Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକଟଙ୍କିଆ ମୁଦ୍ରା ଆପଣଙ୍କୁ କରିଦେବ ଲକ୍ଷପତି, ଜାଣନ୍ତୁ କିପରି
ଆଜିର ଖବର

ଏକଟଙ୍କିଆ ମୁଦ୍ରା ଆପଣଙ୍କୁ କରିଦେବ ଲକ୍ଷପତି, ଜାଣନ୍ତୁ କିପରି

October 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆପଣଙ୍କ ପାଖରେ ଏକ ଟଙ୍କିଆ ମୁଦ୍ରା ଅଛି କି , ତା’ହେଲେ ଆପଣ ଲକ୍ଷପତି ହୋଇପାରିବେ । କଥାଟି ଅଜବ ଲାଗୁଥିଲେ ବି  କଥାଟି ପୂରା ସତ୍ୟ । ପୁରୁଣା ଜିନିଷ ବଦଳରେ ଆପଣଙ୍କୁ ଅଧିକ ଫାଇଦା ମିଳିବ । ଯଦି ଆପଣଙ୍କ ପାଖରେ 1913 ମସିହାର ଏକ ଟଙ୍କିଆ କଏନ ଅଛି ତେବେ ଆପଣ ଏହା ଜରିଆରେ  25ଲକ୍ଷ ଟଙ୍କା ପାଇପାରିବେ ।

ଦୁନିଆରେ ବହୁତ ଧନୀ ଲୋକେ ଆଣ୍ଟିକ୍‌ ବା ପ୍ରାଚୀନ ଜିନିଷର ସଂଗ୍ରହ କରିବାକୁ ବେଶ୍‌ ଭଲ ପାଇଥା’ନ୍ତି । ଯଦି ଆପଣଙ୍କ ପାଖରେ 1913 ମସିହାର 1ଟଙ୍କିଆ କଏନ୍‌ ରହିଛି, ତେବେ ଆପଣ ଘରେ ବସି ଲକ୍ଷପତି ହୋଇପାରିବେ । 1913 ମସିହାରେ ପ୍ରସ୍ତୁତ ହୋଇଥିବା ଏହି ରୂପାର କଏନ୍‌ର ମୂଲ୍ୟ ବଜାରରେ ଅଧିକ ରହିଛି । ଏହାକୁ ବିକ୍ରି କରି ଆପଣ 25 ଲକ୍ଷ ଟଙ୍କା ହାସଲ କରିପାରିବେ । ଭିକ୍ଟୋରିଆନ୍‌ କ୍ୟାଟେଗୋରୀରେ ସାମିଲ୍‌ ‌ ହୋଇଥିବା ଏହି ମୁଦ୍ରାର ଡିମାଣ୍ଡ ଏବେ ପ୍ରଚୁର ବଢି ଯାଇଛି ।

ଯଦି ଆପଣଙ୍କ ପାଖରେ 1913 ମସିହାରେ କଏନ୍‌ ରହିଛି ତେବେ ଆପଣ ଇଣ୍ଡିଆ ମାର୍ଟ ଓ୍ବେବସାଇଟ୍‌ରେ ଆପଣଙ୍କୁ ନିଜର ଏକ ଆକାଉଣ୍ଟ କରିବାକୁ ପଡିବ ଏହା ପରେ ଆପଣଙ୍କୁ ବିକ୍ରେତା ରୂପେ ରେଜିଷ୍ଟ୍ରେସନ୍‌ କରି ଏହି ସାଇଟ୍‌ରେ ଆପଣଙ୍କ ପାଖରେ ଥିବା ଏକ ଟଙ୍କିଆ କଏନର ଫଟୋକୁ ଅପଲୋଡ୍‌ କରିବେ । ଏହି 100 ବର୍ଷର ପୁରୁଣା ମୁଦ୍ରା ଜରିଆରେ ଆପଣ 25 ଲକ୍ଷ ଟଙ୍କା ପାଇପାରିବେ ।

ସେହିପରି ଆପଣଙ୍କ ପାଖରେ ଯଦି ବୈଷ୍ଣୋ ଦେବୀଙ୍କ ଫଟୋ ଥିବା 5 ଟଙ୍କା କି 10 ଟଙ୍କାର ମୁଦ୍ରା ଅଛି ତେବେ ଏହା ମଧ୍ୟ ଆପଣଙ୍କୁ ଲକ୍ଷପତି କରିପାରିବ । ଏହି ପଇସା 2002 ମସିହାରେ ଜାରି କରାଯାଇଥିଲା । ଏହି ମୁଦ୍ରାରେ ବୈଷ୍ଣୋ ଦେବୀଙ୍କ ଫଟୋ ଥିବା କାରଣରୁ ଏହାକୁ ଲକି ମନାଯାଉଛି । ଏହି ମୁଦ୍ରା ପାଇଁ ପାଞ୍ଚରୁ ଦଶ ଲକ୍ଷଟଙ୍କା ମିଳିପାରିବ । (ଏଜେନ୍ସି)

coin
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.