ତିନିହଜାର ଟଙ୍କା ପାଇଁ ଗୋଷ୍ଠୀ ସଂଘର୍ଷ : ବାରରୁ ଉର୍ଦ୍ଧ୍ବ ଆହତ

Published: Sep 16, 2020, 9:27 am IST

ବାଗପତ : ଉତ୍ତରପ୍ରଦେଶର ବାଗପତ ଜନପଦଠାରେ ମାତ୍ର ତିନି ହଜାର ଟଙ୍କା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି ।  ଟଙ୍କା ନେଣଦେଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ  ପଥର ମାଡ ସହିତ ଫାୟାରିଂ ମଧ୍ୟ ହୋଇଛି । ଏହି ଘଟଣାରେ ଡର୍ଜନରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ୍‌ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଛନ୍ତି । ଏହି ଘଟଣାରେ ପୋଲିସ୍‌ 7ଜଣଙ୍କୁ ଗିରଫ ମଧ୍ୟ କରିଛି ।

ମିଳିଥିବା ସୂଚନା ଅନୁସାରେ ବାଗପତ ସହରର କୋତଓ୍ବାଲୀ ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ଗୋଟିଏ ପକ୍ଷର ଗାଈ କିଣିବାରେ 3ହଜାର 40 ଟଙ୍କା ବାକି ରହିଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଦେଖୁ ଦେଖୁ ପରିସ୍ଥିତି ଏପରି ହୋଇଗଲା ଯେ ପଥର ମାଡ ସହିତ ଫାୟାରିଂ ଆରମ୍ଭ ହୋଇଥିଲା । ଘରର ଛାତରୁ ପଥର ମାଡ ହୋଇଥିବାର ମଧ୍ୟ ସୂଚନା ରହିଛି । ପୋଲିସ୍‌ ଘଟଣାର ତଦନ୍ତ କରିବା ସହିତ ଅଞ୍ଚଳର ସିସିଟିଭ୍‌ ଫୁଟେଜ୍‌ ଚେକ୍‌ କରି ଅନୁସନ୍ଧାନ ଜାରି ରଖିଛି। (ଏଜେନ୍ସି)

Related posts