Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛୋଟପିଲାଟିର ପିଠିରେ ବଢୁଛି ମାଂସ ପିଣ୍ଡୁଳା : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ଆଜିର ଖବର

ଛୋଟପିଲାଟିର ପିଠିରେ ବଢୁଛି ମାଂସ ପିଣ୍ଡୁଳା : ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

October 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ଜନ୍ମ ହେବା ସମୟରୁ  ପୁଅର ପିଠିରେ ମାଂସ ପିଣ୍ଡୁଳା ବଢୁଛି । ବୁର୍ଲା ଠାରୁ ଆରମ୍ଭ କରି କଟକ ଶିଶୁ ଭବନ ପର୍ଯ୍ୟନ୍ତ ପୁଅକୁ ବାରମ୍ବାର ନେଇ ଚିକିତ୍ସା  କରି ମଧ୍ୟ ମାଂସ ପିଣ୍ଡୁଳା କମିବାରେ ନାଁ ଧରୁନି ବରଂ ବଢିବାରେ ଲାଗିଛି। ପୁଅର ଚିନ୍ତାରେ ବାପା ମା ହତୋତ୍ସାହିତ ହୋଇ ପଡିଛନ୍ତି । ଆର୍ଥିକ ଅବସ୍ଥା ଠିକ୍ ନ ଥିବାରୁ ବାହାର ରାଜ୍ୟକୁ ନେଇ ପୁଅକୁ ଦେଖାଇବାକୁ ଅର୍ଥ ସାଜୁଛି ବାଧକ ।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ବାଟଗାଁ ପଂଚାୟତ ଭାଲୁଗାଡିଆ ଗ୍ରାମର ମିତନୀ ରାଉତ ଏବଂ ଶରତ ରାଉତଙ୍କ ପୁଅ ଶ୍ରୀତମ ରାଉତ୍ । ବୟସ ମାତ୍ର ୪ବର୍ଷ । ହେଲେ ଶ୍ରୀତମ୍ ର ଜନ୍ମରୁ ପିଠିରେ ଏକ ମାଂସ ପିଣ୍ଡୁଳା ରହିଥିବା ତାର ବାପା ମାଆ ପ୍ରକାଶ କରିଛନ୍ତି । ଯେତେବେଳେ ବୁର୍ଲା ଡାକ୍ତରଖାନାରେ ପୁଅଟି ଜନ୍ମ ହେଲା ବାପା ମାଆ ତାର  ପିଠିରେ ଏକ ମାଂସ ପିଣ୍ଡୁଳା ଦେଖିବାକୁ ପାଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବୁର୍ଲା ରେ ଡାକ୍ତରଙ୍କୁ ମଧ୍ୟ ଦେଖାଇଥିଲେ । ବୁର୍ଲାର ଡାକ୍ତର ମାଂସ ପିଣ୍ଡୁଳା ଦେଖି  ଛୋଟଶିଶୁ କୁ କଟକ ଶିଶୁଭବନ କୁ ନେଇ ଚିକିତ୍ସା କରିବା ପାଇଁ ଡାକ୍ତର ସେମାନଙ୍କୁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ କହିବାନୁଯାୟୀ ସେମାନେ  ଛୋଟ ଶିଶୁକୁ କଟକ ଶିଶୁଭବନକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । ଛୋଟ ଶିଶୁ ହୋଇଥିବାରୁ ଅପରେସନ୍ ସମ୍ଭବ ହୋଇପାରି ନ ଥିଲା । କଟକର ଡାକ୍ତର ଦୁଇମାସ ଖାଇବା ପାଇଁ କିଛି ଔଷଧ ଦେଇ ପୁଣି ବୁର୍ଲା ଡାକ୍ତରଖାନାକୁ ପଠାଇଦେଇଥିଲେ ।

ନାକଟିଦେଉଳବ୍ଲକ୍‌ର ସମ୍ମନୀତ ଶିଶୁବିକାଶଙ୍କ ସହଯୋଗରେ  ଶ୍ରୀତମ୍ ର ଚିକିତ୍ସା ପାଇଁ ସମ୍ବଲପୁର ଡାକ୍ତରଖାନାକୁ  ନେଇଥିଲେ ପିତା ମାତା । କିନ୍ତୁ ସେଠାରେ ମଧ୍ୟ କୌଣସି ସୁଫଳ ମିିଳିପାରିନଥିଲା । କିଛି ମାସ ତଳେ ଶ୍ରୀତମ୍ କୁ ରେଢାଖୋଲ ଡାକ୍ତରଖାନାକୁ ନେଇଥିଲେପିତା ମାତା । ରେଢାଖୋଲରେ ମଧ୍ୟ ଅନୁରୁପ ଭାବରେ ଡାକ୍ତର କୌଣସି ଏକ ବଡ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ । ଏମିତି ଧାଁ ଧପଡ ଭିତରେ ଗୁଡାଏ ଟଙ୍କା ମଧ୍ୟ ଖର୍ଚ୍ଚ କରିସାରିଲେଣି । ହେଲେ କୌଣସି ଡାକ୍ତର ଖାନାରେ ଡାକ୍ତରମାନେ ଠିକ୍ କଥା କହୁ ନ ଥିବା ପ୍ରକାଶ କରିଛନ୍ତି ପିତାମାତା। ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ବୁଝାସୁଝା କରି ଜାଣିଛନ୍ତି । ହେଲେ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଗୁଡାଏ ଟଙ୍କା ଯୋଗାଡ କରିବା ସଂଭବ ହୋଇ ପାରୁ ନ ଥିବାରୁ ପିଲାଟିକୁ ଚିକିତ୍ସା କରି ନେଇ ନ ପାରି ଘରେ ବସି ରହିଛନ୍ତି ନିଜ କରମକୁ ଆଦରି ।  ଦିନକୁ ଦିନ ମାଂସ ବଢୁଥିବା ସହ ମାଂସ ପିଣ୍ଡୁଳାରେ ଘା ହୋଇଯାଉଛି ବୋଲି ପ୍ରକାଶ କରିଛନ୍ତି । ଛୋଟ ଛୁଆଟି ବହୁ କଷ୍ଟ ପାଉଛି ହେଲେ ପ୍ରଶାସନ ଏ ଦିଗରେ ସହଯୋଗର ହାତ ବଢାଇବା ଜରୁରି ମନେ ହେଉଛି ।

ମୂଲମଜୁରୀ କରି ପରିବାର ଚଳାଉଥିବା ଶରତଙ୍କ ପାଖରେ ରହିଛି ଝାଟିମାଟିର ନଡାଛପର ଘରଟିଏ । ଚାରି ପ୍ରାଣୀ କୁଟୁମ୍ବକୁ ମଜୁରୀ କରି ପୋଷୁଛନ୍ତି । ଦିନେ ମଜୁରିକୁ ନ ଗଲେ ତା ପର ଦିନ ଭୋକରେ ଦିନ ବିତାଇବାକୁ ପଡେ । ସରକାର ଗରିବ ଅସହାୟ  ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କେତେ ଯେ ଯୋଜନା କରିଛନ୍ତି ତାର କଳନା ନାହିଁ । ହେଲେ ସରକାର ବହୁକଷ୍ଟ ପାଇ ବଂଚିଥିବା ଛୋଟ ପିଲାଟିକୁ  ଟଙ୍କାଟିଏ ମଧ୍ୟ ନ ଦେବା ଅତ୍ୟନ୍ତ ପରିତାପର ବିଷୟ । ମୂଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ କିଛି ସାହାଯ୍ୟ କଲେ ଆଗାମୀ ଭବିଷ୍ୟତର ଜଣେ କଅଁଳ ଶିଶୁଟିର ଜୀବନ ରକ୍ଷା ପାଇଯାଆନ୍ତା ବୋଲି ପିତା ମାତା ପ୍ରକାଶ କରିଛନ୍ତି । କଅଁଳ ଶିଶୁଟି ପ୍ରତି  ସମ୍ବଲପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ  ସାଧାରଣରେ ଦାବୀ ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026
Latest News

ମୁମ୍ବାଇ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ: ଆମିର ଖାନଙ୍କ ଭଣଜାଙ୍କୁ ଭାରତ ଛାଡିବା ପାଇଁ ନୋଟିସ

October 15, 2026

ସାପ କାମୁଡାରେ ଯୁବ ଚାଷୀଙ୍କ ପ୍ରାଣହାନୀ

October 15, 2026

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.