Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ସମେତ ୨୩ଟି ରାଜ୍ୟରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି
ଜାତୀୟ ଖବର

ଓଡ଼ିଶା ସମେତ ୨୩ଟି ରାଜ୍ୟରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି

September 15, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ,  ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ଏହା କହିଛନ୍ତି। ସେଥିରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଥିବା MITS Mega Food Park Ltd ସାମିଲ। ସେହିସବୁ ଏମଏଫପିଗୁଡ଼ିକ ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି। ସେଥି ମଧ୍ୟରୁ ୧୯ଟି ମେଗା ଫୁଡ଼ ପାର୍କ ଏବେ ସୁଦ୍ଧା ସଂପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇସାରିଛି ।

ସରକାରଙ୍କ ଦ୍ୱାରା ମୋଟ ୪୨ଟି ମେଗା ଫୁଡ଼ ପାର୍କର ପରିକଳ୍ପନା କରାଯାଇଥିଲା। ଏହି ଯୋଜନାର ନିୟମାବଳୀ ଅନୁସାରେ ପ୍ରତ୍ୟେକ ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର‌୍ୟ୍ୟକ୍ଷମ ହେବାପରେ ପ୍ରାୟ ୫୦୦୦ ଜଣଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କର୍ମନିଯୁକ୍ତିର ସୁଯୋଗ ଯୋଗାଇବ। ଏଭଳି ମେଗା ଫୁଡ଼ ପାର୍କ ସ୍ଥାପନ କରିବାର ମୂଳ ଉଦ୍ଦେଶ୍ୟ ହେଲା ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତକୁ ଅତ୍ୟାଧୁନିକ ସଂସାଧନ ଯୋଗାଇବା ତଥା କୃଷି କ୍ଷେତ୍ର ଠାରୁ ଆରମ୍ଭ କରି ବଜାର ପର‌୍ୟ୍ୟନ୍ତ ଖାଦ୍ୟଶସ୍ୟକୁ ମୂଲ୍ୟଯୁକ୍ତ କରିଚାଲିବା। ଏହାଦ୍ୱାରା ଦେଶରେ ଏହିସବୁ ଫୁଡ଼ ପାର୍କ ନିକଟରେ ବିଭିନ୍ନ ପ୍ରକାର ଭିତ୍ତିଭୂମିକ ଉନ୍ନତି (ଯଥା ସଂଗ୍ରହ କେନ୍ଦ୍ର ଓ ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଆଦି) ହୋଇପାରିବ।

ସେହିଭଳି ପରିବହନ, ଲଜିଷ୍ଟିକ୍ସ, ଏବଂ କେନ୍ଦ୍ରୀକୃତ ପ୍ରକ୍ରିୟାକରଣ କେନ୍ଦ୍ର ଆଦି ମଧ୍ୟ ସ୍ଥାପନ କରାଯିବ। ଏହାଦ୍ୱାରା କୃଷକମାନେ ସେମାନଙ୍କ ଉପରେ ପଡ଼ୁଥିବା ପ୍ରଭାବକୁ ଉତ୍ତମ ରୂପେ ଅନୁଭବ କରିପାରିବେ ଏବଂ ଖାଦ୍ୟଶସ୍ୟ ହାନି ମଧ୍ୟ ହ୍ରାସ ପାଇବ। ଏହା ଏକ ସୁଦୃଢ଼ ଓ ସକ୍ରିୟ ଯୋଗାଣ ଚେନ୍ ସୃଷ୍ଟି କରିବ ଯାହା ପଛରେ ସଂଗ୍ରହକେନ୍ଦ୍ର, ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ଲଜିଷ୍ଟିକ ସଂସାଧନ ରହିବ।

ଏହି ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା, ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ଆଧୁନିକ ସଂସାଧନ ଓ ଭିତ୍ତିଭୂମି ପ୍ରଦାନ କରିବା ଏବଂ ମୂଲ୍ୟଯୁକ୍ତ ଚେନକୁ ଅଧିକ ସୁଦୃଢ଼ କରିବା । ସେହିଭଳି ପ୍ରକ୍ରିୟାକରଣ ସଂସାଧନର ଉନ୍ନତି ଘଟିବା ଦ୍ୱାରା ଫାର୍ମ, ପରିବହନ, ଲଜିଷ୍ଟିକ୍ସ ଓ କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ରଗୁଡ଼ିକ ମଧ୍ୟ ଉପକୃତ ହେବେ।

ଏହି ଯୋଜନା କ୍ଲଷ୍ଟର ଭିତ୍ତିକ ଭାବେ କାର‌୍ୟ୍ୟ କରିଥାଏ ଯେଉଁଠାରେ ଏକ ପେଣ୍ଠସ୍ଥଳୀ ଗଢ଼ିଉଠିଥାଏ । ମେଗା ଫୁଡ଼ ପାର୍କ ନିର୍ମାଣ ଦ୍ୱାରା ନିକଟବର୍ତ୍ତୀ ସ୍ଥାନମାନଙ୍କରେ ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର (ପିପିସି ), ଏବଂ ସଂଗ୍ରହ କେନ୍ଦ୍ର (ସିସି ) ତଥା ସାଧାରଣ ସୁବିଧା ଯଥା ସଡ଼କ, ବିଜୁଳି, ଜଳ, ବର୍ଜ୍ୟ ପ୍ରକ୍ରିୟାକରଣ କେନ୍ଦ୍ର (ଇଟିପି) ସୁବିଧା, କେନ୍ଦ୍ରୀୟ ପ୍ରକ୍ରିୟାକରଣ କେନ୍ଦ୍ର(ସିପିସି) ଆଦି ଗଢ଼ି ଉଠିଥାଏ।

ଏହି ଯୋଜନା ପାଇଁ କ୍ୟାପିଟାଲ ଗ୍ରାଣ୍ଟ ଭାବେ ସାଧାରଣ କ୍ଷେତ୍ରରେପ୍ରକଳ୍ପ ମୂଲ୍ୟର (ଭୂମି ମୂଲ୍ୟକୁ ଛାଡ଼ି) ୫୦ ପ୍ରତିଶତ ହାରରେ ଗ୍ରାଣ୍ଟ ଏବଂ ଜଟିଳ ତଥା ପାର୍ବତ୍ୟ କ୍ଷେତ୍ର ଯଥା ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର (ସେଥି ମଧ୍ୟରେ ସିକିମ, ଜମ୍ମୁ ଓ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ରାଜ୍ୟର ଆଇଟିଡ଼ିପି ବିଜ୍ଞପିତ କ୍ଷେତ୍ର ସାମିଲ) ପାଇଁ ୭୫ ପ୍ରତିଶତ ଗ୍ରାଣ୍ଟ ପ୍ରଦାନ କରାଯାଇଥାଏ । ତେବେ ଏହାର ସର୍ବାଧିକ ପରିମାଣ ପ୍ରକଳ୍ପ ପିଛା ୫୦ କୋଟିରୁ ଅଧିକ ହେବନାହିଁ।

ସେହିଭଳି ସିପିସି ପ୍ରତିଷ୍ଠା ପାଇଁ ସର୍ବନିମ୍ନ ୫୦ ଏକର ଜମି କ୍ରୟ ଜରିଆରେ କିମ୍ବା ୭୫ ବର୍ଷ ପାଇଁ ଜମି ଲିଜ୍ ଆକାରରେ ଆବଶ୍ୟକତା ଅନୁସାରେ ମେଗା ଫୁଡ଼ ପାର୍କ ସ୍ଥାପନ ସକାଶେ ଯୋଗାଇ ଦିଆଯିବାର ପ୍ରାବଧାନ ରହିଛି। ଏହାର ପ୍ରମୁଖ ମୌଳିକ ଭିତ୍ତିଭୂମିମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ସଡ଼କ, ଡ୍ରେନେଜ୍‌, ଜଳ ଯୋଗାଣ, କ୍ୟପ୍ଟିଭ୍ ପାୱାର ପ୍ଲାଣ୍ଟ ସ୍ଥାପନ ସମେତ ବିଜୁଳି ଶକ୍ତି ଯୋଗାଣ, ଇଟିପି ଏବଂ ଏସଟିପି, ୱେବ୍ରିଜ୍ ଆଦି ସାମିଲ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026
Latest News

ଏମ୍ସ ଭୁବନେଶ୍ବର ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଏକ ଦଶନ୍ଧିର ସଫଳ ଯାତ୍ରା

August 24, 2026

ଆଇନ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା “ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ”

August 24, 2026

ପୁରୀ ରେଳ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାରେ ପରିବର୍ତ୍ତନ

August 24, 2026

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.