ଭୁବନେଶ୍ବର : ଆସନ୍ତା 12 ତାରିଖରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । 12 ତାରିଖରୁ 22 ତାରିଖ ମଧ୍ୟରେବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେବ ପରୀକ୍ଷା। 26ଟି ପରୀକ୍ଷା କେନ୍ଦ୍ରରେ 62 ହଜାର 189 ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରତ୍ୟେକ ଦିନ ତିନୋଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ୭ ନଭେମ୍ବରରେ ପ୍ରକାଶ ପାଇବ ମେରିଟ ପୂଜା ଛୁଟି ପରେ ସ୍କୁଲ ଓ କଲେଜ ଖୋଲିଲେ ପାଠ ପଢ଼ା ହେବ ବୋଲି ସୂଚନା ମିଳିଛି । ଆକ୍ରାନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ରୁମ୍ ର ବ୍ୟବସ୍ଥା କରାଯାଇଛି। ଚଳିତଥର 83ଟି ଷ୍ଟ୍ରିମରେ ନାମଲେଖା ହେଉଛି । 14 ହଜାର 700 ସିଟ୍ ପାଇଁ ଆବେଦନ କରିଛନ୍ତି 62 ହଜାର 200 ଛାତ୍ରଛାତ୍ରୀ । 26ଟି ସେଣ୍ଟରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ନଭେମ୍ବର 7ରେ ମେରିଟ୍ ଲିଷ୍ଟ ବାହାରିବ ବୋଲି ସୂଚନା ଦେଇଛନ୍ତି ଶାଶ୍ବତ ମିଶ୍ର । ପ୍ରତ୍ୟେକ ପରୀକ୍ଷାର ଅବଧି 90 ମିନିଟ୍ ରହିଥିବାବେଳେ ଓ.ଏମ୍.ଆର. ସିଟରେ 70ଟି ମଲ୍ଟିପୁଲ ଚଏସ୍ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀ ନାମଲେଖା ନିମନ୍ତେ ଏକାଧିକ ବିଷୟରେ ପରୀକ୍ଷା ଦେବାର ସୁବିଧା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ଚଳିତ ଥର ପ୍ରଥମର ପାଇଁ ରାଜ୍ୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।