Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ଜାଲ ଦସ୍ତଖତ ଏବଂ ବ୍ୟାକଡେଟରେ କୋଭିଡ ଫାଇନ ରିସିପ୍ଟ କାଟିବାକୁ ନେଇ ଚର୍ଚ୍ଚା
ଆଜିର ଖବର

ଚିଲିକାରେ ଜାଲ ଦସ୍ତଖତ ଏବଂ ବ୍ୟାକଡେଟରେ କୋଭିଡ ଫାଇନ ରିସିପ୍ଟ କାଟିବାକୁ ନେଇ ଚର୍ଚ୍ଚା

September 19, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ଚିଲିକା: ସମ୍ପ୍ରତି ରାଜ୍ୟରେ କରୋନା ମାମଲା ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ  କରୋନା ମାମଲା ଚିହ୍ନଟ ହେଉଛି। ଖୋର୍ଦ୍ଧା ଜିଲ୍ଲା ପ୍ରତି ମଧ୍ୟ ବିଶେଷ ଭାବରେ ଦୃଷ୍ଟି ଦିଆଯାଉଛି। ଅମାନିଆଙ୍କୁ ସାବାଡ କରିବା ପାଇଁ ମୋଟା ରକମର ଅର୍ଥ ଦଣ୍ଡ ମଧ୍ୟ ଆଦାୟ କରାଯାଉଛି। ମାସ୍କ ଓ ସାମାଜିକ ଦୂରତ୍ବକୁ ବିଶେଷ ଭାବରେ ଅଗ୍ରାଧିକାର ଦିଆଯାଉଥିବାବେଳେ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ କଡା ଜରିମାନା ଆଦାୟ କରାଯାଉଛି।

ଚିଲିକା ଅଞ୍ଚଳରେ ମଧ୍ୟ କୋଭିଡ୍‌ ଉଲ୍ଲଂଘନକାରୀଙ୍କଠାରୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି। ତେବେ ଏହି ଜରିମାନା ଆଦାୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗତକାଲି ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମର ଘୋଡାଦୌଡ ପେଣ୍ଠ ଅଞ୍ଚଳରେ  ସାମାଜିକ ଦୂରତ୍ବ ନିୟମ ଖିଲାଫ ଅଭିଯୋଗରେ ଆଦାୟ କରାଯାଇଥିବା ଜରିମାନାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ହସ୍ତଗତ ହୋଇଥିବା ତଥ୍ୟ  ଅନୁଯାୟୀ ଗତକାଲି ଚିଲିକା ବ୍ଲକ ପ୍ରଶାସନ ତରଫରୁ ଦିନ ଦ୍ବିପହର ରେ ସୋରଣ ଗ୍ରାମର ଘୋଡାଦୌଡ଼ ପେଣ୍ଠ ରୁ ପାଞ୍ଚ ଜଣଙ୍କ ଠୁ ରିସିପ୍ଟ ନମ୍ବର ୩୫,୩୬,୩୭,୩୮ଏବଂ ୩୯ ରେ ୨୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା l ହେଲେ ଆଦାୟ କରାଯାଇଥିବା ଜରିମାନା ରିସିପ୍ଟ ନମ୍ବର ୩୫ ରେ କେବଳ  ୧୮.୦୯.୨୦ ତାରିଖ ପଡ଼ିଥିବା ସ୍ଥଳେ ଅନ୍ୟ ଚାରି ଗୋଟି ରିସିପ୍ଟ ରେ ୧୯.୦୮.୨୦ ମାନେ ଗତ ମାସର ତାରିଖ ପଡ଼ିଛି। ହେଲେ ଏହି ଫାଇନ୍‌ ଆଦାୟ କିଏ କରୁଛି,ତାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।  ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ବାବଦକୁ ମିଳିଥିବା ରିସିପ୍ଟ ରେ ଅତିରିକ୍ତ ବ୍ଲକ ଅଧିକାରୀଙ୍କ ଦସ୍ତଖତ ରହିଛି। ଏନେଇ ଅତିରିକ୍ତ ବ୍ଲକ ଅଧିକାରୀ ଅପରାଜିତା ସ୍ୱାଇଁ ଙ୍କୁ ପଚାରାଯିବାରୁ ସେ ଗତକାଲି ଅନୁପସ୍ଥିତ ଥିଲେ ଏବଂ ସେଇ ଦସ୍ତଖତ ତାଙ୍କର ନୁହେଁ ବୋଲି କହିଛନ୍ତି। ତେବେ ଏହି ରିସିପ୍ଟ ରେ ଏକ୍ସଟେନ୍ସନ  ଅଫିସରଙ୍କ ଦସ୍ତଖତ ରହିବାର ନିୟମ ମଧ୍ୟ ରହିଛି। ହେଲେ ଯଦି ଅତରିକ୍ତ ବି.ଡ଼ି.ଓ ଗତକାଲି ଉକ୍ତ ସ୍ଥାନରେ ଅନୁପସ୍ଥିତ ଥିଲେ ତାହାହେଲେ ଯେଉଁ ଅଧିକାରୀ ଫାଇନ ଆଦାୟ କରିଛନ୍ତି ସେ ଏକ୍ସଟେନ୍ସନ  ଅଫିସରଙ୍କ ସ୍ଥାନରେ ଦସ୍ତଖତ ନକରି ଅତିରିକ୍ତ ବି.ଡ଼ି.ଓ ଙ୍କ ସ୍ଥାନରେ ଦସ୍ତଖତ କଲେ କିପରି?

ଅପରପକ୍ଷରେ ଏ ବିଷୟ ନେଇ ଚିଲିକା ବି.ଡ଼ି.ଓ ଶ୍ରୀମତୀ ସୁଷମା ବାରିକ ଙ୍କୁ ପଚାରିବାରୁ ତାରିଖ ଭୁଲ ଥିବା ସେ ସ୍ୱୀକାର କରିବା ସହ ଗତକାଲି ଦୁଇ ଜଣ ଅଧିକାରୀଙ୍କୁ ଏନ୍ଫୋର୍ସମେଣ୍ଟ ପାଈଁ ଉକ୍ତ ଅଞ୍ଚଳକୁ ପଠାଇଥିବାର କହିଛନ୍ତି। ତେବେ ଗତକାଲି କିଏ ଜରିମାନା ଆଦାୟ କରିଛନ୍ତି ଏବଂ କଣ ପାଈଁ ବ୍ୟାକ ଡେଟ ରେ ଜରିମାନା ଆଦାୟ କରିଛନ୍ତି , ତାହା ନେଇ ସେ ତଦନ୍ତ କରିବେ ବୋଲି ସୂଚନା ଦେଇଛନ୍ତି । ଅତିରିକ୍ତ ବିଡିଓଙ୍କ ଅନୁପସ୍ଥିତିରେ ତାଙ୍କ ସ୍ଥାନରେ ଜାଲ୍‌ ଦସ୍ତଖତରେ ଜରିମାନା ଆଦାୟ ଏବଂ ପାଞ୍ଚ ଗୋଟି ରିସିପ୍ଟ ରୁ ଗୋଟାଏ ରେ ଠିକ ତାରିଖ ଏବଂ ଅନ୍ୟ ଚାରି ଗୋଟି ରିସିପ୍ଟ ରେ ଗତ ମାସର ତାରିଖ କୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେବା ସହ ଏହାର ସତ୍ୟ ସାମ୍ନାକୁ ଆଣିବାକୁ ନେଇ ଦାବି ହୋଇଛି।

ଅମାନିଆଙ୍କୁ ବାଟକୁ ଆଣିବାକୁ ହେଲେ ଜରିମାନା ଆଦାୟ ନିଶ୍ଚିତ ସ୍ବାଗତଯୋଗ୍ୟ, କିନ୍ତୁ ଏହି ଜରିମାନା ସଠିକ୍‌ ଉପାୟରେ ଆଦାୟ ହେଉଛି କି ନାହିଁ, ତାହା ଏବେ ସବୁଠୁ ବଡ ପ୍ରଶ୍ନ। ଚିଲିକା ଅଞ୍ଚଳରେ ସମ୍ପ୍ରତି କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନା ଆଦାୟକୁ ନେଇ ଦୁର୍ନୀତିର ଗନ୍ଧ ଦେଖିବାକୁ ମିଳିଛି। ତେବେ ଏହି ଜରିମାନା କିଏ କରୁଛି, ଏବଂ ଏଥିରେ ଆଦାୟ ହେଉଥିବା ଜରିମାନା ଅର୍ଥ ସିଧାସଳଖ ସରକାରଙ୍କ ନିକଟରେ ପହଞ୍ଚୁଛି କି ନାହିଁ, ତାହାର ଉଚିତ୍‌ ତଦନ୍ତ ହେବା ନେଇ ଅଞ୍ଚଳବାସୀମାନେ ଦାବି କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Latest News

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.