ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗ୍ରାସୀମ କମ୍ପାନୀରେ ପାଇପ ଫାଟି ଚାରି ଗୁରୁତର ହୋଇଛନ୍ତି । ସମସ୍ତ ଚାରିଜଣଙ୍କୁ ଏମ୍କେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଜଣେ ଇଞ୍ଜିନିୟର ସମେତ ତିନିଜଣ କର୍ମଚାରୀ ପୋଡି ହୋଇ ଗୁରୁତର ହୋଇଛନ୍ତି। ତେବେ କମ୍ପାନୀର କେଉଁ କାରଣ ଯୋଗୁଁ ଏପରି ଏକ ବିସ୍ଫୋରଣ ଘଟିଲା, ତାହା ସମ୍ପର୍କରେ ଜଣାପଡିନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କମ୍ପାନୀର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ୍ ।