Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ
ଜାତୀୟ ଖବର

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର-ମନ୍ତରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ବେଳେ ‘କକ୍‌ରୋଚ୍ ଜନତା ପାର୍ଟି’ (ସିଜେପି) ନେତାଙ୍କ ଗିରଫଦାରୀ ଏବଂ ଜେଲଦଣ୍ଡକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଉଠିଛି। ଦଳର ଦୁଇ ପ୍ରମୁଖ ନେତା ତିହାର ଜେଲ୍‌ରେ ଥିବାବେଳେ, ଏହାର ପ୍ରତିବାଦରେ ଆସନ୍ତା ଅକ୍ଟୋବର ୧୬ ତାରିଖରେ ପୁଣିଥରେ କନୌଟ୍ ପ୍ଲେସ୍‌ରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଅଭିଜିତ୍ ଦୀପ୍‌କେ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ଯୁବପିଢ଼ିଙ୍କୁ ଜେଲ୍‌ରେ ଭର୍ତ୍ତି କରିବା ଘଟଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ସିଜେପି ମୁଖପାତ୍ର ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ୫ ଦିନିଆ ନ୍ୟାୟିକ ହେପାଜତରେ ତିହାର ଜେଲ୍ ପଠାଇ ଦେଇଛନ୍ତି। ମଙ୍ଗଳବାର ସକାଳେ ଯନ୍ତର-ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଉଭୟଙ୍କୁ ପୋଲିସ ହେପାଜତକୁ ନେଇଥିଲା। ଏହି ୩ଜଣଙ୍କ ବିରୋଧରେ ଯନ୍ତର-ମନ୍ତରରେ ବେଆଇନ ପ୍ରବେଶ (ଅନଧିକାର ପ୍ରବେଶ) ଅଭିଯୋଗ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି। ପୁଲିସ୍ କୋର୍ଟରେ ଦର୍ଶାଇଥିଲା ଯେ, ଆଶୁତୋଷ ରାଙ୍କା, ସୌରଭ ଦାସ ଏବଂ ଅଜିଙ୍କ୍ୟ ଶିନ୍ଦେଙ୍କ ସହ ସିଜେପିର ବହୁ କର୍ମକର୍ତ୍ତା ବ୍ୟାରିକେଡ୍ ଭାଙ୍ଗି ପ୍ରତିବାଦ ସ୍ଥଳ ଭିତରକୁ ପଶିବା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ସ୍ଲୋଗାନ ଦେବା ଅଭିଯୋଗରେ ଦଅଟକ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଯନ୍ତର-ମନ୍ତରକୁ ପ୍ରଦର୍ଶନ ସ୍ଥଳ ତାଲିକାରୁ ବାଦ୍ ଦିଆଯାଇଛି ଏବଂ ଆନ୍ଦୋଳନ ତଥା ବିକ୍ଷୋଭ ପାଇଁ ୩ଟି ପୃଥକ୍ ସ୍ଥାନ ମନୋନୀତ କରାଯାଇଛି।

ଅନ୍ୟପକ୍ଷେ ସିଜେପି ନେତୃବୃନ୍ଦଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍ ଏହି ନେତାମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ଆଧାର ଉପରେ ପ୍ରଶ୍ନ ଉଠାଇବା ସହ କୋର୍ଟରେ ପୋଲିସ ମିଥ୍ୟା ଦାବି କରିଥିବା ନେଇ ଅଭିଯୋଗ କରିଛନ୍ତି। ଆଡଭୋକେଟ୍ କୋର୍ଟରେ ଦୃଢ଼ତାର ସହ କହିଛନ୍ତି କେବଳ “ସେମାନେ କୌଣସି ଅପରାଧ କରିପାରନ୍ତି ବୋଲି ପୋଲିସର ଅନୁମାନ ଆଧାରରେ ସେମାନଙ୍କୁ ୫ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ପୋଲିସ କୋର୍ଟରେ ମିଛ କହିଛି ଯେ ସେମାନେ ସେଠାରେ ଏକାଠି ହେବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଥିଲେ। “ସେମାନେ ଏପରି କୌଣସି ଡାକରା ଦେଇନଥିଲେ। ସେମାନେ ଶାନ୍ତି ବଣ୍ଡ୍ ମଧ୍ୟ ଭଙ୍ଗ କରିନାହାନ୍ତି। କନୋଟ୍ ପ୍ଲେସ୍ ସମ୍ବନ୍ଧୀୟ ଏକ ପୃଥକ ଅଭିଯୋଗକୁ ଏଠାରେ ଅପବ୍ୟବହାର କରାଯାଇଛି,’ ବୋଲି ଆଡଭୋକେଟ୍ କହିଛନ୍ତି। ବାସ୍ତବରେ ସିଜେପିର ଏହି ୩ ନେତା ଅନ୍ୟ ଦଳୀୟ ସ୍ୱେଚ୍ଛାସେବୀମାନଙ୍କ ସହିତ ଯନ୍ତର-ମନ୍ତର ଯାଇଥିଲେ ଏବଂ ସେଠାରେ ସେମାନେ ତ୍ରିରଙ୍ଗା ଉଡ଼ାଇଥିଲେ ଏବଂ “ଭାରତ ମାତା କୀ ଜୟ’ ନାରା ଦେଇଥିଲେ। କିନ୍ତୁ ଦିଲ୍ଲୀ ପୁଲିସ୍ ସେମାନଙ୍କ ବିରୋଧରେ ବେଆଇନ ପ୍ରବେଶ, ନିଷେଧାଦେଶ ଉଲ୍ଲଂଘନ, ଶାନ୍ତି ବଣ୍ଡ୍ ଭଙ୍ଗ ଏବଂ ସରକାରୀ କର୍ମଚାରୀଙ୍କୁ ତାଙ୍କ ଦାୟିତ୍ୱ ପାଳନରେ ବାଧା ଦେବା ଭଳି ଧାରାରେ ମାମଲା ରୁଜୁ କରିଛି।

ଅଭିଜିତ ଦୀପ୍‌କେ କକ୍ରୋଚ୍ ଜନତା ପାର୍ଟି ବିକ୍ଷୋଭ
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାଉଦି ଆରବକୁ ବିମାନସେବା ସ୍ଥଗିତ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

October 15, 2026
Latest News

ଆଇପିଏଲ୍ ଟ୍ରେଡ୍: ସନରାଇଜର୍ସକୁ ଫେରିଲେ ନଟରାଜନ୍

October 15, 2026

୧୬ ରେ ପୁଣି କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ

October 15, 2026

ଏସ୍‌ଆଇଆର୍‌କୁ ନେଇ ସୁପ୍ରିମକୋର୍ଟରେ ଆଜି ହାଇଭୋଲ୍ଟେଜ୍ ଶୁଣାଣି

October 15, 2026

ୟୁକ୍ରେନରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ୍ ସ୍ପିଡ୍ କମାଇଲେ ଏଲନ୍ ମସ୍କ

October 15, 2026

ଇସ୍ରାଏଲରେ ପାକିସ୍ତାନୀ ପାଇଲଟଙ୍କୁ ନୋ-ଏଣ୍ଟ୍ରି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.