Categories
ଆଜିର ଖବର ରାଜ୍ୟ ଖବର

ମହିଳା ସାମ୍ବାଦିକଙ୍କୁ ମାଡ଼ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭୁବନେଶ୍ୱରର ଏକ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଚାଲିଥିବା ଏକ ଚଳଚ୍ଚିତ୍ର ସମ୍ପର୍କରେ ଖବର ସଂଗ୍ରହ ପାଇଁ ଯାଇଥିବା ଜନୈକା ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ କର୍ତ୍ତବ୍ୟରତ ସମୟରେ ଚଳଚ୍ଚିତ୍ର ପ୍ରଯୋଜକ ସଞ୍ଜୟ ନାୟକ ମାଡ଼ ମାରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଯାହାକି ସିସିଟିଭି ଫୁଟେଜ ରେ କଏଦ୍ ହୋଇଛି। କିନ୍ତୁ ଏହି ଭଳି ପରିସ୍ଥିତିରେ ସରକାର କିମ୍ବା ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଆଜି ବ୍ରହ୍ମପୁର ସହରରେ କର୍ତ୍ତବ୍ୟରତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓ ଆୟୁକ୍ତଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଯୋଜକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ଶକ୍ତିଧର ରାଜଗୁରୁ, ଅଶୋକ ବ୍ରହ୍ମା, ସୁଦୀପ ସାହୁ, ସନ୍ୟାସୀ ଗୌଡ଼, ପିଣ୍ଟୁ ବେହେରା, ଶୁଭେନ୍ଦୁ ସାହୁ, ବାବୁଲା ପାଣିଗ୍ରାହୀ, ରଶ୍ମିତା ପାଣିଗ୍ରାହୀ, ବିନି ବେହେରା, ସୁରଜିତ ପଣ୍ଡା, ଉମା ଶଙ୍କର ମିଶ୍ର, ଗୌରୀ ଶଙ୍କର ମିଶ୍ର ଓ ମୃତ୍ୟୁଞ୍ଜୟ ସାହୁଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଆଜି
ଭୁବନେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ “ଜୟ ଭାରତ ସତ୍ୟାଗ୍ରହ” ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ତଥା ମନ୍ତ୍ରୀ ଏବଂ ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ ପର୍ଯ୍ୟବେକ୍ଷକ ହିସାବରେ ଅଂଶଗ୍ରହଣ କରିଥିଲେ।

ଶ୍ରୀ ହରିଚନ୍ଦନ କେନ୍ଦ୍ର ସରକାରଙ୍କର ଦେଶବିରୋଧି, ସମ୍ବିଧାନ ବିରୋଧି ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହିତ ତିରସ୍କାର କରିଥିଲେ।

ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା, ସୁଜିତ ପ୍ରଧାନ, ସାଧାରଣ ସଂପାଦକ ସମାଜବାଦୀ ପାର୍ଟି, କିଶୋର ଜେନା, ମନୋରଞ୍ଜନ ଦାଶ, ନବଜ୍ୟୋତି ପଟ୍ଟନାୟକ, ସାମାଜିକ କର୍ମୀ ଦେବୀ ପୃଷ୍ଟି, ଜାନକୀ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ଚିନ୍ମୟ ସୁନ୍ଦର ଦାସ, ରଜନୀ ମହାନ୍ତି, ସୁବ୍ରତ ମହାପାତ୍ର, ତରୁଣ ମିଶ୍ର, ରସିକ ପଟ୍ଟନାୟକ, ଅଶୋକ ଦାସ, ଆଶିଷ ମଲ୍ଲିକ, ପ୍ରଶନ୍ନ ନାୟକ, ରାଜକିଶୋର ବାରିକ, ଗୀତାଞ୍ଜଳି ମହାନ୍ତି, ରଶ୍ମି ମହାପାତ୍ର, କୁସୁମ ପ୍ରଧାନ, ମିନତୀ ସାହୁ, ମାମିନା ବେହେରା, ଚୈତଳା ପଟ୍ଟନାୟକ, ମଧୁମିତା ଆଚାର୍ଯ୍ୟ, ପ୍ରଦୀପ ମହାପାତ୍ର, ଆଲୋକ ମହାନ୍ତି, ପ୍ରଭାତ ପ୍ରତାପ ସିଂ, ଅମିୟ ପାଣ୍ଡବ, ପ୍ରକାଶ ମିଶ୍ର, ଅକ୍ଷୟ ଦାସ, ଶ୍ରୀଧର ବଳିଆରସିଂ, ବ୍ରହ୍ମାନନ୍ଦ ସାହୁ, ସୁବ୍ରତ ସେନାପତି, ଅନୁୱର ଖାନ, ଉଦିତ ପ୍ରଧାନ, ସାଗର ପରିଡ଼ା, ସୁଶାନ୍ତ ତ୍ରିପାଠୀ, ସମୀର କୁମାର ରାଉତ, ସୌମେନ୍ଦ୍ର ମହାନ୍ତି, ମଂଟୁ ମଲ୍ଲିକ, ସ୍ପନ୍ଦନ ସ୍ୱାଇଁ, ଖଗେଶ୍ୱର ମଲ୍ଲିକ, ସୁରଜ ରାଉତ, ଅନିଲ କୁମାର ଦାସ, ମାନସ ସେଠୀ, ଜିତେନ୍ଦ୍ର ବିଶ୍ୱାଳ, କୁଳମଣି ସାହୁ, ରଞ୍ଜିତ ସେନାପତି, ଏସ୍‌କେ ତାକୱିନ, ଏମଡି ସାହାଦୁଲ୍ଲା, ରଞ୍ଜନ କୁମାର ଭୋଇ, ବସନ୍ତ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଭିନ୍ନ ଦାବୀ ନେଇ ଏସୟୁସିଆଇ ତରଫରୁ ରାଜଧାନୀରେ ଗଣ ବିକ୍ଷୋଭ

ଭୁବନେଶ୍ୱର: ପେଟ୍ରୋଲ-ଡିଜେଲ, ରନ୍ଧନ ଗ୍ୟାସ, ତଥା ସମସ୍ତ ପ୍ରକାରର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପତ୍ରର ମୁଲ୍ୟବୃଦ୍ଧି,ଖାଦ୍ୟ ସାମଗ୍ରୀ ଉପରେ ଅନ୍ୟାୟ ଭାବେ ଜି.ଏସ୍‌.ଟି.ଲାଗୁ,ବିଦ୍ୟୁତ ଶୁଳ୍କ ବୃଦ୍ଧି,ଦେଶ ଓ ରାଜ୍ୟରେ ଶିକ୍ଷା-ସ୍ୱାସ୍ଥ୍ୟ କ୍ଷେତ୍ରରେ ଲାଗି ରହିଥିବା ଅବ୍ୟବସ୍ଥା ଓ ଶିକ୍ଷା-ସ୍ୱାସ୍ଥ୍ୟ ବିରୋଧି ନୀତି ପ୍ରଣୟନ ଦାବୀ ନେଇ ରାଜଧାନୀରେ ଏସୟୁସିଆଇ ତରଫରୁ ବିକ୍ଷୋଭ କରାଯାଇଥିଲା। ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସଚିବାଳୟ ସମ୍ମୁଖରେ ଏହି ବିଶାଳ ଗଣବିକ୍ଷୋଭ କରାଯାଇଥିଲା।

ଦେଶରେ କ୍ରମବଦ୍ଧିଷ୍ଣୁ ବେକାର ସମସ୍ୟା,ବ୍ୟଙ୍କ-ବୀମା,ରେଳ ଓ ରାଷ୍ଟ୍ରାୟତ ସଂସ୍ଥାଗୁଡିକୁ ପୁଞ୍ଜିପତିମାନଙ୍କ ହାତରେ ଟେକିଦେବା, ଚାଷୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ନଦେବା, ଶିଳ୍ପାୟନ ନାମରେ ଅନ୍ୟାୟ ଭାବେ ବିସ୍ଥାପନ କରିବା,ସମାଜରେ ନାରୀ ନିର୍ଯ୍ୟାତନା କ୍ରମାଗତ ବୃଦ୍ଧି ପାଇବା,ସ୍କିମ୍‌ ଶ୍ରମିକ ଓ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟରୁ ବଂଚିତ ହେବା ତଥା ଅଶ୍ଲିଳତା, ନଗ୍ନତା ଓ ମଦ ମାଦକ ଦ୍ରବ୍ୟର ପ୍ରସାର ଇତ୍ୟାଦି ବିରୋଧରେ ଏକ ବାର ଦଫା ଦାବୀରେ ଏହି ବିକ୍ଷୋଭ କରାଯାଇଥିଲା।

ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ), ଏସ୍‌.ୟୁ.ସି.ଆଇ(କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ମଣ୍ଡଳି ସଦସ୍ୟ ଶ୍ରୀ ବିଷ୍ଣୁ ଦାସଙ୍କ ସଭାପତିତ୍ୱରେ ଆନୁଷ୍ଠିତ ଏହି ବିକ୍ଷୋଭ ସଭାରେ ଏସ୍‌.ୟୁ.ସି.ଆଇ (କମ୍ୟୁନିଷ୍ଟ) ରାଜ୍ୟ ସମ୍ପାଦକ ଶ୍ରୀ ଶଙ୍କର ଦାସଗୁପ୍ତ, ସମ୍ପାଦକ ମଣ୍ଡଳି ସଦସ୍ୟ ସଦାଶିବ ଦାସ,ସ୍ୱୟଂପ୍ରଭା ନାୟକ,ଅକ୍ଷୟ ଦାସ,ନିରାକାର ପାଣ୍ଡବ,ଭିକାରୀ ପ୍ରଧାନ,ଅଶୋକ ମିଶ୍ର ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର-ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ବିରୋଧି ନୀତିର ତୀବ୍ର ସମାଲୋଚନା କରିବା ସଙ୍ଗେ ସଙ୍ଗେ ଆଜି ଶାସକ ଶ୍ରେଣୀ ଓ ତାର ରାଜନୈତିକ ଦଳଗୁଡିକ ଜନସାଧାରଣଙ୍କ ସଂଗ୍ରାମୀ ଏକତାକୁ ଧ୍ୱଂସ କରିବା ପାଇଁ ସମ୍ପ୍ରଦାୟୀକତାର ପ୍ରସାର କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭ ଜାରି, ଟ୍ରେନ ଉପରକୁ ପଥର ଫିଙ୍ଗିଲେ ଛାତ୍ର

ପାଟନା: ଅଗ୍ନିପଥ ଯୋଜନା ବିରୋଧରେ ଦ୍ୱିତୀୟ ଦିନ ପାଇଁ ବିରୋଧ ଜାରି ରହିଛି। ବିଶେଷକରି ବିହାରରେ ଯୁବକମାନେ ଏହି ଯୋଜନାକୁ ବିରୋଧ କରୁଛନ୍ତି। ବୁଧବାର ଦିନ ବିହାରର ମୁଜାଫରପୁର, ଆରା, ବକ୍ସର, ବେଗୁସରାଇରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।

ଏଥି ସହିତ ଗୁରୁବାର ଦିନ ରାଜ୍ୟର ଜହାନାବାଦରେ ପ୍ରଦର୍ଶନ ଖବର ସାମ୍ନାକୁ ଆସୁଛି। ଏଠାରେ ଯୁବକମାନେ ଅଗ୍ନିପଥ ଯୋଜନାକୁ ବିରୋଧ କରି କାକୋ ମୋଡ ନିକଟରେ ନିଆଁ ଲଗାଇ ଏନଏଚ-୮୩ ଏବଂ ଏନଏଚ-୧୧୦ କୁ ଅବରୋଧ କରିଛନ୍ତି। ଏଥିସହ ସେମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଏଠାରେ ପାଟନା-ଗୟା ରେଳ ଲାଇନରେ କିଛି ଯୁବକ ମଧ୍ୟ ବିରୋଧ କରୁଛନ୍ତି, ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦରମା ବୃଦ୍ଧି ଏବଂ ବିଭିନ୍ନ ଦାବି ନେଇ ଓଡ଼ିଶା ପେଟ୍ରୋଲ ଓ ଡ଼ିଜେଲ ପମ୍ପ କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ସର୍ବନିମ୍ନ ୨୧ ହଜାର ଟଙ୍କା ଦରମା ବୃଦ୍ଧି, ମହାଙ୍ଗା ଭତ୍ତା ପ୍ରଦାନ ଏବଂ ଶ୍ରମିକ ଛଟେଇ ବନ୍ଦ ପ୍ରଦିବାଦରେ ଓଡ଼ିଶା ପେଟ୍ରୋଲ ଓ ଡ଼ିଜେଲ ପମ୍ପ କର୍ମଚାରୀ ସଂଘ ତରଫରୁ ଚନ୍ଦ୍ରଶେଖରପୁରସ୍ଥିତ ଭାରତୀୟ ତୈଳ ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ସୁରେଶ ଚନ୍ଦ୍ର ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ତୈଳପମ୍ପର ଶ୍ରମିକ, ଶ୍ରମ କରି ଗରାଖମାନଙ୍କ ଠାରୁ ଦାୟିତ୍ୱର ସହ ତୈଳ ଦେଇ ଅର୍ଥ ସଂଗ୍ରହ କରନ୍ତି। ଯେଉଁ ଅର୍ଥରେ କମ୍ପାନୀ, ସରକାର ଏବଂ ଡ଼ିଲରମାନେ ଲକ୍ଷ ଲକ୍ଷ ଟଙ୍କା ଲାଭ ପାଆନ୍ତି। କିନ୍ତୁ ଗରିବ ତୈଳ ପମ୍ପ ର୍କମଚାରୀଟି ତାର ସ୍ୱଳ୍ପ ଦରମାରେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇ ପାରେନାହିଁ।

ଆଜିର ଆକାଶଛୁଆଁ ଦରବୃଦ୍ଧିରେ ସେ ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିପାରେ ନାହିଁ। ସହରରେ ରହି ଘରଭଡ଼ା ମଧ୍ୟ ଦେଇପାରେ ନାହିଁ, ପିଲାଙ୍କୁ ଠିକ୍ ଭାବେ ପାଠ ପଢାଇପାରେ ନାହିଁ। ଯାହାଫଳରେ ଦୈନନ୍ଦିନ ଜୀବନରେ କର୍ମଚାରୀଟି ଦୁଃଖକଷ୍ଟ ସତ୍ତ୍ୱେ ତୈଳପମ୍ପରେ କାର୍ଯ୍ୟ କରେ। ତେଣୁ ମହଙ୍ଗା ଭତ୍ତା ଏବଂ ସର୍ବନିମ୍ନ ୨୧୦୦ ଟଙ୍କା ଦରମା ବୃଦ୍ଧି ସହିତ ଇନ୍‌ସେନଟିଭ ପ୍ରଦାନ କରାଯାଉ। ଶ୍ରମିକମାନଙ୍କର ସୁରକ୍ଷା ଓ ସିଟି ଆଲାଉନ୍ସ ଏବଂ ସ୍ୱାସ୍ଥ୍ୟବୀମା ଯୋଗାଇ ଦେବାକୁ ଦାବି କରାଯାଇଛି।

ଭାରତୀୟ ତୈଳ ନିଗମ ଓଡ଼ିଶାରେ ଅନ୍ୟ ତୈଳ ନିଗମମାନଙ୍କର କୋର୍ଡ଼ିନେଟର ଅଟେ। ତେଣୁ ଭାରତୀୟ ତୈଳ ନିଗମ ଉପରୋକ୍ତ ଦାବିକୁ ଦୃଷ୍ଟିରେ ରଖି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଭାପତି ଶ୍ରୀ ରାଉତରାୟ ଆହ୍ୱାନ କରିଛନ୍ତି।

ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସାଧାରଣ ସମ୍ପାଦକ ପବିତ୍ର କୁମାର ଛାଟୋଇ, ଉପସଭାପତି ଶଙ୍କର ମାଝୀ, କୋଷାଧ୍ୟକ୍ଷ ଆର୍ତ୍ତବନ୍ଧୁ ସ୍ୱାଇଁ, ଜିତେନ୍ଦ୍ର ପଣ୍ଡା, ବାସୁଦେବ ସାହୁ, ପବିତ୍ର ସାମନ୍ତରାୟ, ସିଟୁର ସାଥୀ ପ୍ରଭାତ ପାଣିଗ୍ରାହୀ, ନୀଳକଣ୍ଠ ରଣା, ନବକିଶୋର ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ। ଉକ୍ତ ବିକ୍ଷୋଭରେ ଶତାଧିକ ପମ୍ପ ଶ୍ରମିକମାନେ ଯୋଗ ଦେଇଥିଲେ।

ଶେଷରେ ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ସଭାପତି ଶ୍ରୀ ରାଉତରାୟଙ୍କ ନେତ୍ୱରେ ୫ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ତୈଳ କମ୍ପାନୀ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଚାରୋଟି ବାମପନ୍ଥୀ ଦଳ ତରଫରୁ ଭୁବନେଶ୍ୱରରେ ବିକ୍ଷୋଭ

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଓଡ଼ିଶାର ଚାରୋଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ (ଏମ୍‌), ସିପିଆଇ (ଏମଏଲ୍‌) ଲିବରେସନ ଏବଂ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ନେତୃତ୍ୱରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ସଂଗଠିତ ହୋଇଯାଇଛି।

ମମିତା ମେହେର ହତ୍ୟାକାଣ୍ଡ ତଦନ୍ତର ନିରପେକ୍ଷତା ପାଇଁ ଓଡ଼ିଶାର ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଦ୍ୱାରା ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ କରିବା, ଦିବ୍ୟଶଙ୍କର ମିଶ୍ରଙ୍କୁ ଏସ୍‌ଆଇଟି ତଦନ୍ତ ପରିସରଭୁକ୍ତ କରିବା, ଅପରାଧୀମାନଙ୍କୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଶାସ୍ତିଦେବା, ମମିତାଙ୍କ ପରିବାରକୁ ଏକକୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ବାମପନ୍ଥୀ ଦଳମାନେ ଦୃଢ ଭାବେ ଦାବି କରିଛନ୍ତି।

ଏହି ଆନ୍ଦୋଳନରେ ସିପିଆଇ ତରଫରୁ ଆଶୀଷ କୁନନଗୋ, ରାମକୃଷ୍ଟ ପଣ୍ଡା, ଅଭୟ ସାହୁ, ସୁର ଜେନା, କୈଳାସ ପୁହାଣ, ସିପିଆଇ (ଏମ୍‌) ତରଫରୁ ଜଗନ୍ନାଥ ମିଶ୍ର, ସୁରେଶ ପାଣିଗ୍ରାହୀ, ଅଭିରାମ ବେହେରା, ଯତୀନ ମହାନ୍ତି, ରାମଚନ୍ଦ୍ର ତ୍ରିପାଠୀ, ସିପିଆଇ (ଏମ୍‌ଏଲ୍‌) ଲିବରେସନ ତରଫରୁ ଯୁଧିଷ୍ଠିର ମହାପାତ୍ର, ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡ଼ା ଏବଂ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ପୂର୍ଣ୍ଣଚନ୍ଦ୍ର ପାଢୀ, ପ୍ରମୁଖ ନେତୃତ୍ୱଙ୍କ ସମେତ ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ, ମିନତୀ ପାଣିଗ୍ରାହୀ, ରମେଶ ଜେନା, ପୂର୍ଣ୍ଣଚନ୍ଦ୍ର ପାଢୀ, ସରୋଜ ନାୟକ, ପ୍ରମୋଦିନୀ ସାହୁ, ବିମଳୀ ନାୟକ, ଜୟପ୍ରକାଶ ଭଞ୍ଜଦେଓ ଏବଂ ବସନ୍ତ ସାହୁ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗଦେଇ ନେତୃତ୍ୱ ନେଇଥିଲେ।

ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବାମପନ୍ଥୀ ଦଳମାନେ ଉପସ୍ଥାପିତ କରିଥିବା ସମସ୍ତ ଦାବିପତ୍ର ନ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚାଷୀ ହତ୍ୟା ପ୍ରତିବାଦରେ ପିସିସି ପକ୍ଷରୁ ମୌନବ୍ରତ କାର୍ଯ୍ୟକ୍ରମ

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଣୀତ କରିଥିବା ତିନିଗୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଉତ୍ତର ପ୍ରଦେଶର ଲଖିମପୁର ଖେରି ଠାରେ ବିକ୍ଷୋଭ କରୁଥିବା ଚାଷୀମାନଙ୍କୁ ଗାଡ଼ି ଚପାଇ ବର୍ବରୋଚିତ ଭାବେ ହତ୍ୟା କରିବା ପ୍ରତିବାଦରେ ନିଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୌନବ୍ରତ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ରାଜଭବନ ଛକ ଠାରେ ଏହି ମୌନବ୍ରତ ପ୍ରତିବାଦ କାର୍ଯ୍ୟକ୍ରମ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦିବା ୧୧ ଘଂଟା ଠାରୁ ୧ ଘଂଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ ମୌନ ରହି ଘଟଣାର ପ୍ରତିବାଦ କରିଥିଲେ।

କାର୍ଯ୍ୟକ୍ରମ ପରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କୃଷକମାନେ ହେଉଛନ୍ତି ଦେଶର ଅନ୍ନଦାତା। ଏହି ଅନ୍ନଦାତାମାନଙ୍କୁ ଯେଭଳି ନିଷ୍ଠୁର ଭାବରେ ହତ୍ୟା କରାଗଲା ତାହା ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ନିନ୍ଦନୀୟ। ଏହି ଘଟଣାରେ ଆମେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ। କଂଗ୍ରେସ ଦଳ ସର୍ବଦା ଅନ୍ନଦାତା ମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଛି ଓ ଆଜି ମଧ୍ୟ ସେମାନଙ୍କ ପଛରେ ଦୃଢ଼ ଭାବରେ ଛିଡା ହୋଇଛି। ଯେପର୍ଯ୍ୟନ୍ତ ଏହି ଆଇନ ସରକାର ପ୍ରତ୍ୟାହାର କରି ନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ତାର ସଂଗ୍ରାମ ଜାରି ରଖିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପଂଚାନନ କାନୁନଗୋ, ସୁରେଶ କୁମାର ରାଉତରାୟ, ଶରତ ରାଉତ, ଶିବାନନ୍ଦ ରାୟ, ଯଜ୍ଞେଶ୍ୱର ବାବୁ, ନକୁଳ ନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, କିଶୋର ଜେନା, ଦେବାଶିଷ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ଅନୁଲେଖା ବୋଷା, ଜ୍ଞାନଦେବ ବେଉରା, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ ଦାଶ, ଅମିୟ କୁମାର ପଟ୍ଟନାୟକ, ଦୀପକ ମହାପାତ୍ର, ସୁବ୍ରତ ମହାପାତ୍ର, ନାରାୟଣ ଜେନା, ରଶ୍ମି ମହାପାତ୍ର, ବନ୍ଦିତା ପରିଡ଼ା, ପଦ୍ମାକର ଗୁରୁ, ୟାସିର ନୱାଜ, ଲିଙ୍ଗରାଜ ସାହୁ, ସୁରେନ୍ଦ୍ର ନାଥ କର, ବିସ୍ମୟ ମହାପାତ୍ର, ପ୍ରଶାନ୍ତ ଶତପଥି, ଅମିୟ ପାଣ୍ଡବ, ନାସିର ଅହମ୍ମଦ, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ପ୍ରଣତୀ ମିଶ୍ର, ଶ୍ରୀୟାସ୍ମତା ପଣ୍ଡା, ସଂକୁନା କହଁର, କୁସୁମ ପ୍ରଧାନ, ମୋହନ ଜେନା, ସମ୍ଭୁ ପାଣିଗ୍ରାହୀ, ପ୍ରକାଶ ମିଶ୍ର, ରାଜକିଶୋର ବାରିକ, ମନୋରଞ୍ଜନ ରାଉତରାୟ, କୈଳାସ ସାହୁ, ଦେବୀପ୍ରସାଦ ବାହାଲିଆ, ରାଜୀବ ମହାପାତ୍ର, ମିହିର ଆଚାର୍ଯ୍ୟ, ଅଶୋକ ଦାସ, ଆଲୋକ ଲେଙ୍କା, ବଟକୃଷ୍ଣ ରାଉତରାୟ, ଶୈଳେନ୍ଦୁ ମଜୁମଦାର, ବ୍ରହ୍ମାନନ୍ଦ ସାହୁ, ଗିତାଞ୍ଜଳି ମହାନ୍ତି, ଅଭିଶେକ ରାଉତ, ଇନ୍ଦ୍ରଜିତ ପରିଡ଼ା, ସନ୍ତୋଷ ନନ୍ଦ, ମନୋଜ ସାହୁ, ସୁନାକର ମହାରଣା, ନିମାଇ ରାଉତରାୟ, ସଂଜୀବ ମହାନ୍ତି, ସାଗର ପରିଡ଼ା, ଜୟକୃଷ୍ଣ ସୁବୁଦ୍ଧି, ମହମ୍ମଦ ସାହାଦୁଲ୍ଲା, ତାପସ ସେଠୀ, ବାବୁ ଜେନା, ବିଶ୍ୱଭୂଷଣ ମହାପାତ୍ର, ବୁନା ମହାନ୍ତି, ମଂଟୁ ମଲ୍ଲିକ, ଦେବରାଜ ମିଶ୍ର, ସୁବ୍ରତ ସେନାପତି, ଆଶିଷ ମଲ୍ଲିକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର: ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସର ବର୍ଦ୍ଧିତ ଦରକୁ ଅବିଳମ୍ବେ ପ୍ରତ୍ୟାହାର କରିବା, ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ବନ୍ଦ କରିବା, କୋଭିଡ଼ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ କରିବା, ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷର ସୁରକ୍ଷା କରିବା, କୃଷି ଓ କୃଷକ ବିରୋଧୀ ତିନିଗୋଟି କଳା କୃଷି ଆଇନକୁ ସମ୍ପୂର୍ଣ୍ଣ ବାତିଲ କରିବା, ସମସ୍ତଙ୍କୁ ମାଗଣା କୋଭିଡ଼ ଭ୍ୟାକ୍ସିନ ପ୍ରଦାନ କରିବା, ରାଫେଲ ଓ ପେଗାସେସ ଘଟଣାର ଜଏଣ୍ଟ ପାର୍ଲ୍ୟାମେଣ୍ଟାରୀ କମିଟି ଦ୍ୱାରା ତଦନ୍ତ କରାଇବା, ସମସ୍ତ ବେକାର ଯୁବକଙ୍କୁ କର୍ମନିଯୁକ୍ତି ନଚେତ ବେକାରୀ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ଦାବିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ତରଫରୁ ରାଜଭବନ ସମ୍ମୁଖରେ ପ୍ରତିବାଦ, ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ବିକ୍ଷୋଭରେ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ରାଜ୍ୟନେତା ସର୍ବେଶ୍ୱର ମିଶ୍ର, ଜିତେନ୍ଦ୍ରୀୟ ବେହେରା, ରାଜୀବ ଖାଡ଼େଙ୍ଗା, ନାରାୟଣ ଡ଼ାଳୁଆ, ସୁଶିଲ ଥାନପତ, ସୋମାନଥ ଖିଲ, ବେଣୁଥର ହରିଚନ୍ଦନ, ଆଲୋକ ମହାପାତ୍ର, ମୁନା ନାୟକ, ମହିଳା ନେତ୍ରୀ ମଧୁଛନ୍ଦା ପଟ୍ଟନାୟକ, ବନଲତା ବେହେରା, ଭାନୁମତୀ କାଣ୍ଡି ପ୍ରମୁଖ ନେତୃତ୍ୱ ନେଇଥିଲେ।

କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ପରେ ବିଭିନ୍ନ ଜନବିରୋଧୀ କାର୍ଯ୍ୟ କରି ଭାରତବର୍ଷର ସାଧାରଣ ମଣିଷର ଜୀବନଯାତ୍ରାକୁ ଦୁର୍ବିସୟ କରିସାରିଲେଣି। ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଆକାଶଛୁଆ ଦରଦାମ ବୃଦ୍ଧି ଫଳରେ ଜନଗଣ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସମସ୍ତ କ୍ଷେତ୍ରରେ ବିଫଳ କେନ୍ଦ୍ରର ମୋଦି ସରକାର ଶାସନ କ୍ଷମତାରେ ରହିବାର ନୈତିକତା ହରାଇ ସାରିଲେଣି ବୋଲି ନିଜ ବକ୍ତବ୍ୟରେ ବକ୍ତାମାନେ ଅଭିଯୋଗ କରିଥିଲେ।

ପରେ ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ ଯାଇ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି: ଟାଙ୍ଗୀରେ ବିକ୍ଷୋଭ ସହ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଯୁକ୍ତ ଦୁଇ ପରୀକ୍ଷା ଅନଲାଇନ କିମ୍ବା ବାତିଲ ଦାବିରେ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷା ଅନଲାଇନ ଅଥବା ବାତିଲ କରିବା ପାଇଁ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

କଲେଜର ସମସ୍ତ ଛାତ୍ରଛାତ୍ରୀ ଟାଙ୍ଗୀ ପୂର୍ତ୍ତ ବିଭାଗ ଗୋଲେଇ ଛକ ନିକଟରେ ରାସ୍ତା ଅବରୋଧ ଓ ବିକ୍ଷୋଭ କରିଛନ୍ତି। ମାଟ୍ରିକ ପରୀକ୍ଷା ବାତିଲ ଢାଞ୍ଚାରେ ନିୟମ ଲାଗୁ କରିବାକୁ ଛାତ୍ର ସଂଗଠନ ଦାବି କରିଛି।

ସମ୍ପୃକ୍ତ କଲେଜର ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରାସ୍ତାରେ ବସିରହି ବିକ୍ଷୋଭ କରିଥିଲେ। ରାସ୍ତା ଅବରୋଧ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖାଦେଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନମାନଙ୍କ ବିକ୍ଷୋଭ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦୀର୍ଘ ୫୦ ଦିନ ଧରି ଦିଲ୍ଲୀରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ସୁପ୍ରିମ୍‌କୋର୍ଟ ଆଇନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେବା ସହ ଚାରିଜଣ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିବାକୁ କହିଥିଲେ। ତେବେ ଏହା ଜନସାଧାରଣଙ୍କୁ ବିଭ୍ରାନ୍ତି କରି ଆନ୍ଦୋଳନକୁ ବିପଥଗାମୀ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି କୃଷକ ସଂଗଠନମାନେ ଅଭିଯୋଗ କରି ଆଜି ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ମୁଖ୍ୟ ଛକ ନିକଟରେ ଚାଷୀ ସଂଗଠନମାନ ପକ୍ଷରୁ ଆଇନ ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା।

ଆନ୍ଦୋଳନ ସ୍ଥଳରେ ଏ ତିନୋଟି କୃଷି କଳା ଆଇନର ନକଲକୁ ନିଆଁରେ ଜଳାଇ ପ୍ରତିବାଦ କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଏ ଆନ୍ଦୋଳନକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।

ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ କୃଷକ ନେତା ବସନ୍ତ ନନ୍ଦ, ପ୍ରତାପ କୁମାର ନାୟକ, ଦୁର୍ଯ୍ୟୋଧନ ସ୍ୱାଇଁ, ପପୁନ ସାହୁ, ପି. ପାର୍ବତୀ, ଗୋପାଳ ପାଣିଗ୍ରାହୀ, ଡି. ଦଣ୍ଡପାଣି ରେଡ୍ଡୀ, ବାବୁଲା ନାୟକ, ପୀତବାସ ପ୍ରଧାନ, ଲକ୍ଷ୍ମୀ ରଥ, ଶିବରାମ ସାହୁ ପ୍ରମୁଖ ବହୁ କୃଷକ ନେତା ସାମିଲ ଥିଲେ।

Categories
ଆଞ୍ଚଳିକ

ଦକ୍ଷେଶ୍ୱର ମନ୍ଦିର ଚୋରି ଘଟଣାରେ ବାଣପୁରରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ୨୨ ଗୋଟି ମୂଲ୍ୟବାନ ମୂର୍ତ୍ତି ଚୋରି ହେବାର ଚବିଶ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ବିତିଯାଇଛି। ହେଲେ ପୋଲିସ ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ। ଏହି ପ୍ରତିବାଦରେ ଆଜି ସଂଧ୍ୟାରେ ଦକ୍ଷେଶ୍ୱର ମନ୍ଦିର ସାମ୍ନାରେ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି ଉକ୍ତ ବିକ୍ଷୋଭର ନେତୃତ୍ୱ ନେଇ ଐତିହାସିକ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ କରିବା ସହ ଯଥାଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ। ଏଥିପାଇଁ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଚିଲିକା ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ଯଥାଶୀଘ୍ର ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଗୁରୁତର ଭାବେ ଏଥିପ୍ରତି ଦୃଷ୍ଟିଦେବାକୁ ଶ୍ରୀ କାଣ୍ଡି ଅନୁରୋଧ କରିଥିଲେ।

ଉକ୍ତ ବିକ୍ଷୋଭରେ ବାଣପୁର ବିଜେପି ନଗର ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ଶ୍ୟାମ ସୁନ୍ଦର ପ୍ରଧାନ, ଶଙ୍କର ସାହୁ, ଦିଲ୍ଲୀପ ପାତ୍ର, ଚିରିଞ୍ଜିବି ପରିଡ଼ା, ରବୀନ୍ଦ୍ର ବେହେରା ଏବଂ ଅନ୍ୟ ବିଜେପି କର୍ମୀମାନେ ସାମିଲ ଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ପୁଣି ତେଜିଲା ସ୍କୁଲ ବନ୍ଦ ପ୍ରତ୍ୟାହାର ଆନ୍ଦୋଳନ: ଏସ୍‌ୟୁସିଆଇ(ସି)ର ଡ଼ିଇଓ କାର୍ଯ୍ୟାଳୟ ଘେରାଉ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିଦିନର ନୀରବତା ପରେ ପୁଣି ସ୍କୁଲ ବନ୍ଦ ଆଦେଶ ପ୍ରତ୍ୟାହାର ପାଇଁ ତେଜିଛି ଆନ୍ଦୋଳନ। ପୂର୍ବରୁ ଏ ନେଇ ବହୁବାର ଆନ୍ଦୋଳନ ହୋଇଥିବାବେଳେ ସରକାର କେବଳ ଭୁଆଁ ବୁଲାଇ ଦେଇ ନିଜର ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଜୋର୍‌ସୋର୍‌ରେ ଲାଗିପଡ଼ିଲେଣି। ଏହା ଦେଖି ଆଜି ଗଂଜାମ ଜିଲ୍ଲାର ୪୩୩ ଏବଂ ରାଜ୍ୟର ୧୪୩୭୯ ସ୍କୁଲ ବନ୍ଦ ନିର୍ଦ୍ଦେଶ ପ୍ରତ୍ୟାହାର ଦାବି କରି ଏସ୍‌ୟୁସିଆଇ(ସି) ଏବଂ ଏଆଇଡ଼ିଏସ୍‌ଓ ଗଂଜାମ ଜିଲ୍ଲା କମିଟି ଅନୁକୂଲ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତୁରନ୍ତ ନିର୍ଦ୍ଦେଶକୁ ବାତିଲ କରିବାକୁ ଡ଼ିଇଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଏହାପୂର୍ବରୁ ଶତାଧିକ ମହିଳା ଏବଂ ପୁରୁଷ ସଦସ୍ୟ ଖଲିକୋଟ କଲେଜ ନିକଟରୁ ଏକ ରାଲିରେ ବାହାରି ସରକାର ବିରୋଧୀ ସ୍ଲୋଗାନମାନ ଦେଇ ଡ଼ିଇଓ କାର୍ଯ୍ୟାଳୟରେ ପହଞ୍ଚିଥିଲେ  ସେମାନଙ୍କ କହିବା କଥା ସରକାରୀ ସ୍କୁଲରେ କାହିଁକି ପିଲା ହେଉନାହାନ୍ତି ତାହା ତର୍ଜମା ନ କରି ସ୍କୁଲ ବନ୍ଦ କରିବା ଉଦ୍ଦେଶ୍ୟ ପଛରେ ସରକାରଙ୍କ ଘରୋଇ ବିଦ୍ୟାଳୟକୁ ପରୋକ୍ଷରେ ପ୍ରୋତ୍ସାହନ ବୋଲି ସ୍ପଷ୍ଟ ବାରି ହୋଇପଡ଼ୁଛି। ଅଳ୍ପ ପିଲା ବୋଲି ଯେଉଁ ସ୍କୁଲ ବନ୍ଦ କରୁଛନ୍ତି ପ୍ରକୃତରେ ସେଠାରେ ପିଲା ଅଛନ୍ତି କିନ୍ତୁ ସ୍କୁଲଗୁଡ଼ିକରେ ମୌଳିକ ସମସ୍ୟା ଯୋଗୁଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ୁନାହାନ୍ତି।

ସ୍କୁଲ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାରୁ ଯେତିକି ପିଲା ଅଧାରୁ ପାଠ ଛାଡ଼ୁଥିଲେ ବର୍ତ୍ତମାନ ଡ଼୍ରପଆଉଟ୍ ସଂଖ୍ୟା ବୃଦ୍ଧି ହେବ। ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରହସନରେ ପରିଣତ ହେବ। ମୁଖ୍ୟତଃ ଶିକ୍ଷକ ଅଭାବ ସମସ୍ୟା ଯୋଗୁଁ ଓଡ଼ିଶାରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟୟ ହୋଇଛି। ବହୁ ସ୍କୁଲରେ ୫ଟି କ୍ଲାସକୁ ଗୋଟିଏ ଶିକ୍ଷକ। ସେ ମଧ୍ୟ ସରକାରୀ କାର୍ଯ୍ୟ, ମଧ୍ୟାହ୍ନ ଭୋଜନ, ଅନ୍ୟାନ୍ୟ କାର୍ଯ୍ୟ କରିବା ସହ ପାଠ ପଢ଼ାଇବା ନେଇ କାଠିକର ପାଠ ହେଉଛି।

ଏହା ସହ କେତେକ ସ୍କୁଲରେ ପାଠାଗାର, ଖେଳପଡ଼ିଆ, ସ୍ନାନାଗାର, ବିଦ୍ୟୁତ ସମସ୍ୟା, ସ୍ମାର୍ଟ କ୍ଲାସରୁମ୍‌, ଜରାଜୀର୍ଣ୍ଣ କୋଠା ଆଦି ସମସ୍ୟା ରହିଛି। ତେଣୁ ଏଗୁଡ଼ିକ ସୁଧାରିବା ପରିବର୍ତ୍ତେ “ଶିରୋନାସ୍ତି ଶିର ପୀଡ଼ା ନ୍ୟାୟରେ” ୧୪୩୭୯ ସ୍କୁଲ ବନ୍ଦ ନିଷ୍ପତ୍ତି ନେବା ରାଜ୍ୟ ସରକାରଙ୍କ ଶିକ୍ଷାବିରୋଧୀ, ଶିକ୍ଷାର ଘରୋଇକରଣକୁ ଦ୍ୱାର ଉନ୍ମୁକ୍ତ କରୁଛି। ବାସ୍ତବରେ ଏତେ ସଂଖ୍ୟକ ସରକାରୀ ସ୍କୁଲ ବନ୍ଦ ହେଲେ ସାଧାରଣ ଗରିବ ଘରର ପିଲାମାନଙ୍କ ପାଇଁ ସବୁଦିନ ଲାଗି ଶିକ୍ଷାର ଦ୍ୱାର ବନ୍ଦ ହୋଇଯିବ। ସେମାନେ ମୋଟା ଅଙ୍କର ଫିସ୍ ଦେଇ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ି ପାରିବେ ନାହିଁ ଏବଂ ସରକାରୀ ସ୍କୁଲ ବନ୍ଦ ଫଳରେ ବେସରକାରୀ ବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଫି ଆଦାୟ କରିବେ।

ଆଜିକାର ଏହି କାର୍ଯ୍ୟକ୍ରମରେ ଏସ୍‌ୟୁସିଆଇ(ସି)ର ଗଂଜାମ ଜିଲ୍ଲା ସାଙ୍ଗଠନିକ କମିଟିର ସଂପାଦକ ସୋମନାଥ ବେହେରା, ଏଆଇଡ଼ିଏସ୍‌ଓ ଗଂଜାମ ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସଂପାଦକ ନିମାଇଁ ଚରଣ ସାହୁ, ନାରାୟଣ ସାହୁ, ପପୁନ ସାହୁ, ମଧୁସୂଦନ ଦାସ, ଶୁଭଶ୍ମିତା ପାଣିଗ୍ରାହୀ, ଅଲିଭା ଦାସ, ସୌମ୍ୟରଂଜନ ଗୌଡ଼ ଆଦି ସଂଗଠନର କର୍ମୀଙ୍କ ସହ ଶହ ଶହ ଜନସାଧାରଣ ଯୋଗ ଦେଇଥିଲେ।