Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦକ୍ଷେଶ୍ୱର ମନ୍ଦିର ଚୋରି ଘଟଣାରେ ବାଣପୁରରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ
ଆଞ୍ଚଳିକ

ଦକ୍ଷେଶ୍ୱର ମନ୍ଦିର ଚୋରି ଘଟଣାରେ ବାଣପୁରରେ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲେ ବିଜେପି କର୍ମୀ

December 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ୨୨ ଗୋଟି ମୂଲ୍ୟବାନ ମୂର୍ତ୍ତି ଚୋରି ହେବାର ଚବିଶ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ବିତିଯାଇଛି। ହେଲେ ପୋଲିସ ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ। ଏହି ପ୍ରତିବାଦରେ ଆଜି ସଂଧ୍ୟାରେ ଦକ୍ଷେଶ୍ୱର ମନ୍ଦିର ସାମ୍ନାରେ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି ଉକ୍ତ ବିକ୍ଷୋଭର ନେତୃତ୍ୱ ନେଇ ଐତିହାସିକ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ କରିବା ସହ ଯଥାଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ। ଏଥିପାଇଁ ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଚିଲିକା ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବାରୁ ଯଥାଶୀଘ୍ର ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ଗୁରୁତର ଭାବେ ଏଥିପ୍ରତି ଦୃଷ୍ଟିଦେବାକୁ ଶ୍ରୀ କାଣ୍ଡି ଅନୁରୋଧ କରିଥିଲେ।

ଉକ୍ତ ବିକ୍ଷୋଭରେ ବାଣପୁର ବିଜେପି ନଗର ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ଶ୍ୟାମ ସୁନ୍ଦର ପ୍ରଧାନ, ଶଙ୍କର ସାହୁ, ଦିଲ୍ଲୀପ ପାତ୍ର, ଚିରିଞ୍ଜିବି ପରିଡ଼ା, ରବୀନ୍ଦ୍ର ବେହେରା ଏବଂ ଅନ୍ୟ ବିଜେପି କର୍ମୀମାନେ ସାମିଲ ଥିଲେ।

କୁଶ ପୁତ୍ତଳିକା ଦାହ ଦକ୍ଷେଶ୍ୱର ମନ୍ଦିର ବାଣପୁର ବିକ୍ଷୋଭ ବିଜେପି କର୍ମୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ଗ୍ରାମୀଣ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

July 18, 2026

ବାଣପୁରରେ ଆରଏସଏସ ଓ ଏବିଭିପି ପକ୍ଷରୁ ରଥଯାତ୍ରା ସେବା କାର୍ଯ୍ୟ

July 16, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026

ଟାଙ୍ଗୀ ବ୍ଲକ ପରିସରରେ ମିଳିତ ଜନଶୁଣାଣି ଶିବିର

July 13, 2026
Latest News

ଭୁବନେଶ୍ବରରେ ଉଦଘାଟିତ ହେଲା ତିନିଦିନିଆ ଜଗନ୍ନାଥ ସଂଗୀତ କାର୍ଯ୍ୟକ୍ରମ ‘ଗୁହାରି’

July 18, 2026

ଟାଇମ୍‍ପାସ୍‍ ପୁସ୍ତକପର୍ବ: ଡ. ବିବୁଧରଞ୍ଜନଙ୍କ ୧୨ ଖଣ୍ଡ ଗ୍ରନ୍ଥାବଳୀ ଲୋକାର୍ପିତ

July 18, 2026

ଭାରତ ବନାମ ଇଂଲଣ୍ଡ ତୃତୀୟ ଦିନିକିଆ: ଇତିହାସ ରଚିବାକୁ ପ୍ରସ୍ତୁତ ଟିମ ଇଣ୍ଡିଆ

July 18, 2026

ପୁରୀ ରଥଯାତ୍ରାରେ ସେବା କେନ୍ଦ୍ର ସ୍ଥାପନ କଲା ଆଇଆରଇଡିଏ

July 18, 2026

ହଠାତ୍ ତୃତୀୟ ଦିନିକିଆ ପାଇଁ ବଦଳିଲା ଟିମ୍ ଇଣ୍ଡିଆ: ସାମିଲ ହେଲେ ଏହି ଖେଳାଳି

July 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.