ରାଜ୍ୟସଭା ସାଂସଦ ଅଶୋକ ଗାସ୍ତିଙ୍କ ପରଲୋକ

Published: Sep 17, 2020, 6:14 pm IST

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କ ପରଲୋକ ଘଟିଛି । ଗାସ୍ତି କରୋନାରେ ଆକ୍ରାନ୍ତ ରହିଥିଲେ ବୋଲି ସୂଚନା ରହିଛି । ସେ 15 ଦିନ ହେବ ଚିକିତ୍ସା ପାଇଁ  ବାଙ୍ଗାଲୋରର ମଣୀପାଲ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।  ଚଳିତ ବର୍ଷ କର୍ଣ୍ଣାଟକରୁ ରାଜ୍ୟସଭାକୁ ଯାଇଥିଲେ ବିଜେପି ନେତା ଅଶୋକ ଗାସ୍ତି । ଗାସ୍ତି କର୍ଣ୍ଣାଟକ ବିଜେପିର ଜଣେ ଆଗଧାଡ଼ିର ନେତା ଥିଲେ। ଲ’ରେ ସ୍ନାତକ ପାସ୍‌ କରିଥିବା ଅଶୋକ ଗାସ୍ତି ରାଇଚୁର ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ଭାବେ ମଧ୍ୟ ପୂର୍ବରୁ ଦାୟିତ୍ବ ତୁଲାଇଥିଲେ । ଗାସ୍ତିଙ୍କ ନିଧନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଶୋକ ପ୍ରକାଶ କରିଛନ୍ତି। (ଏଜେନ୍ସି)

Related posts