ଟମାଟୋ ଚୋରି କରି ଦୁଇ ପୋଲିସ କର୍ମୀ ନିଲମ୍ବିତ

Published: Sep 16, 2020, 11:21 am IST

ଲୁଧିଆାନା : ପଞ୍ଜାବର ଲୁଧିଆନାର ଜଳନ୍ଧର ବାଇପାସ ନିକଟସ୍ଥ ସବ୍‌ଜୀ ମଣ୍ଡିରେ ରାତିରେ ଟମୋଟୋ ଚୋରି କରିବା ଅଭିଯୋଗରେ ଦୁଇ ପୋଲିସ୍‌ କର୍ମୀ ନିଲମ୍ବିତ ହୋଇଛନ୍ତି । ତେବେ ଦୁଇ ପୋଲିସ୍‌ କର୍ମୀଙ୍କ ନାମ ଓ ଠିକଣା ସମ୍ପର୍କରେ ପୋଲିସ୍‌ ବିଭାଗ ସୂଚନା ଦେଇନାହିଁ । ପୋଲିସ୍‌ ସବ୍‌ଜୀ ମଣ୍ଡିର ସିସିଟିଭ ଫୁଟେଜ୍‌ ଆଧାରରେ ଯାଞ୍ଚ କରୁଛି ।

ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧରି ଉକ୍ତ ସବ୍‌ଜି ମଣ୍ଡିରେ ଲଗାତାର ଭାବରେ ପରିବା ଚୋରି ହେଉଥିବାର ଅଭିଯୋଗ ହେଉଥିଲା । ଏହା ଦେଖି ସବ୍‌ଜୀ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । ସେପ୍ଟେମ୍ବର 10 ତାରିଖ ରାତ୍ରିରେ ଉକ୍ତ ସବ୍‌ଜୀ ମଣ୍ଡିରୁ ଟମାଟୋର ଚୋରି ହୋଇଥିଲା । ଏହା ସିସିଟିଭ୍‌ରେ ରେକର୍ଡ ମଧ୍ୟ ହୋଇଥିଲା ।

Tomatoes 101: Nutrition Facts and Health Benefits

ଉକ୍ତ ସିସିଟିଭ୍‌ ରେକର୍ଡରେ ଦୁଇ ପୋଲିସ କର୍ମୀ ଟମାଟୋ ଚୋରି କରୁଥିବାର ଦେଖିବାକୁ ମିଳିଥିଲା ।ଏହା ପରେ ଲୁଧିଆନା ପୋଲିସ୍‌ କମିଶନର ରାକେଶ ଅଗ୍ରଓ୍ବାଲ ଦୁଇ ପୋଲିସ୍‌ କର୍ମଚାରୀଙ୍କୁ ନିଲମ୍ବନର ଆଦେଶ ଦେଇଥିଲେ । କିନ୍ତୁ  ଏହି ଦୁଇ ପୋଲିସ କର୍ମୀଙ୍କ ନାମ ପ୍ରକାଶ କରିନଥିଲେ । ପୋଲିସ୍‌ ଅପରାଧୀଙ୍କ ନାମ ଫେସବୁକ୍‌ରେ ଦେଉଥିବାବେଳେ ନିଜ ବିଭାଗର ମାମଲା ହେତୁ ଅଭିଯୁକ୍ତ ପୋଲିସ୍‌ କର୍ମୀଙ୍କ ନାମ ମଧ୍ୟ ପ୍ରକାଶ କରିନଥିଲେ ।

ସମ୍ପ୍ରତି ବର୍ଷା କାରଣରୁ ଟମାଟୋର ଦର ବଦ୍ଧି ହୋଇଛି । ଦେଶର ରାଜଧାନୀ ଦିଲ୍ଲୀ ତଥା ଆଖପାଖ ଅଞ୍ଚଳରେ ଟମୋଟର କିଲୋ ପିଛା 70 ଟଙ୍କାରେ ବିକ୍ରି ହେଉଛି । ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା କାରଣରୁ ପରିବା ବଜାରରେ ନିଆଁ ଲାଗିଛି ।  ଗୋଟିଏ ମାସ ମଧ୍ୟରେ ଟମୋଟର ଦାମ 10 ଗୁଣ ବଢିଛି । (ଏଜେନ୍ସି)

Related posts