବା ମଲାଟ ପାଇଁ ମୋଟା ଜରି , ଫିତା ଓ ଅଠା ବ୍ୟବହାର କରି ମାସ୍କ ତିଆରି କରିବା ସହ ୧୫ ଟଙ୍କାରେ ଏହି ମାସ୍କ ତିଆରି କରାଯାଇ ପାରିବ ବୋଲି ପ୍ରକାଶ କରିଛନ୍ତି । ଲକ୍ ଡାଉନ ପାଇଁ ଆବଶ୍ୟକ ସାମଗ୍ରୀ ନମିଳିବାରୁ  ଉନ୍ନତଧରଣର ମାସ୍କ କରିପାରି ନାହାନ୍ତି ବୋଲି କହିଥିଲେ।

ଶୁଭ୍ରଜ୍ୟୋତିଙ୍କ ଘର ଜଗତସିଂହପୁର ପୈାରାଞ୍ଚଳର ୨୧ ନଂ ୱାର୍ଡର ବାଗସାହି ଗ୍ରାମରେ ହୋଇଥିବା ବେଳେ ମା’ ସସ୍ମିନା କୁମାରୀ ଦାସ ଓ ବାପା ରଂଜନ କୁମାର ମହାନ୍ତି ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରନ୍ତି ଏବଂ ବଡଭାଇ ଦିବ୍ୟଜ୍ୟୋତି ଓୟୂଟିର କୃଷିବୈଷୟକ ବିଦ୍ୟାଳୟର ଚତୁର୍ଥ ବର୍ଷର ଛାତ୍ର ଅଟନ୍ତି ।

ପ୍ରକାଶଥାଉ କି ଶୁଭ୍ରଜ୍ୟୋତି ଦେଢ ବର୍ଷ ତଳେ ନିଜ ସାଇକେଲକୁ ବ୍ୟାଟେରୀ ଦ୍ବାରା ଚଳାଇ ଚର୍ଚ୍ଚାରେ ଥିଲେ ।ବାଇକ୍ ର ପୁରୁଣା ବ୍ୟାଟେରୀ ଦ୍ୱାରା ପ୍ରସ୍ତୁତ ଏହି ବ୍ୟାଟେରୀ ଚାଳିତ ସାଇକେଲ ଘଣ୍ଟାକୁ ୨୦ କିମି ବେଗରେ ଗତି କରିପାରୁଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.