ଡଙ୍ଗା ଓଲଟି ଚାରି ମୃତ, ଦଶ ନିଖୋଜ

Published: Sep 16, 2020, 12:26 pm IST

ଜୟପୁର : ରାଜସ୍ଥାନର ଜୟପୁରରେ ଏକ ଡଙ୍ଗା ଓଲଟିବା ସହିତ ଚାରି ଜଣଙ୍କ ପ୍ରାଣ ହାନି ଘଟିଛି । ରାଜସ୍ଥାନର କୋଟାରେ ରହିଥିବା ଚମ୍ବାଲି ନଦୀରେ ଏହି ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରେ ପ୍ରାୟ 50 ଜଣରୁ ଅଧିକ ଯାତ୍ରୀ ରହିଥିବା ବେଳେ 4 ଜଣଙ୍କ ପ୍ରାଣହାନି ଘଟିଛି । ଅନ୍ୟମାନେ କୂଳକୁ ପହଁରି ପଳାଇ ଆସିଥିବା ବେଳେ 10 ଜଣ ଯାତ୍ରୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ବୁଧବାର ସକାଳ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ତୁରନ୍ତ ସ୍ତାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।  ଡଙ୍ଗାରେ ସମସ୍ତ ଲୋକ ସ୍ଥାନୀୟ କମଲେଶ୍ୱର ଧାମ ମନ୍ଦିରକୁ ଯାଉଥିବା ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା 10 ଜଣ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । (ଏଜେନ୍ସି)

Related posts