Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବମ୍ବେ ହାଇକୋର୍ଟଙ୍କ ତାଗିଦ୍‌: କ୍ଷମା ମାଗିଲେ ଇମ୍ରାନ୍ ଖାନ୍
ଜାତୀୟ ଖବର

ବମ୍ବେ ହାଇକୋର୍ଟଙ୍କ ତାଗିଦ୍‌: କ୍ଷମା ମାଗିଲେ ଇମ୍ରାନ୍ ଖାନ୍

November 3, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Bombay High Court reprimand: Imran Khan apologizes

ମୁମ୍ବାଇ: ବମ୍ବେରେ ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବା ଅଭିଯୋଗରେ ଅଭିନେତା ଇମ୍ରାନ ଖାନ ବମ୍ବେ ହାଇକୋର୍ଟଙ୍କ ନିକଟରେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ସେ ଭବିଷ୍ୟତରେ ଏଭଳି କୌଣସି ଆନ୍ଦୋଳନ କିମ୍ବା ବିକ୍ଷୋଭକୁ ଯିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏସ୍‌ଆଇଆର୍ ବିରୋଧରେ ମୁମ୍ବାଇରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେବା ଘଟଣାରେ ଅଭିନେତା ଇମ୍ରାନ ଖାନ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି। ଏଥିସହ ସେ ବମ୍ବେ ହାଇକୋର୍ଟଙ୍କୁ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେ ଭବିଷ୍ୟତରେ ସେ ଏଭଳି କୌଣସି ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିବେ ନାହିଁ। ଇମ୍ରାନଙ୍କୁ ମିଳିଥିବା ‘ଦେଶ ଛାଡ଼ ନୋଟିସ’ ବିରୋଧରେ ଦାୟର ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରିବା ପରିପ୍ରେକ୍ଷୀରେ କୋର୍ଟ ତାଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଇମ୍ରାନ୍ ଏପରି କରିବା ପରେ ହାଇକୋର୍ଟ ମଧ୍ୟ ତାଙ୍କୁ ଭାରତରେ ରହିବାକୁ ଅନୁମତି ପ୍ରଦାନ କରିଛନ୍ତି।

ହାଇକୋର୍ଟର ପ୍ରଧାନ ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠୀ ଏବଂ ଜଷ୍ଟିସ ଅଦ୍ୱୈତ ସେଠନାଙ୍କ ଖଣ୍ଡପୀଠ ଇମ୍ରାନ୍‌ଙ୍କୁ କହିଥିଲେ, “ଆପଣଙ୍କୁ ପ୍ରଥମେ ଭଲଭାବେ ବୁଝିବାକୁ ହେବ ଯେ ଯେତେବେଳେ ଭାରତର ଦୟାରେ ଆପଣ ଏଠି ଅଛନ୍ତି ସେତେବେଳେ ଭାରତର ଶାସନ ବ୍ୟବସ୍ଥାକୁ, ନ୍ୟାୟ ବ୍ୟବସ୍ଥାକୁ କଦାପି ନିନ୍ଦାକରିପାରିବେ ନାହିଁ। ଆପଣ ଜଣେ ଆମେରିକୀୟ ନାଗରିକ ହୋଇଥିବା ସତ୍ତ୍ୱେ ତଥା ଏପ୍ରକାର ଭାରତ ବିରୋଧୀ ଆଚରଣ ପ୍ରଦର୍ଶନ କରିବା ସତ୍ତ୍ୱେ ଆପଣଙ୍କୁ ତୁରନ୍ତ ଦେଶରୁ ବାହାର କରିବା କିମ୍ବା ଡିପୋର୍ଟ କରିବା ପରିବର୍ତ୍ତେ ପ୍ରଥମେ କେବଳ ଗୋଟିଏ ନୋଟିସ୍ ଦେଇ ଦେଶ ଛାଡ଼ିବାକୁ କୁହାଯାଇଛି। ଏହାହିଁ ଭାରତ ଦେଶର ବଡ଼ପଣ। ଯଦି କୌଣସି ଭାରତୀୟ ନାଗରିକ ବିଦେଶରେ ଏଭଳି କରିଥାନ୍ତେ, ତେବେ ତାଙ୍କୁ ପରବର୍ତ୍ତୀ ବିମାନରେ ହିଁ ଭାରତ ଫେରାଇ ଦିଆଯାଇଥାନ୍ତା। ଏତଦ୍‌ବ୍ୟତୀତ ଆପଣ ଜଣେ ଓସିଆଇ ଧାରକ, ଆପଣ ଜଣେ ଭାରତୀୟ ନାଗରିକଙ୍କ ଭଳି ବ୍ୟବହାର କରିପାରିବେ ନାହିଁ। ଆପଣ ଏସ୍‌ଆଇଆର ଦ୍ୱାରା ପ୍ରଭାବିତ ହିଁ ନୁହଁନ୍ତି, ତେଣୁ ବିକ୍ଷୋଭ କରିବାର ଆପଣଙ୍କର କୌଣସି ଅଧିକାର ନାହିଁ। ଆପଣ ପିଲାଦିନରୁ ଏଠାରେ ଅଛନ୍ତି, ତେବେ ଭାରତୀୟ ନାଗରିକତା ପାଇଁ ଆବେଦନ କାହିଁକି କରୁନାହାନ୍ତି? ଯଦି ଓସିଆଇ ହିଁ ରହିବାକୁ ଚାହୁଁଛନ୍ତି, ତେବେ ଆଗକୁ ଏପରି କୌଣସି ଆନ୍ଦୋଳନକୁ ଯିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି (ଅଣ୍ଡରଟେକିଂ) ଦେବାକୁ ପଡ଼ିବ। ଏହା ବ୍ୟତୀତ ବିନା ସର୍ତ୍ତରେ କ୍ଷମା ମଧ୍ୟ ମାଗିବାକୁ ହେବ, କାରଣ ଆପଣ ଲୋକଙ୍କୁ ଉତ୍ତେଜିତ କରିଛନ୍ତି। ଜଣେ ସେଲିବ୍ରିଟିଙ୍କ ଠାରୁ ଏହା ଆଶା କରାଯାଏ ନାହିଁ। ଆପଣଙ୍କ ରୋଜଗାର ଏବଂ ଜୀବିକା ସବୁ ଏହି ଦେଶରୁ ହିଁ ମିଳିଛି।” ଏଥିସହ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଇମ୍ରାନଙ୍କୁ ତାଙ୍କ ବିରୋଧରେ ଜାରି ହୋଇଥିବା “ଲିଭ୍ ଇଣ୍ଡିଆ ନୋଟିସ୍‌’ର ଜବାବ ଦେବା ପାଇଁ କିଛି ସମୟ ପ୍ରଦାନ କରାଯାଉ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୭ ଡିସେମ୍ବରରେ ହେବ। ସେପର୍ଯ୍ୟନ୍ତ ଏହି ନୋଟିସ୍ ଉପରେ ରୋକ୍ ଲାଗି ରହିବ।

ପ୍ରକାଶ, ଅଭିନେତା ଇମ୍ରାନ ଖାନ ୪୨ ବର୍ଷ ଧରି ଭାରତରେ ରହୁଛନ୍ତି, କିନ୍ତୁ ତାଙ୍କ ପାଖରେ ଆମେରିକାର ନାଗରିକତା ରହିଛି ଏବଂ ସେ ୨୦୦୬ ମସିହାରୁ ଜଣେ ଓସିଆଇ କାର୍ଡଧାରୀ ଅଟନ୍ତି। ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (ଓସିଆଇ) କାର୍ଡ ହେଉଛି ବିଦେଶରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଲୋକଙ୍କ ପାଇଁ ଏକ ଆଜୀବନ ଭିସା ଭଳି କାର୍ଡ। ଏହି କାର୍ଡ ଧାରକଙ୍କ ପାଇଁ କେତେକ କ୍ଷେତ୍ରରେ କଟକଣା ମଧ୍ୟ ଲାଗୁ ହୋଇଥାଏ। ଯେପରିକି ଓସିଆଇଧାରକଙ୍କୁ ଭୋଟ୍ ଦେବାର ଅଧିକାର ନାହିଁ। ନିର୍ବାଚନ ଲଢ଼ିବାର ଅଧିକାର ନାହିଁ। ସରକାରୀ ଚାକିରି ପାଇପାରିବେ ନାହିଁ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ବିଚାରପତି, ସାଂସଦ କିମ୍ବା ବିଧାୟକ ହୋଇପାରିବେ ନାହିଁ। ବିକ୍ଷୋଭ ବା ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୋଇପାରିବେ ନାହିଁ। ଭାରତ ସରକାର ଚାହିଁଲେ ଯେକୌଣସି ସମୟରେ ଓସିଆଇ ବାତିଲ କରିପାରିବେ। ଏତଦ୍‌ବ୍ୟତୀତ ପର୍ବତାରୋହଣ, ଧର୍ମ ପ୍ରଚାର (ମିଶନାରୀ), ସାମ୍ବାଦିକତା, ଗବେଷଣା ଏବଂ କିଛି ସଂରକ୍ଷିତ ବା ବିଶେଷ ଅଞ୍ଚଳକୁ ଯିବା ପାଇଁ ପୂର୍ବ ଅନୁମତି ନେବାକୁ ପଡ଼ିଥାଏ। ଅନ୍ୟପକ୍ଷେ ଓସିଆଇ ଧାରକଙ୍କୁବିନା ଭିସାରେ ଆଜୀବନ ଭାରତ ଯାତାୟାତ କରିବାର ସୁବିଧା, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରହିବା, ପାଠ ପଢ଼ିବା, କାମ କରିବା (କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଛାଡ଼ି), ଘର କିମ୍ବା ସମ୍ପତ୍ତି କିଣିବା ତଥା ଭାରତୀୟଙ୍କ ସହିତ ସମାନ ଆର୍ôଥକ ଓ ଶିକ୍ଷାଗତ ଅଧିକାର ଆଦି ମିଳିଥାଏ।

ଇମ୍ରାନ୍ ଖାନ୍ ବମ୍ବେ ହାଇକୋର୍ଟ ବିକ୍ଷୋଭ
Share. Facebook Twitter LinkedIn Email WhatsApp Copy Link

Related Posts

ରାମ ମନ୍ଦିର ପାଣ୍ଠି ହେରଫେର ମାମଲା: ସୁପ୍ରିମ୍‌କୋର୍ଟଙ୍କ ତଦାରଖ ଶେଷ, ଦାଖଲ ହେଲା ଚାର୍ଜସିଟ୍

November 3, 2026

ରାଇଜିଂ ଷ୍ଟାର୍ ଏସିଆ କପ୍: ତିଳକ ବର୍ମା କ୍ୟାପ୍‌ଟେନ୍

November 3, 2026

‘ବିକଶିତ ଭାରତ ଯୁବ ସମ୍ବାଦ’ ଅଭିଯାନରେ ୧୧,୮୦୦ରୁ ଅଧିକ ଯୁବକଯୁବତୀ ସାମିଲ

November 3, 2026

ଭାରତ ଅକ୍ଷୟ ଶକ୍ତି ଶିଖର ସମ୍ମିଳନୀ ଓ ପ୍ରଦର୍ଶନୀ ୨୦୨୬’କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

November 3, 2026
Latest News

ଦକ୍ଷିଣ ଆନ୍ଧ୍ର ଉପକୂଳ ଅତିକ୍ରମ କଲା ବାତ୍ୟା ‘ମୁରାସୁ’: ଘଣ୍ଟାପ୍ରତି ପବନର ବେଗ ଥିଲା ୧୧୦ କିମି

November 3, 2026

ପୂର୍ବତଟ ରେଳପଥରେ ଫୋର୍ଟ୍ରେସ୍ ଟିକେଟ୍ ଯାଞ୍ଚ ଅଭିଯାନ ଜୋରଦାର

November 3, 2026

ରାମ ମନ୍ଦିର ପାଣ୍ଠି ହେରଫେର ମାମଲା: ସୁପ୍ରିମ୍‌କୋର୍ଟଙ୍କ ତଦାରଖ ଶେଷ, ଦାଖଲ ହେଲା ଚାର୍ଜସିଟ୍

November 3, 2026

ବମ୍ବେ ହାଇକୋର୍ଟଙ୍କ ତାଗିଦ୍‌: କ୍ଷମା ମାଗିଲେ ଇମ୍ରାନ୍ ଖାନ୍

November 3, 2026

ରାଇଜିଂ ଷ୍ଟାର୍ ଏସିଆ କପ୍: ତିଳକ ବର୍ମା କ୍ୟାପ୍‌ଟେନ୍

November 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.