Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାରୁ ସୁରଟ ଓ ଅହମଦାବାଦକୁ ଆହୁରି ଦୁଇଟି ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ ଟ୍ରେନ ସମୟ ଏବଂ ରହଣି ସ୍ଥଳ
ଜାତୀୟ ଖବର

ଓଡିଶାରୁ ସୁରଟ ଓ ଅହମଦାବାଦକୁ ଆହୁରି ଦୁଇଟି ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ ଟ୍ରେନ ସମୟ ଏବଂ ରହଣି ସ୍ଥଳ

September 24, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଓଡିଶାରୁ ସୁରଟ ଓ ଅହମଦାବାଦକୁ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ଗୁଜରାଟକୁ ଚଳାଚଳ କରୁଥିବା ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ମାତ୍ରାଧିକ ପ୍ରତିକ୍ଷ୍ୟା ସୂଚୀକୁ ନଜର ଦେଇ ପୂର୍ବତଟ ରେଳପଥ ଓଡିଶାରୁ ଗୁଜରାଟକୁ ଆହୁରି ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ସୁବିଧା ପ୍ରଦାନ କରିଛି ଓ ଏହି ଟ୍ରେନ ଦ୍ବୟ ହେଲା…

୦୧. ସମ୍ବଲପୁର-ଟିଟିଲାଗଡ଼-ରାଇପୁର ମାର୍ଗ ଦେଇ ଖୋର୍ଦ୍ଧା ରୋଡ଼-ସୁରଟ-ଖୋର୍ଦ୍ଧା ରୋଡ଼ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୨୮୨୭/୦୨୮୨୮)

ସେପ୍ଟେମ୍ବର ମାସ ୨୭ ତାରିଖରୁ ଅକ୍ଟୋବର ମାସ ୧୮ ତାରିଖ ମଧ୍ୟରେ ଏହା ଖୋର୍ଦ୍ଧା ରୋଡ଼ ଠାରୁ ପ୍ରତି ରବିବାର ସନ୍ଧ୍ୟା ୮ଘ.୪୦ମି.ରେ ଛାଡିବାକୁ ଥିବା ବେଳେ ସେପ୍ଟେମ୍ବର ମାସ ୨୯ ତାରିଖରୁ ଅକ୍ଟୋବର ମାସ ୨୦ ତାରିଖ ମଧ୍ୟରେ ଏହା ସୁରଟ ଠାରୁ ପ୍ରତି ମଙ୍ଗଳବାର ସକାଳ ୮ଘ.୩୦ମି.ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ।

ରହଣି – ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ଼ ଓ ସୁରଟ ମଧ୍ୟରେ ଏହା ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ରାଇପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ଭୁସାବଲ, ଜଳଗାଁ ଓ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୨. ବିଜୟନଗରମ, ଦୁଭାଡା, ବିଜୟୱାଡା, ୱାର୍ଧା ମାର୍ଗଦେଇ ଖୋର୍ଦ୍ଧା ରୋଡ଼-ଅହମଦାବାଦ-ଖୋର୍ଦ୍ଧା ରୋଡ଼ ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୮୪୦୭/୦୮୪୦୮)

ସେପ୍ଟେମ୍ବର ମାସ ୩୦ ତାରିଖରୁ ଅକ୍ଟୋବର ମାସ ୨୧ ତାରିଖ ମଧ୍ୟରେ ଏହା ଖୋର୍ଦ୍ଧା ରୋଡ଼ ଠାରୁ ପ୍ରତି ବୁଧବାର ପୂର୍ବାହ୍ନ ୧୦ଘ.୪୦ମି.ରେ ଛାଡିବାକୁ ଥିବା ବେଳେ ଅକ୍ଟୋବର ମାସ ୩ ତାରିଖରୁ ୨୪ ତାରିଖ ମଧ୍ୟରେ ଏହା ଅହମଦାବାଦ ଠାରୁ ପ୍ରତି ଶନିବାର ୦୦୧୫ ଘଟିକା (ଶୁକ୍ରବାର ରାତ୍ର ୧୨ଘ.୧୫ମି.) ରେ ଖୋର୍ଦ୍ଧା ରୋଡ଼ ଅଭିମୁଖେ ଯାତ୍ରା କରିବ।

ରହଣି – ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ଼ ଓ ଅହମଦାବାଦ ମଧ୍ୟରେ ଏହା ବ୍ରହ୍ମପୁର, ଶ୍ରୀକାକୁଲମ ରୋଡ଼, ବିଜୟନଗରମ, କୋଟ୍ଟଭଲସା, ଦୁଭାଡା, ଅଣକାପଲ୍ଲୀ, ରାଜମହେନ୍ଦ୍ରୀ, ଏଲୁରୁ, ବିଜୟୱାଡା, ୱାରାଙ୍ଗଲ, ରାମଗୁଂଡମ, ମଂଚିରୟାଲ, ବାଲହର୍ଷଓ, ୱାର୍ଧା, ଭୂସବଲ, ସୁରଟ, ବାରୁଚ ଏବଂ ବରୋଦା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

ସୁରଟ ଓ ଅହମଦାବାଦକୁ ଏହି ଟ୍ରେନ ଦ୍ବୟ ଚଳାଚଳ କରିବା ପରେ ଓଡିଶାରୁ ଗୁଜରାଟକୁ ସପ୍ତାହରେ ସବୁଦିନ ସ୍ୱତନ୍ତ୍ର ଟ୍ରେନ ଉପଲବ୍ଧ ହେବ ସହ ସପ୍ତାହରେ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ଓ ଗୁଜରାଟକୁ ପୂର୍ବରୁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଗୁଡିକ ହେଲା….

୦୩. ଖୋର୍ଦ୍ଧା ରୋଡ଼-ଅହମଦାବାଦ-ଖୋର୍ଦ୍ଧାରୋଡ଼ସ୍ୱତନ୍ତ୍ର ଟ୍ରେନ (୦୨୮୪୩/୦୨୮୪୪)

ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ୧୨ ତାରିଖ ଠାରୁ ପ୍ରତି ମଙ୍ଗଳ, ଗୁରୁ, ଶୁକ୍ର ଓ ଶନିବାର ଦିନ ମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ ଏବଂ ଅହମଦାବାଦ ଠାରୁ ସେପ୍ଟେମ୍ବର ୧୪ ତାରିଖରୁ ପ୍ରତି ସୋମ, ଗୁରୁ, ଶନି ଓ ରବିବାର ଦିନମାନଙ୍କରେ ସନ୍ଧ୍ୟା ୬ଘ.୪୦ମି.ରେ ଛାଡିବ।

ରହଣି – ଖୋର୍ଦ୍ଧାରୋଡ଼ ଓ ଅହମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ଖରିଆର ରୋଡ଼, ବାଗବାହାର, ମହାସମୁନ୍ଦ, ରାଇପୁର, ଭିଲାଇ ପାୱାର ହାଉସ, ଦୁର୍ଗ ସହିତ ୱର୍ଧା, ନାଗପୁର, ଭୁଷାବଲ, ସୁରଟ ଓ ବରୋଦା ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୪. ଖୋର୍ଦ୍ଧା ରୋଡ଼-ଓ଼ଖା-ଖୋର୍ଦ୍ଧାରୋଡ଼ସ୍ୱତନ୍ତ୍ର ଟ୍ରେନ (୦୮୪୦୧/୦୮୪୦୨)

ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ୧୩ ତାରିଖ ଠାରୁ ପ୍ରତି ରବିବାର ଦିନ ପୂର୍ବାହ୍ନ ୧୦ଘ.୪୦ମି.ରେ ଛାଡିବ ଏବଂ ଓ଼ଖା ଠାରୁ ସେପ୍ଟେମ୍ବର ୧୬ ତାରିଖରୁ ପ୍ରତି ବୁଧବାର ସକାଳ ୮ ଘ.୩୦ମି.ରେ ଛାଡିବ।

ରହଣି – ଖୋର୍ଦ୍ଧାରୋଡ଼ ଓ ଅହମଦାବାଦ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ବିଶାଖାପାଟଣା, ବିଜୟୱାଡା, ୱର୍ଧା, ସୁରଟ, ବରୋଦା, ରାଜକୋଟ ଓ ଦ୍ଵାରକା ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୫. ଗାନ୍ଧୀଧାମ-ଖୋର୍ଦ୍ଧାରୋଡ଼-ଗାନ୍ଧୀଧାମ ସ୍ୱତନ୍ତ୍ର ଟ୍ରେନ (୦୨୯୭୩/୦୨୯୭୪)

ଗାନ୍ଧୀଧାମ ରୁ ସେପ୍ଟେମ୍ବର ମାସ ୧୬ ତାରିଖ ପ୍ରତି ବୁଧବାର ରାତ୍ର ୧୧ ଘଟିକାରୁ ଛାଡିବ ଏବଂ ଖୋର୍ଦ୍ଧା ରୋଡ଼ ରୁ ସେପ୍ଟେମ୍ବର ମାସ ୧୬ ତାରିଖଠାରୁ ପ୍ରତି ଶନିବାର ପୂର୍ବାହ୍ନ ୧୧ଘ.୪୦ମି.ରେ ଛାଡିବ।

ରହଣି – ଖୋର୍ଦ୍ଧାରୋଡ଼ ଓ ଗାନ୍ଧୀଧାମ ମଧ୍ୟରେ ବ୍ରହ୍ମପୁର, ଶ୍ରୀକାକୁଲମ, ବିଜୟନଗରମ, ରାୟଗଡା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ମହାସମୁନ୍ଦ, ରାଇପୁର, ଦୁର୍ଗ ସହିତ ୱର୍ଧା, ନାଗପୁର, ଭୁଷାବଲ, ସୁରଟ, ବରୋଦା ଓ ଅହମଦାବାଦ ଇତ୍ୟାଦି ଗୁରୁତ୍ୱପୂର୍ଣ ଷ୍ଟେସନ ମାନଙ୍କରେ ରହଣି କରିବ।

୦୬. ଭୁବନେଶ୍ୱର-ଅହମଦାବାଦ-ଭୁବନେଶ୍ୱର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ (୦୮୪୦୫/୦୮୪୦୬)

ସେପ୍ଟେମ୍ବର ମାସ ୧୬ ତାରିଖ ଠାରୁ ଭୁବନେଶ୍ୱର ରୁ ପ୍ରତି ବୁଧବାର ସନ୍ଧ୍ୟା ୬ ଘଟିକାରେ ଛାଡିବ ଓ ସେପ୍ଟେମ୍ବର ମାସ ୧୮ ତାରିଖ ଠାରୁ ଅହମଦାବାଦ ଠାରୁ ପ୍ରତି ଶୁକ୍ରବାର ସନ୍ଧ୍ୟା ୬ ଘ. ୪୦ମି,ରେ ଛାଡିବ।

eastcoastrailway
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025

President’s Address in Assembly: ଆଚରଣ ଠିକ୍ ରଖିବାକୁ ବିଧାୟକଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

November 27, 2025
Latest News

ଦ୍ୱିତୀୟ ବିବାହ କଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ: ଆସାମ ବିଧାନସଭାରେ ଆଗତ ହେଲା ବିଲ୍

November 27, 2025

ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

November 27, 2025

IITF 2025: ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା, ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

November 27, 2025

President’s Address in Assembly: ଆଚରଣ ଠିକ୍ ରଖିବାକୁ ବିଧାୟକଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

November 27, 2025

ଅପରେସନ ସିନ୍ଦୁର ପରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଶଂସକ ହେଲେ ଅନେକ ଦେଶ: କିଣିବ ଏହି ମୁସଲିମ ଦେଶ!

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.