ନୂଆଦିଲ୍ଲୀ : ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 96 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ 1174ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 52 ଳକ୍ଷ ପାର କରିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 52 ଲକ୍ଷ 14 ହଜାର 678ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା 84 ହଜାର 372ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 41ଲକ୍ଷ 12 ହଜାର 552 ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 10 ଲକ୍ଷ 17ହଜାର 754ରହିଛି । ଏହା ସହିତ ଦେଶରେ ଆରୋଗ୍ୟ ହାର 77.65 ପ୍ରତିଶତରେ ରହିଛି । ବିଗତ 24 ଘଣ୍ଟା ମଧ୍ୟରେ 82 ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 3ଟି ରାଜ୍ୟରେ 60 ପ୍ରତିଶତ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ବୋଲି ସୂଚନା ରହିଛି । (ଏଜେନ୍ସି)
Tags: