କରୋନା ଆକ୍ରାନ୍ତଙ୍କୁ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ

Published: Sep 16, 2020, 3:15 pm IST

ଭୁବନେଶ୍ବର : କରୋନା ଆକ୍ରାନ୍ତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । କଟକ, ଭୁବନେଶ୍ବର ଆସୁଥିବା ଆକ୍ରାନ୍ତ ଆନୁସଙ୍ଗିକ ବ୍ୟବସ୍ଥାରେ ଆସନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ।ସ୍ବାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶରେ ଆସୁଥିବା ରୋଗୀ ଆନୁସଙ୍ଗିକ ବ୍ୟବସ୍ଥାରେ ଆସନ୍ତୁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଆନୁସଙ୍ଗିକ ବ୍ୟବସ୍ଥା ସହ ଅକ୍ସିଜେନ୍‌ ସପୋର୍ଟରେ ଆସିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଅବହେଳା ପାଇଁ ଅତୀତରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଥିବାରୁ ଏବେ ଏହାକୁ ଧ୍ୟାନରେ ରଖାଯାଇ ବିହିତ ପଦକ୍ଷେପମାନ ନିଆଯାଉଛି । ସାରା ରାଜ୍ୟ ପାଇଁ ଟୁଇନ୍‌ସିଟିରେ ସରକାର ଅତ୍ୟାଧୁନିକ ବ୍ୟବସ୍ଥା କରିଛନ୍ତି ।

ପ୍ରକାଶ ଯେ, ଓଡିଶା ସରକାର ସବୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି । ଓଡିଶାରେ ଭର୍ଚୁଆଲ ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଏହି ଚିଠି ଲେଖାହୋଇଛି । ଦୂରରୁ ବିଶେଷଜ୍ଞ ଡାକ୍ତର ଜିଲ୍ଲାସ୍ତରୀୟ ହସ୍ପିଟାଲକୁ ପରାମର୍ଶ ଦେବେ । ଏନେଇ ସବୁ ଜିଲ୍ଲାପାଳ ଏବଂ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଏଥିସହ ସବୁ ଗୁରୁତର କରୋନା ଆକ୍ରାନ୍ତଙ୍କୁ କଟକ ଓ ଭୁବନେଶ୍ୱର ନପଠାଇବାକୁ ପରାମର୍ଶ ଦିଆଯାଇଛି । ଗୁରୁତର ଆକ୍ରାନ୍ତ କରୋନା ରୋଗୀଙ୍କୁ ପ୍ରଥମେ ଜିଲ୍ଲାସ୍ତରରେ ଥିବା ହସ୍ପିଟାଲରେ ଚିକିତ୍ସା କରାଯିବ । ଦୂରରେ ରହି ବିଶେଷଜ୍ଞ ଡାକ୍ତର ଭିଡିଓ କନଫରେନ୍ସିଂ ଯୋଗେ ପରାମର୍ଶ ଦେବେ ।

ଅପରପକ୍ଷରେ ଏନେଇ ସରକାରଙ୍କୁ ତୀବ୍ର ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା । ସବୁ ରୋଗୀଙ୍କର କଟକ ଓ ଭୁବନେଶ୍ବର ଆସିବାର ଅଧିକାର ରହିଛି  ଓ ତାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ।

Related posts