ଅପହରଣ ପରେ ଯବାନଙ୍କୁ ହତ୍ୟା କଲେ ନକ୍ସଲ

Published: Sep 18, 2020, 11:53 am IST

ରାୟପୁର : ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ମାନେ ଏକ ବର୍ବର କାଣ୍ଡ ଘଟାଇଛନ୍ତି । ଜଣେ ଯବାନଙ୍କୁ ହତ୍ୟା କରି ଗାଁ ମଧ୍ୟରେ ଫୋପାଡିଛନ୍ତି ନକ୍ସଲ ମାନେ । ଛତିଶଗଡ ଆର୍ମଡ ଫୋର୍ସ (ସିଏଏଫ୍)ର ଏହି ଯବାନ ଜଣଙ୍କର ମୃତ ଦେହ ଗଙ୍ଗାଲୁର-ବିଜାପୁର ରାସ୍ତାରୁ ଉଦ୍ଧାର କରାଯାଇଛି । ବିଜାପୁରର ପଡ୍ଡେଲା ଗ୍ରାମରୁ ଯବାନ ଜଣକ ନିଖୋଜ ହୋଇଥିବା ନେଇ ଦାନ୍ତେୱାଡେ ଏସପି କମଳାଲୋଚନ କଶ୍ୟପ ସୂଚନା ଦେଇଛନ୍ତି । ମୃତଦେହ ନିକଟରୁ କିଛି ନକସଲ ପୋଷ୍ଟର ମଧ୍ୟ ଜବତ କରାଯାଇଛି ।

ଗତ ଏକ ସପ୍ତାହ ମଧ୍ୟରେ ନକ୍ସଲମାନେ ଦୁଇ ଆରକ୍ଷକ, ଜଣେ ଏସଏସ୍‌ଆଇ, ଜଣେ ବନ କର୍ମଚାରୀ ସମେତ ଆଠଜଣଙ୍କର ହତ୍ୟା କରିଥିବା ରସୂଚନା ରହିଛି । ତେବେ ହତ୍ୟା ହୋଇଥିବା ସିଏଏଫ୍‌ ଯବାନ ଜଣକ 5 ଦିନ ତଳୁ ନିଖୋଜ ରହିଥିଲେ । ଯବାନ ଜଣଙ୍କୁ ଅପହରଣ କରିନେବା ବେଳେ ଜନଅଦାଲତ ଦ୍ବାରା ହତ୍ୟା କରିଥିବାର ସୂଚନା ରହିଛି । ତେବେ ବିଜାପୁର ପୋଲିସ୍‌ ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି । (ଏଜେନ୍ସି)

Related posts