Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଲେସିଆରୁ ଗାଁକୁ ଫେରୁଥିବା ଓଡିଆ ଯୁବକଙ୍କ ହାଇଦ୍ରାବାଦରେ ହେଲା ମୃତ୍ୟୁ: ମୃତ୍ୟୁର କାରଣ ଅସ୍ପଷ୍ଟ
ଆଜିର ଖବର

ମାଲେସିଆରୁ ଗାଁକୁ ଫେରୁଥିବା ଓଡିଆ ଯୁବକଙ୍କ ହାଇଦ୍ରାବାଦରେ ହେଲା ମୃତ୍ୟୁ: ମୃତ୍ୟୁର କାରଣ ଅସ୍ପଷ୍ଟ

September 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ରାତି ପାହିଲେ ଗାଁରେ ପହଞ୍ଚି ଥାନ୍ତେ ବାବୁଲା। କିନ୍ତୁ ପହଞ୍ଚିଲା ତାଙ୍କ ମର ଶରୀର। ଏପରି ଏକ ଦୁଃଖଦ ଘଟଣା ଘାତିଯାଇଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ପଂଚାୟତ ରାଣୀପଡ଼ାଗ୍ରାମରେ।

ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଗ୍ରାମର ସ୍ବର୍ଗତ ନରସିଂହ ସେଠିଙ୍କ ଏକ ମାତ୍ର ପୁଅ ବାବୁଲା (୨୪) ସେଠି ଦୁଇ ବର୍ଷ ପୂର୍ବେ ମାଲେସିଆରେ ଏକ କମ୍ପାନୀରେ କାମ କରି ଆସୁଥିଲେ। କରୋନା ଯୋଗୁଁ କମ୍ପାନୀ ବନ୍ଦ ହେବା ପରେ ସେ ଗତ ୧୯/୦୯/୨୦୨୦ ରିଖରେ ଗାଁକୁ ଫେରିବା ପାଇଁ ଘରେ କହିଥିଲେ। ପରେ ସେ ସେଠାରୁ ଆସି ହାଇଦ୍ରାବାଦଠାରେ ପହଂଚି କରୋନା ଟେଷ୍ଟ କରାଇଥିଲେ। ତାଙ୍କର ଆଣ୍ଟିଜେନ ଟେଷ୍ଟ ହେବା ପରେ ରିପୋର୍ଟ ନେଗେଟିଭ ଆସିଥିବା କଥା ସେ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ ତାଙ୍କ ସହ ଆସିଥିବା ଅନ୍ୟ ଯୁବକମାନଙ୍କ ଠାରୁ ଜଣକ ପିଛା ୪୦୦୦ ଟଙ୍କା ଲେଖାଏଁ ନେଇ ଏକ ହୋଟେଲରେ ସଙ୍ଗରୋଧ କକ୍ଷରେ ରଖିଥିଲେ।

ଦୁଇ ଦିନ ରହିବା ପରେ ହଠାତ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା ତାଙ୍କୁ ସେଠାରୁ ହସ୍ପିଟାଲ ନିଆଯିବା ପରେ ତାଙ୍କ ପେଟରେ ଷ୍ଟୋନ ଥିବା କଥା ଡାକ୍ତର କହିଥିଲେ। ଅସ୍ତ୍ରୋପଚାର ପାଇଁ ପାଖାପାଖି ୫ ଲକ୍ଷ ଟଙ୍କା ଲାଗିବ ବୋଲି ଡାକ୍ତର କହିବା ପରେ ତାଙ୍କର ଜଣେ ବନ୍ଧୁ ଘରକୁ ଫୋନ୍ କରି ଜଣାଇ ଥିଲେ। ଘରଲୋକ ଅସ୍ତ୍ରୋପଚାର ବାବଦକୁ ୫ ଲକ୍ଷ ଟଙ୍କା ଦେବା ରାଜି ହୋଇଥିଲେ। ଏହାପରେ ଗତ କାଲି ସକାଳ ୮ ଟା ସମୟରେ ସେ ତାଙ୍କ ମା ଙ୍କ ସହ ଫୋନ ଯୋଗେ କଥା ମଧ୍ୟ ହୋଇଥିଲେ।  କିନ୍ତୁ ଠିକ୍ ୪ ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଖବର ଆସିଥିଲା।

ଏ  ମୃତ୍ୟୁ ଖବର ଶୁଣିବା ପରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଥିଲା। ବାପାଙ୍କ ମୃତ୍ୟୁର ୧୦ ବର୍ଷ ପରେ ପୁଅ ଆରପାରିକୁ ଚାଲିଗଲା। ଏକ ମାତ୍ର ପୁଅକୁ ହରାଇ ମା ସମେତ ଦୁଇ ଭଉଣୀ ପାଗଳ ପ୍ରାୟ କାନ୍ଦୁଛନ୍ତି। ସେପଟେ ହାଇଦ୍ରାବାଦ ଠାରେ ରିପୋର୍ଟ୍ ନେଗେଟିଭ ଥାଇ କାହିଁକି ଘରକୁ ନପଠାଇ ତାଙ୍କଠାରୁ ପଇସା ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ଘରକୁ ଆସିଥିଲେ ତାଙ୍କର ଚିକତ୍ସା ଠିକରେ କରାଯାଇଥାନ୍ତା ବୋଲି ସେମାନେ ପ୍ରକାଶ କରିଛନ୍ତି।

ଶବକୁ ଆଣିବା ପାଇଁ ପରିବାର ଲୋକ ପୁଣି ଋଣ କରି ଆମ୍ବୁଲାନ୍ସ କୁ ୫୫୦୦୦ଟଙ୍କା ଦେଇଛନ୍ତି। ସେପଟେ ଶବ ଗାଁ ରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାମାଜିକ ଦୂରତା ରଖି ବାବୁଲାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଅପର ପକ୍ଷରେ ତାଙ୍କ ମୃତ୍ୟୁ କିପରି ହେଲା ଓ କାହିଁକି ତାଙ୍କୁ ବିନା କାରଣରେ ସଙ୍ଗରୋଧ କକ୍ଷରେ ରଖିଥିଲେ ତାହାର ତଦନ୍ତ ପାଇଁ ପରିବାର ଲୋକ ଦାବୀ କରିଛନ୍ତି।

ଆଣ୍ଟିଜେନ ଟେଷ୍ଟ ମାଲେସିଆ ମୃତ୍ୟୁର କାରଣ ଅସ୍ପଷ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026

ଓସିଏ ନିର୍ବାଚନ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ବିସିସିଆଇ ଦାଖଲ କରିବ ଜବାବ, ଅଗଷ୍ଟ ୨୧ରେ ପରବର୍ତ୍ତୀ ଶୁଣାଣି

August 15, 2026
Latest News

ଭୁଲ ପ୍ରଥା ଆଗକୁ ବଢାଉଛନ୍ତି ରାହୁଲ: ଲାଲକିଲ୍ଲା ସମାରୋହରେ ଯୋଗନଦେବାରୁ ବିଜେପିର ଟାର୍ଗେଟ

August 15, 2026

ପାର୍ଲେର ଗୋଦାମରେ ଚଢାଉ: ମିଳିଲା ମିଆଦ ଶେଷ ହୋଇଥିବା ଫ୍ରୁଟି ଏବଂ ଆପି, ଲାଇସେନ୍ସ ରଦ୍ଦ 

August 15, 2026

Independence Day 2026: ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, କହିଲେ…

August 15, 2026

ସ୍ୱାଧୀନତା ଦିବସରେ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ମାଗଣା ଶିକ୍ଷାରୁ ଏଆଇ ଟ୍ରେନିଂ, ଆସିବ ୪ ମେଡିକାଲ କଲେଜ

August 15, 2026

ଓଲଟିଲା ଅଟୋ; ୮ ଛାତ୍ରଛାତ୍ରୀଙ୍କ ସମେତ ଚାଳକ ଆହତ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.