Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାରତର ସୁସ୍ଥତା ହାରରେ ଦ୍ରୁତ ଅଭିବୃଦ୍ଧି; ୪୭.୫ ଲକ୍ଷ ଅତିକ୍ରମ କଲା
ଜାତୀୟ ଖବର

ଭାରତର ସୁସ୍ଥତା ହାରରେ ଦ୍ରୁତ ଅଭିବୃଦ୍ଧି; ୪୭.୫ ଲକ୍ଷ ଅତିକ୍ରମ କଲା

September 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ନମୁନା ପରୀକ୍ଷଣ ସହିତ ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷା ପଞ୍ଜୀକୃତ କରିଥିବା ବେଳେ ରେକର୍ଡ ସଂଖ୍ୟକ ଆରୋଗ୍ୟ ରୋଗୀଙ୍କ ଧାରା ମଧ୍ୟ ଅବ୍ୟାହତ ରହିଛି । ବର୍ତ୍ତମାନ ସୁଦ୍ଧା ୪୭.୫ ଲକ୍ଷରୁ ଅଧିକ ଅର୍ଥାତ ୪୭,୫୬,୧୬୪ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୮୧,୧୭୭ ରୋଗୀ ସୁସ୍ଥ ହୋଇଛନ୍ତି ।

ସକ୍ରିୟ ମାମଲା ୯,୭୦,୧୧୬ ଥିବାବେଳେ ଆରୋଗ୍ୟ ସଂଖ୍ୟା ୩୭,୮୬,୦୪୮ ଅଛି ।  ଜାତୀୟ ଆରୋଗ୍ୟ ହାରରେ ମଧ୍ୟ ବୃଦ୍ଧି ଜାରି ରହିଛି। ଆଜି ଏହି ହାର ୮୧.୭୪ ପ୍ରତିଶତରେ ପହଞ୍ଚିଛି । ନୂତନ ସୁସ୍ଥତା ହାରର ୭୩ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ଜଣାପଡିଛି । ଏହି ରାଜ୍ୟଗୁଡିକ ହେଲା – ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଏବଂ ଆସାମ।

ଗୋଟିଏ ଦିନରେ ୧୭,୦୦୦ରୁ ଅଧିକ ସଂଖ୍ୟକ ନୂତନ ଆରୋଗ୍ୟଙ୍କ ସହିତ ମହାରାଷ୍ଟ୍ର ଆଗରେ ଥିବା ବେଳେ ଆନ୍ଧ୍ରପ୍ରଦେଶରୁ ୮,୦୦୦ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬,୦୫୨ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି।

ନୂତନ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୭୫ ପ୍ରତିଶତ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବୋଲି ଜଣାପଡିଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୧୯,୦୦୦ରୁ ଅଧିକ ଥିବାବେଳେ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଉଭୟ ରାଜ୍ୟରୁ ୭,୦୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୪୧ ରୋଗୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡିଛି । ମୋଟ ମୃତ୍ୟୁ ସଂଖ୍ୟାର ୮୩ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରିପୋର୍ଟ ହୋଇଛି । ଗତକାଲି ରିପୋର୍ଟ ହୋଇଥିବା ନୂତନ ମୃତକଙ୍କ ମଧ୍ୟରୁ ୪୦% ମହାରାଷ୍ଟ୍ରରୁ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ

June 10, 2026

NEET ପରୀକ୍ଷାର୍ଥୀଙ୍କ ସହିତ ବସ୍‌ରେ ମାଗଣା ଯାଇପାରିବେ ଅଭିଭାବକ: ଘୋଷଣା କଲେ ଏହି ସରକାର

June 10, 2026

କଂଗ୍ରେସରେ ମିଶିବା ଉଚିତ କି ମମତା ବାନାର୍ଜୀଙ୍କ ଦଳ?: ଏହି ପରାମର୍ଶ ଦେଲେ ସଞ୍ଜୟ ରାଉତ

June 10, 2026

୧୯ ବିଦ୍ରୋହୀ ଟିଏମସି ସାଂସଦଙ୍କ ତାଲିକା ପ୍ରକାଶ: ରଚନା ବାନାର୍ଜୀ ଏବଂ ଶତ୍ରୁଘ୍ନ ସିହ୍ନା ମଧ୍ୟ ସାମିଲ

June 10, 2026
Latest News

ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

June 11, 2026

ଫାଇଲ ଗାଏବକୁ ନେଇ ଏଫଆଇଆର

June 10, 2026

ପୂର୍ବତଟ ରେଳପଥ ଦ୍ଵାରା ଆନ୍ତର୍ଜାତୀୟ ଲେଭଲ୍ କ୍ରସିଂ ସଚେତନତା ଦିବସ ୨୦୨୬ ପାଳିତ

June 10, 2026

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି

June 10, 2026

ଦେବସ୍ନାନ ପୂର୍ଣ୍ଣିମା ୨୦୨୬: ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.