ରମେଶ ମହାନ୍ତି
ଜଗତସିଂହପୁର : ଦୀର୍ଘ ୨୨ଦିନ ହେବ ଅଚଳ ହୋଇପଡିଥିଲା ଅଭିଯୋଗ ପରେ ମଧ୍ୟ ଶୋଇଥିଲା ବିଭାଗ ହେଉନଥିଲା କାର୍ଯ୍ୟ ଏନେଇ ରବିବାର ଦିନ ସମୀକ୍ଷା ନ୍ୟୁଜରେ ନ୍ୟୁଜ୍ ପ୍ରସାର ହେବା ପରେ ତତ୍ପର ହୋଇପଡିଛି ବିଭାଗ ଯାହାକି (ପରଦିନ) ସୋମବାର ଦିନ ବିଭାଗୀୟ ଜେଇଙ୍କ ଉପସ୍ଥିତିରେ ହୋଇଛି ମରାମତି କାର୍ଯ୍ୟ।
ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ସ୍ଥିତ ଦଳିତ ସାହିରେ ଥିବା ସରକାରୀ ନଳକୂପଟି ଦୀର୍ଘ ୨୨ଦିନ ହେବ ଅଚଳ ହୋଇ ପଡିରହିଥିଲା। ଏହି ନଳକୂପଟି ଅଚଳ ହୋଇଯିବାରୁ ପାନୀୟଜଳ ପାଇଁ ଉକ୍ତ ନଳକୂପ ଉପରେ ନିର୍ଭର କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ସୂଚନାନୁଯାୟୀ ଏନେଇ ଉକ୍ତ ସାହିର ଲୋକମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ତିର୍ତ୍ତୋଲ ପାନୀୟଜଳ ବିଭାଗ ଜେଇଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।
ଏନେଇ ଗତ ରବିବାର ଦିନ ସମୀକ୍ଷା ନ୍ୟୁଜରେ ନ୍ୟୁଜ୍ ପ୍ରସାର ହେବାପରେ ତତ୍ପର ହୋଇ ଉଠିଛି ତିର୍ତ୍ତୋଲ ପାନୀୟଜଳ ବିଭାଗ।ଏମିତିକି ରବିବାର ଦିନ ନ୍ୟୁଜ୍ ହେବା ପରେ ସୋମବାର ଦିନ ତିର୍ତ୍ତୋଲ ପାନୀୟଜଳ ବିଭାଗ ଜେଇ ଉକ୍ତ ଗ୍ରାମକୁ ଯାଇ ନଳକୂପ ନିକଟରେ ଉପସ୍ଥିତ ରହି ନଳକୂପଟିର ମରାମତି କାର୍ଯ୍ୟ କରାଇଥିଲେ। ଅନ୍ୟପକ୍ଷରେ କୁହାଯାଉଛି ଦୀର୍ଘ ୨୨ଦିନ ହେବ ଅଚଳ ହୋଇ ପଡିଥିବା ନଳକୂପଟିର ମରାମତି ପାଇଁ ଲୋକମାନେ ଅବଗତ କରାଇଥିଲେ ମଧ୍ୟ ତିର୍ତ୍ତୋଲ ପାନୀୟଜଳ ବିଭାଗ କ’ଣ ପାଇଁ ଅଣଦେଖା କରୁଥିଲା ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତିର୍ତ୍ତୋଲ ପାନୀୟଜଳ ବିଭାଗର ଏପରି କାର୍ଯ୍ୟଦକ୍ଷତାକୁ ନେଇ ବୁଦ୍ଧିଜୀବୀ ମହଲରୁ ବିଭିନ୍ନ କଥା ଶୁଣିବାକୁ ମିଳୁଛି। ଅପରପକ୍ଷରେ ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ ପାଇଖାନା ନିର୍ମାଣରେ ମହାଦୁର୍ନୀତି ହୋଇଥିବା ଚର୍ଚ୍ଚା ହେଉଛି।