Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫାଭିପିରାଭିର୍‌ ଖାଇବା ନେଇ ପରାମର୍ଶ ଦେଲେ ଡାକ୍ତର , ଜାଣନ୍ତୁ କିପରି ଓ କେମିତି ଖାଇବେ
ଆଜିର ଖବର

ଫାଭିପିରାଭିର୍‌ ଖାଇବା ନେଇ ପରାମର୍ଶ ଦେଲେ ଡାକ୍ତର , ଜାଣନ୍ତୁ କିପରି ଓ କେମିତି ଖାଇବେ

October 5, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର :  କରୋନା ଚିକିତ୍ସା ନେଇ ରାଜ୍ୟ ସରକାରଙ୍କ ପ୍ରେସମିଟ୍‌ରେ ଏସ୍‌ସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ଫାଭିପିରାଭିର ମେଡିସିନ୍‌ ଖାଇବା ନେଇ ସବିଶେଷ ସୂଚନା ଦେଇଛନ୍ତି । ଡାକ୍ତର ଜୟନ୍ତ ପଣ୍ଡାଙ୍କ କହିବାନୁସାରେ ହୋମ୍ ଆଇସୋଲେସନରେ ରହୁଥିବା ଲୋକ ଖାଇପାରିବେ ଫାଭିପିରାଭିର। ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଦେଲେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସେ।

ହୋମ୍ ଆଇସୋଲେସନରେ ରହୁଥିବା ଲୋକଙ୍କୁ ଫାଭିପିରାଭିର ଦିଆଯାଉଛି। ଫାଭିପିରାଭିର ଭୂତାଣୁର ସଂଖ୍ୟା ଓ ଭୂତାଣୁର ପ୍ରଭାବ କମାଇ ଥାଏ। ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଦେଲେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାର ସମ୍ଭାବନା ରହିଥାଏ। ଠିକ ଭାବେ ସେବନ କଲେ ଜ୍ୱର, କାଶର ପ୍ରାଦୁର୍ଭାବ କମିଯାଇପାରିବ। ରୋଗୀଙ୍କୁ ପାଞ୍ଚ ଦିନ ପାଇଁ ଫାଭିପିରାଭିର ଦେବା ବ୍ୟବସ୍ଥା କରାଯାଇଛି। ଲକ୍ଷଣହୀନ ରୋଗୀଙ୍କୁ ଏହା ଦିଆଯାଏ ନାହିଁ, ଲକ୍ଷଣଯୁକ୍ତ ରୋଗୀଙ୍କୁ ଦିଆଯାଏ। ଗର୍ଭବତୀ ମହିଳା, କିଡ୍‌ନୀ ରୋଗୀ,  ଛୋଟ ପିଲା ଫାଭିପିରାଭିର ଖାଇପାରିବେ ନାହିଁ।  ରୋଗ ଚିହ୍ନଟ ହେବା ମାତ୍ରେ ପ୍ରଥମ ଦିନରୁ ଫାଭିପିରାଭିର ଦିଆଯାଇପାରିବ ବୋଲି ସୂଚନା ଦେଇଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।  କଟକ, ଭୁବନେଶ୍ୱର ଓ ପୁରୀରେ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଛି। ସେହିପରି ଏହି ଫାଭିପିରାଭିର ଖାଇବା ପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିଲେ ଏନେଇ ଡାକ୍ତରଙ୍କୁ ଜଣାଇବାକୁ କହିଛନ୍ତି ଡାକ୍ତର ପଣ୍ଡା । ଯଦି ଏହି ମେଡିସିନ୍‌ ଖାଇବା ପରେ ପତଳା ଝାଡ଼ା ହେଲେ, ପେଟ କାଟିଲେ କିମ୍ବା କିଡ୍‌ନୀ ବା ଲିଭର ଉପରେ ଚାପ ପଡିବା ପରି ଅନୁଭବ ହେଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି ସୂଚନା ଦେଇଛନ୍ତି ଡାକ୍ତର ପଣ୍ଡା । ବଟିକାକୁ ଚୋବାଇେବ ନାହିଁ କିମ୍ବା ଭାଙ୍ଗିବେ ନାହିଁ ତାକୁ ଢୋକି ଖାଇବେ ।

ଫାଭିପିରାଭିର୍‌ ଡୋଜ୍‌ ନେଇ ଡାକ୍ତର ସମ୍ପଦ ଦାସ ସୂଚନା ଦେଇ କହିଛନ୍ତି ଯେ,  ଫାଭିପିରାଭିର ପ୍ରଥମ ଦିନ ସକାଳ 9 ଓ ରାତିରେ 9ଟି ବଟିକା ଖାଇବେ । ଦ୍ବିତୀୟଦିନରୁ ପଞ୍ଚମ ଦିନ ପର୍ଯ୍ୟନ୍ତ ସକାଳେ 4ଟି ଓ ରାତିରେ 4ଟି ବଟିକା ଖାଇବେ ।  ଫାଭିପିରାଭିର ବା କୌଣସି ଔଷଧ ଖାଇଲେ ମଦ୍ୟପାନ ନକରିବା ଉଚିତ । ଫାଭିପିରାଭିର ସହ ନିଜର ପୂର୍ବ ରୋଗ ପାଇଁ ଔଷଧ ବି ଖାଇପାରିବେ ବୋଲି ସୂଚନା ରହିଛି ।

ଫାଭିପିରାଭିର୍‌
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପି ମୁଖପାତ୍ର ଭାବରେ କାର୍ଯ୍ୟ କରୁଛି ଅକାଳୀ ଦଳ: ଇଡି ଚିଠି ଉପରେ ଆପ ର ଆକ୍ରମଣ

August 13, 2026

ଏହି କାରଣରୁ ଗୌତମ ଗମ୍ଭୀରଙ୍କୁ ବହିଷ୍କାର କରିବ ନାହିଁ ବିସିସିଆଇ: ଜାଣନ୍ତୁ କାରଣ

August 13, 2026

ଖେତରେ ଧାନ କାଟୁଥିବା ମହିଳାଙ୍କୁ ପଥର ମାରି ହତ୍ୟା: ୬୫ ବର୍ଷୀୟ ଦୋଷୀଙ୍କୁ ଆଜୀବନ ଜେଲ୍

August 13, 2026

ଡି-ଡଲାରାଇଜେସନ ନେଇ ବଢ଼ିଲା ଚର୍ଚ୍ଚା: BRICSର ପଦକ୍ଷେପ କେତେ ଶକ୍ତିଶାଳୀ?

August 13, 2026
Latest News

ବିଜେପି ମୁଖପାତ୍ର ଭାବରେ କାର୍ଯ୍ୟ କରୁଛି ଅକାଳୀ ଦଳ: ଇଡି ଚିଠି ଉପରେ ଆପ ର ଆକ୍ରମଣ

August 13, 2026

ଲୋକସଭା ଅନିଶ୍ଚିତକାଳ ପାଇଁ ମୁଲତବୀ

August 13, 2026

LAC ନିକଟରେ ଉତ୍ତେଜନା ଖବର ମଧ୍ୟରେ ଚୀନ୍ ଜାରି କଲା ବଡ଼ ବିବୃତ୍ତି: ଜାଣନ୍ତୁ…. 

August 13, 2026

ଏହି କାରଣରୁ ଗୌତମ ଗମ୍ଭୀରଙ୍କୁ ବହିଷ୍କାର କରିବ ନାହିଁ ବିସିସିଆଇ: ଜାଣନ୍ତୁ କାରଣ

August 13, 2026

ଖେତରେ ଧାନ କାଟୁଥିବା ମହିଳାଙ୍କୁ ପଥର ମାରି ହତ୍ୟା: ୬୫ ବର୍ଷୀୟ ଦୋଷୀଙ୍କୁ ଆଜୀବନ ଜେଲ୍

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.