Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ଅଧିକରୁ ଅଧିକ ସୁସ୍ଥତା ହାର ଅବ୍ୟାହତ, ଆରୋଗ୍ୟ ସଂଖ୍ୟା ୩୭ ଲକ୍ଷ ଟପିଲା
ଜାତୀୟ ଖବର

ଦେଶରେ ଅଧିକରୁ ଅଧିକ ସୁସ୍ଥତା ହାର ଅବ୍ୟାହତ, ଆରୋଗ୍ୟ ସଂଖ୍ୟା ୩୭ ଲକ୍ଷ ଟପିଲା

September 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଦେଶରେ ଦୈନିକ ୭୦ ହଜାରରୁ ଅଧିକ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିବାରେ ଲାଗିଛନ୍ତି। ସମ୍ମିଳିତ ଉଦ୍ୟମ, ବ୍ୟାପକ ପରୀକ୍ଷା ଓ ଗୁଣାତ୍ମକ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୩୯୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାଫଳରେ ମୋଟ ୭୭.୮୮ ପ୍ରତିଶତ ଅର୍ଥାତ ୩୭,୦୨,୫୯୫ ରୋଗୀ ସୁସ୍ଥ ହୋଇଛନ୍ତି। ନୂତନ ଭାବେ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡା ୫୮ ଭାଗ ୫ଟି ରାଜ୍ୟ ଯଥା ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ମହାରାଷ୍ଟ୍ରରୁ ସର୍ବାଧିକ ୧୩,୦୦୦ ଆରୋଗ୍ୟ ଲାଭ କରିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଗୋଟିଏ ଦିନରେ ୧୦,୦୦୦ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯୪,୩୭୨ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ ୨୨,୦୦୦, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରୁ ପ୍ରତ୍ୟେକ ୯,୦୦୦ ଲେଖାଏଁ ଚିହ୍ନଟ ହୋଇଛନ୍ତି । ନୂତନ ମାମଲାଗୁଡିକର ଶତକଡା ୫୭ ଭାଗ ୫ଟି ରାଜ୍ୟରୁ ହୋଇଥିବା ବେଳେ ଆରୋଗ୍ୟ ସଂଖ୍ୟାର ଶତକଡା ୫୮ ଭାଗ ମଧ୍ୟ ସେହି ରାଜ୍ୟରୁ ବୋଲି ଜଣାପଡିଛି।

ଦେଶରେ ବର୍ତ୍ତମାନ ୯,୭୩,୧୭୫ ଜଣ ସକ୍ରିୟ ରୋଗୀ ରହିଛନ୍ତି । ସେଥି ମଧ୍ୟରୁ ୨.୮୦ ଲକ୍ଷରୁ ଉର୍ଦ୍ଧ୍ଵ ମହାରାଷ୍ଟ୍ରରୁ ହୋଇଥିବା ବେଳେ ୯୭,୦୦୦ରୁ ଉର୍ଦ୍ଧ୍ଵ କର୍ଣ୍ଣାଟକରୁ ବୋଲି ଜଣାପଡିଛି। ଶତକଡା ୬୦ ଭାଗ ସକ୍ରିୟ ରୋଗୀ ୫ଟି ରାଜ୍ୟରୁ ଆସିଛନ୍ତି । ସେଥିମଧ୍ୟରୁ ମହାରାଷ୍ଟ୍ରରୁ ୨୮.୭୯, କର୍ଣ୍ଣାଟକରୁ ୧୦.୦୫, ଆନ୍ଧ୍ରପ୍ରଦେଶରୁ ୯.୮୪, ଉତ୍ତରପ୍ରଦେଶରୁ ୬.୯୮ ଓ ତାମିଲନାଡୁରୁ ୪.୮୪ ବୋଲି ଜଣାପଡିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରରୁ ସର୍ବାଧିକ ୩୯୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କର୍ଣ୍ଣାଟକରେ ୯୪ ଜଣ ଓ ତାମିଲନାଡୁରେ ୭୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

କରୋନା କରୋନା ଅପଡେଟ କୋଭିଡ19 ଅପଡେଟ କୋଭିଡ19 ଆରୋଗ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟାଙ୍କ ମିଶ୍ରଣ ପରେ ବି ବୈଧ ପୁରୁଣା ଚେକ୍: କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

September 30, 2026

WhatsApp Business Rules Change: ଅକ୍ଟୋବର ୧ ରୁ ବଦଳିବ ୱାଟ୍ସଆପ୍ ନିୟମ, ଜାଣନ୍ତୁ କଣ

September 30, 2026

ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

September 30, 2026

ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍‌ର ବଡ଼ ସଫଳତା: ୩୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ

September 30, 2026
Latest News

ବ୍ୟାଙ୍କ ମିଶ୍ରଣ ପରେ ବି ବୈଧ ପୁରୁଣା ଚେକ୍: କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

September 30, 2026

WhatsApp Business Rules Change: ଅକ୍ଟୋବର ୧ ରୁ ବଦଳିବ ୱାଟ୍ସଆପ୍ ନିୟମ, ଜାଣନ୍ତୁ କଣ

September 30, 2026

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବିବାଦ: ଆଜି ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’

September 30, 2026

ଓଡ଼ିଶାରେ ଆଇଟି ସମ୍ପ୍ରସାରଣ: ୧୨ଟି ଜିଲ୍ଲାରେ ଖୋଲିବ ଆଇଟି ପାର୍କ, ଭୁବନେଶ୍ୱରରେ ହେବ ୫୦,୦୦୦ କୋଟିର ମେଗା ପ୍ରକଳ୍ପ

September 30, 2026

ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.