ଭାରତର ସୁସ୍ଥତା ହାରରେ ଦ୍ରୁତ ଅଭିବୃଦ୍ଧି; ୪୭.୫ ଲକ୍ଷ ଅତିକ୍ରମ କଲା

Published: Sep 25, 2020, 11:52 pm IST

ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ନମୁନା ପରୀକ୍ଷଣ ସହିତ ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷା ପଞ୍ଜୀକୃତ କରିଥିବା ବେଳେ ରେକର୍ଡ ସଂଖ୍ୟକ ଆରୋଗ୍ୟ ରୋଗୀଙ୍କ ଧାରା ମଧ୍ୟ ଅବ୍ୟାହତ ରହିଛି । ବର୍ତ୍ତମାନ ସୁଦ୍ଧା ୪୭.୫ ଲକ୍ଷରୁ ଅଧିକ ଅର୍ଥାତ ୪୭,୫୬,୧୬୪ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୮୧,୧୭୭ ରୋଗୀ ସୁସ୍ଥ ହୋଇଛନ୍ତି ।

ସକ୍ରିୟ ମାମଲା ୯,୭୦,୧୧୬ ଥିବାବେଳେ ଆରୋଗ୍ୟ ସଂଖ୍ୟା ୩୭,୮୬,୦୪୮ ଅଛି ।  ଜାତୀୟ ଆରୋଗ୍ୟ ହାରରେ ମଧ୍ୟ ବୃଦ୍ଧି ଜାରି ରହିଛି। ଆଜି ଏହି ହାର ୮୧.୭୪ ପ୍ରତିଶତରେ ପହଞ୍ଚିଛି । ନୂତନ ସୁସ୍ଥତା ହାରର ୭୩ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମିଳିଥିବା ଜଣାପଡିଛି । ଏହି ରାଜ୍ୟଗୁଡିକ ହେଲା – ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତରପ୍ରଦେଶ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଏବଂ ଆସାମ।

ଗୋଟିଏ ଦିନରେ ୧୭,୦୦୦ରୁ ଅଧିକ ସଂଖ୍ୟକ ନୂତନ ଆରୋଗ୍ୟଙ୍କ ସହିତ ମହାରାଷ୍ଟ୍ର ଆଗରେ ଥିବା ବେଳେ ଆନ୍ଧ୍ରପ୍ରଦେଶରୁ ୮,୦୦୦ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି ।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬,୦୫୨ ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି।

ନୂତନ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୭୫ ପ୍ରତିଶତ ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ବୋଲି ଜଣାପଡିଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ୧୯,୦୦୦ରୁ ଅଧିକ ଥିବାବେଳେ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ଉଭୟ ରାଜ୍ୟରୁ ୭,୦୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୪୧ ରୋଗୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡିଛି । ମୋଟ ମୃତ୍ୟୁ ସଂଖ୍ୟାର ୮୩ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରିପୋର୍ଟ ହୋଇଛି । ଗତକାଲି ରିପୋର୍ଟ ହୋଇଥିବା ନୂତନ ମୃତକଙ୍କ ମଧ୍ୟରୁ ୪୦% ମହାରାଷ୍ଟ୍ରରୁ ରହିଛନ୍ତି ।

Related posts