Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ବ୍ଲକ୍ ମନରେଗା ମହାଦୁର୍ନୀତି ଘଟଣା : ରିକଭରି ନିର୍ଦ୍ଦେଶକୁ ମାନୁନାହାଁନ୍ତି କି କାର୍ଯ୍ୟାନୁଷ୍ଠାନ ହେଉନାହିଁ, ଘଣ୍ଟ ଘୋଡାଉଛି କିଏ?
ଆଜିର ଖବର

ତିର୍ତ୍ତୋଲ ବ୍ଲକ୍ ମନରେଗା ମହାଦୁର୍ନୀତି ଘଟଣା : ରିକଭରି ନିର୍ଦ୍ଦେଶକୁ ମାନୁନାହାଁନ୍ତି କି କାର୍ଯ୍ୟାନୁଷ୍ଠାନ ହେଉନାହିଁ, ଘଣ୍ଟ ଘୋଡାଉଛି କିଏ?

September 14, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର :- ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ହୋଇଥିଲା ମନରେଗାରେ ମହାଦୁର୍ନୀତି।ଉକ୍ତ ପଞ୍ଚାୟତର ୧୦ଟିରୁ ଉର୍ଦ୍ଧ ସ୍ଥାନରେ ୨୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ମନରେଗା ଦୁର୍ନୀତି ହୋଇଥିବା ତଥ୍ୟ ଭିତ୍ତିକ ଅଭିଯୋଗ ହୋଇଥିଲା। ହେଲେ ଏହାର ତଦନ୍ତ ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ତଦନ୍ତକାରୀ ଦଳ ଗଠନ କରାଯାଇ ତଦନ୍ତ କରାଯିବାରୁ ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର କାମ ନହୋଇ ମିଥ୍ୟାବିଲ୍ କରାଯାଇ ଅର୍ଥ ହଡ଼ପ୍ ହୋଇଥିବା ପ୍ରମାଣ ମିଳିବା ପରେ ଏହି ଅର୍ଥକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜି.ଆର୍.ଏସ୍.ଏସ୍ ଏବଂ ସରପଞ୍ଚ ମିଶି ଏକମାସ ମଧ୍ୟରେ ଭରଣା କରିବା ପାଇଁ ପିଡି ନିର୍ଦ୍ଦେଶ ଦେବାର ଦୀର୍ଘ ୭ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଅର୍ଥକୁ ସରକାରୀ ଖାତାରେ ଭରଣା କରାଯାଉନାହିଁ କିମ୍ବା ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅପରପକ୍ଷରେ ଏଠି ପ୍ରଶ୍ନଉଠୁଛି ଉକ୍ତ ପଞ୍ଚାୟତର ଏନ୍.ଆର୍.ଜି.ଏସ୍ କାର୍ଯ୍ୟକୁ ନକରି ଯଦି ଫଲ୍ସବିଲ୍ କରି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ହଡପ୍ କରିବା ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜି.ଆର୍.ଏସ୍.ଏସ୍ ଏବଂ ସରପଞ୍ଚ ଯଦି ଜିଲ୍ଲାପ୍ରଶାସନର ତଦନ୍ତରେ ଧରାପଡିଲେ ଓ ଏକମାସ ମଧ୍ୟରେ ସରକାରୀ ଖାତାକୁ ଉକ୍ତ ଅର୍ଥ ଫେରସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଗଲା ତେବେ ଏଠି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ଉକ୍ତ ପଞ୍ଚାୟତର ଏହିସବୁ କାର୍ଯ୍ୟରେ ନିଯୁକ୍ତ ଯନ୍ତ୍ରୀ ଙ୍କର କ’ଣ କିଛି ଭୂମିକା ନାହିଁ? ଯଦି ଅଛି ତେବେ ସେ କିପରି ଖସିଗଲେ ନା କାରସାଦି କରି ତାଙ୍କୁ ଖସାଇଦିଆଗଲା ବୋଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନାନୁଯାୟୀ ସର୍ବପ୍ରଥମେ ଏଷ୍ଟିମେଣ୍ଟ ବନେଇବା ପୂର୍ବରୁ ଉକ୍ତ କାର୍ଯ୍ୟରେ ନିଯୁକ୍ତ ଯନ୍ତ୍ରୀ ସାଇଟି ଭେରିଫିକେସନ୍ କରିବା କଥା ଯଦି ପ୍ରାଇଭେଟ୍ ଲ୍ୟାଣ୍ଡରେ ହୋଇଥିବ ତେବେ ଯନ୍ତ୍ରୀ କିପରି ଜାଣିପାରିଲେ ନାହିଁ ? କାର୍ଯ୍ୟର ଯନ୍ତ୍ରୀ ମେଜରମେଣ୍ଟ୍ ବହିରେ ଏଣ୍ଟ୍ରି କଲାପରେ ବିଲ୍ ତିଆରି ହେବ ଓ ବିଲ୍ ପେମେଣ୍ଟ୍ ହେବାକଥା ,ଯଦି ଏଠି ଠିକାଦାର କାମ କରିନାହିଁ ତେବେ ଯନ୍ତ୍ରୀ ଏଠି କାହାକୁ ଦେଖି ବିଲ୍ ବନେଇଲେ ? ଯଦି ବିଲ୍ ବନେଇ ନାହାଁନ୍ତି ତେବେ ବିଡିଓ ଏଠି କମ୍ପ୍ୟୁଟର ସିଷ୍ଟମରେ ଏନ୍.ଆର୍.ଜି.ଏସ୍ ର ମଷ୍ଟରରୋଲ୍ ବନେଇଲେ କିପରି ? ଏହିପରି ଅନେକ ପ୍ରଶ୍ନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଶୁଣିବାକୁ ମିଳୁଛି ଉକ୍ତ ଦକ୍ଷ ଯନ୍ତ୍ରୀ ଜଣକ କୁଆଡ଼େ ମୋଟା ଅଙ୍କର ହାତଗୁଞ୍ଜା ଦେବା ସହ ଜନୈକ ନେତାଙ୍କ ଶରଣାଗତ ହୋଇ ଚାପ ପକାଇବାରୁ ତାଙ୍କୁ ଏହି କାରନାମାରୁ ଖସାଇ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି। ଏହି ଦକ୍ଷ ଯନ୍ତ୍ରୀ ଜଣକ ଏବେ ଜିଲ୍ଲାସାରା ସମାଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି।

ସୂଚନାନୁଯାୟୀ ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତରେ ମନରେଗା ଯୋଜନାରେ ପ୍ରଧାନସାହି ପୋଖରୀର ପୁନରୁଦ୍ଧାର ପାଇଁ ୨ଲକ୍ଷ ୭୩ହଜାର ୩୪୨ଟଙ୍କା ଏବଂ ସତ୍ୟନାରାୟଣ ମହାପ୍ରଭୁଙ୍କ ପଡିଆରେ ମାଟି ପକାଇବା ପାଇଁ ୨ଲକ୍ଷ ୯୪ହଜାର ୮୩୭ଟଙ୍କା ବ୍ୟୟ ବରାଦ ହୋଇଥିଲା। ଏଥିପାଇଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଛି କିନ୍ତୁ ବାସ୍ତବରେ ପ୍ରଧାନସାହି ପୋଖରୀର ପୁନରୁଦ୍ଧାର କିମ୍ବା ସତ୍ୟନାରାୟଣ ମହାପ୍ରଭୁଙ୍କ ପଡିଆରେ ମାଟି ପକାଇବା କାମ କରାଯାଇନାହିଁ। ଫଲ୍ସ୍ ବିଲ୍ କରାଯାଇ ଏହି ଟଙ୍କା ହଡପ୍ କରାଯାଇଛି।ଏନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଏକ ତଦନ୍ତକାରୀ ଦଳ ଗଠନ କରାଯାଇ ତଦନ୍ତ କରାଯିବା ପରେ ଧରାପଡିଥିଲା।

ହଡପ୍ ହୋଇଥିବା ଏହି ୫ଲକ୍ଷ ୬୮ହଜାର ୧୭୯ଟଙ୍କାକୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ,ଜି.ଆର୍.ଏସ୍.ଏସ୍ ଏବଂ ସରପଞ୍ଚ ମିଶି ଯଥାଶୀଘ୍ର ଏକମାସ ମଧ୍ୟରେ ସରକାରୀ ଖାତାକୁ ଉକ୍ତ ଅର୍ଥ ଫେରସ୍ତ କରିବା ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଗତ ଜାନୁଆରି ୨୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ୭ମାସ ଟପିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନେ ସରକାରୀ ଖାତାକୁ ଅର୍ଥ ଫେରସ୍ତ କରୁନାହାନ୍ତି କି ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କାହିଁକି ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଥିସହିତ ଉକ୍ତ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିମାଂଶୁ ଭୂଷଣ ନାୟକ ଭତ୍ତା କେଳେଙ୍କାରୀରେ ଫସି ନିଳମ୍ବିତ ହୋଇଥିବା ବେଳେ ସେତେବେଳର ତିର୍ତ୍ତୋଲ ବ୍ଳକ ବିଡିଓ ରଞ୍ଜନ ପରିଡ଼ାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି ହେଲେ ଏପର୍ଯ୍ୟନ୍ତ ସେମାନେ ଚଳୁ କରିଥିବା ସରକାରୀ ଅର୍ଥକୁ ଫେରସ୍ତ ନକରି ପ୍ରଶାସନକୁ ଚକମା ଦେଖାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ସୂଚନାନୁଯାୟୀ ଅର୍ଥ ହଡପକାରୀ ମାନେ ଶାସକଦଳ ନେତାଙ୍କ ଶରଣାଗତ ହୋଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ କୁଆଡ଼େ ଶାସକଦଳ ନେତାଙ୍କ ଚାପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ଚର୍ଚ୍ଚା ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସ୍ତ୍ରୀକୁ ହାଣିଲା ସ୍ଵାମୀ

June 14, 2026

ତାମିଲନାଡୁ ରାଜନୀତିରେ ତୀବ୍ର ହେଲା ବାକ୍‌ଯୁଦ୍ଧ: ବିଜୟଙ୍କୁ ଟାର୍ଗେଟ କଲେ ଷ୍ଟାଲିନ

June 14, 2026

ବସ୍ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ୧୫ରୁ ଅଧିକ ଆହତ

June 14, 2026

ବନସ୍ତେ ଡାକିଲା ଗଜ, ଆସିଲା ପହିଲି ରଜ…..

June 14, 2026
Latest News

ସ୍ତ୍ରୀକୁ ହାଣିଲା ସ୍ଵାମୀ

June 14, 2026

ତାମିଲନାଡୁ ରାଜନୀତିରେ ତୀବ୍ର ହେଲା ବାକ୍‌ଯୁଦ୍ଧ: ବିଜୟଙ୍କୁ ଟାର୍ଗେଟ କଲେ ଷ୍ଟାଲିନ

June 14, 2026

ବସ୍ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ୧୫ରୁ ଅଧିକ ଆହତ

June 14, 2026

‘ପ୍ରତିରୋଧ ହିଁ ସବୁଠାରୁ ବଡ଼ ଅସ୍ତ୍ର’: ଇଣ୍ଡିଆ ମେଣ୍ଟକୁ ରାହୁଲଙ୍କ ବାର୍ତ୍ତା

June 14, 2026

ବନସ୍ତେ ଡାକିଲା ଗଜ, ଆସିଲା ପହିଲି ରଜ…..

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.